ଦୁର୍ଗା ପୂଜା ଭସାଣ ବେଳେ ଗୋଷ୍ଠୀ ସଂଘର୍ଷ, ଫାଟିଲା ଡ଼ିସିପିଙ୍କୁ ମୁଣ୍ଡ

କଟକ: ଦୁର୍ଗା ପୂଜା ଭସାଣ ବେଳେ ଗୋଷ୍ଠୀ ସଂଘର୍ଷ l କଟକ ଦରଘା ବଜାର ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ କାରଣରୁ ୬ ଗୁରୁତର ହୋଇଥିବା ବେଳେ ଡିସିପି ଆହତ ହୋଇଛନ୍ତି l କାଚ ଓ ପଥର ମାଡରେ କଟକ ଡିସିପି ରିଷିକେଶ ଖିଲାରୀ ଆହତ ହୋଇଛନ୍ତି l ଝାଞ୍ଜିରମଙ୍ଗଳା ପୂଜା କମିଟିର ଭସାଣ ବେଳେ ଗୋଷ୍ଠୀ ସଂଘର୍ଷ ହୋଇଥିବା ନେଇ ସୂଚନା ମିଳିଛି l ଗୀତ ବଜାଇବାକୁ ବିରୋଧ କରିବାରୁ…

ସରିଲା ଦଶହରା: ଧରାପୃଷ୍ଠରୁ ବିଦାୟ ନେବେ ଜଗତଜନନୀ ମାଆ ଦୁର୍ଗା

କଟକ: ଶେଷ ହୋଇଛି ଶାରଦୀୟ ଦୁର୍ଗା ପୂଜା । ଧରା ପୃଷ୍ଠରେ ଅବତରଣ କରି ପାପର ସଂହାର କଲେ ମା ଦୁର୍ଗେ ଦୁର୍ଗତୀ ନାଶିନୀ । ବିଜୟା ଦଶମୀରେ ରାବଣ ପୋଡ଼ି ସହ ଶେଷ ହେଲା ବିଶ୍ୱ ପ୍ରସିଦ୍ଧ କଟକ ଦୁର୍ଗା ପୂଜା । ଏବେ ମାଆଙ୍କ ବିଦାୟର ବେଳ । ଭକ୍ତଙ୍କୁ ଆଧ୍ୟାତ୍ମିକ ଚେତନାରେ ଭିଜେଇ ମେଲାଣି ନେଉଛନ୍ତି ମାଆ । ଭାବବିହ୍ୱଳ ପରିବେଶ । ଭକ୍ତ ଆଖିରେ…

ଆଜି ବିଜୟା ଦଶମୀ, ପାରମ୍ପରିକ ରୀତିନୀତିରେ ଚାଲିଛି ମା’ଙ୍କ ପୂଜା

ଭୁବନେଶ୍ଵର: ଆଜି ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟର, ଅଧର୍ମ ଉପରେ ଧର୍ମର ବିଜୟ ଉତ୍ସବ। ମଣ୍ତପରେ କରାଯାଉଛି ମହିଷା ମର୍ଦ୍ଦିନୀଙ୍କ ସ୍ୱତନ୍ତ୍ର ନୀତିକାନ୍ତି । ସ୍ୱତନ୍ତ୍ର ତନ୍ତ୍ର, ମନ୍ତ୍ର, ଚଣ୍ତିପାଠରେ ଫାଟି ପଡୁଛି ପୁରପଲ୍ଲୀ । ପୂଜା ମଣ୍ତପରୁ ଆରମ୍ଭ କରି ଘରେ ଘରେ ରୀତିନୀତି ଅନୁସାରେ ଚାଲିଛି ମା ଜଗତଜନନୀଙ୍କ ପୂଜା । ବିଜୟା ଦଶମୀ ଅବସରରେ ପୂଜା ମଣ୍ଡପ ଗୁଡିକରେ ଭାବ ଓ ଭକ୍ତିମୟ…

ଚାରିଆଡ଼େ ପାର୍ବଣର ମହକ, ଆଜି ପୀଠରେ ଦଶମୀ ଏବଂ ମଣ୍ଡପେ ଚାଲିଛି ନବମୀ ପୂଜା

ଭୁବନେଶ୍ବର: ଚାରିଆଡ଼େ ପାର୍ବଣର ମହକ । ଉତ୍ସବ ମୁଖର ପରିବେଶ । ସୁନା, ରୁପା ମେଢରେ ଶୋଭା ପାଉଛନ୍ତି ଦେବୀ ଦୁର୍ଗା । ବିଭିନ୍ନ ସ୍ଥାନରେ ସୁଉଚ୍ଚ ତୋରଣ ମନ ମୋହୁଛି । କଟକ, ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ମହାଆଡମ୍ବରରେ ଦୁର୍ଗାପୂଜା ଚାଲିଛି । ମେଢ଼ ଦେଖିବା ପାଇଁ ସନ୍ଧ୍ୟା ହେଲେ ବଢୁଛି ଭିଡ଼ । ଚିକ୍‌ମିକ୍‌ ଆଲୋକମାଳାରେ ଝଲସି ଉଠୁଛି ପୂଜା ମଣ୍ଡପ ।  ଆଜି…

ନବରାତ୍ରୀ: ଅଷ୍ଟସିଦ୍ଧିର ଅଧିଷ୍ଠାତ୍ରୀ ମା’ ସିଦ୍ଧିଦାତ୍ରୀ

ଭୁବନେଶ୍ଵର: ଉତ୍ସବ ଓ ଉତ୍ସାହର ସହ ଚାଲିଛି ଜଗତଜନନୀଙ୍କ ପୂଜା । ଆଜି ମାଆ ଦୁର୍ଗାଙ୍କ ମହାନବମୀ ପୂଜା । ମା’ ଦୂର୍ଗାଙ୍କ ନବମ ଶକ୍ତିର ଉର୍ଜ୍ଜାରୁ ଜନ୍ମ ନେଇଛନ୍ତି ମା’ ସିଦ୍ଧିଦାତ୍ରୀ । ସବୁ ପ୍ରକାରର ସିଦ୍ଧିକୁ ଆଶୀର୍ବାଦ ସ୍ୱରୁପ ଦେଉଥିବା ମା’ ମହାମାୟାଙ୍କୁ ନବରାତ୍ରୀର ମହାନବମୀ ଦିନ ଉପାସନା କରାଯାଏ । ଏହି ଦିନ ଶାସ୍ତ୍ରୀୟ ବିଧି-ବିଧାନ ଏବଂ ପୂର୍ଣ୍ଣ ନିଷ୍ଠାର ସହ ସାଧନା କରିବା ଦ୍ୱାରା…

କଡା ସୁରକ୍ଷାରେ ଟ୍ଵିନ ସିଟି, ୬୧ ପ୍ଲାଟୁନ୍ ଫୋର୍ସ ମୁତୟନ

ଭୁବନେଶ୍ଵର: ପାର୍ବଣ ପାଇଁ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ସାମ୍ୱାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ପୋଲିସ୍ କମିଶନର । ଏଥର ଭୁବନେଶ୍ୱରରେ ୬୧ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ । ମୋଟ ୧୯୩ ମଣ୍ଡପ ପାଇଁ ସୁରକ୍ଷା ବ୍ୟବସ୍ଥା ହୋଇଛି । ୨୪ଟି ପେଣ୍ଡାଲରେ ଅଳଙ୍କାର ସୁରକ୍ଷା ବ୍ୟବସ୍ଥା ହୋଇଛି । ବିଦ୍ୟୁତ୍ ଓ ନିଆଁରୁ ରକ୍ଷା କରିବାକୁ ବିଶେଷ ପଦକ୍ଷେପ ନିଆଯାଇଥିବା ବେଳେ ଭିଡ଼ ଓ…

ଆସୁଛନ୍ତି ମହାମାୟା, ଉତ୍ସବମୁଖର ସାରା ରାଜ୍ୟ

ଭୁବନେଶ୍ବର: ଆସୁଛନ୍ତି ମହାମାୟା । ଉତ୍ସବମୁଖର ସାରା ରାଜ୍ୟ । ସଜେଇ ହୋଇସାରିଲାଣି ସୁଉଚ୍ଚ ତୋରଣ ଓ ଆଖି ଝଲସିଲା ପରି ମେଢ । ଆଜି ପୀଠରେ ମହା ଅଷ୍ଟମୀ, ମଣ୍ଡପରେ ସପ୍ତମୀ ପୂଜା । ବେଲଗଛ ମୂଳେ ଷଷ୍ଠୀ ପୂଜା କରାଯିବା ପରେ ମା’ଙ୍କୁ ମଣ୍ଡପକୁ ଆବାହନ କରାଯାଇଛି । ଆଜି ସପ୍ତମୀରେ ନଦୀରୁ ପବିତ୍ର ଜଳ ଅଣାଯାଇ ମଣ୍ଡପରେ ମା’ଙ୍କୁ ଚକ୍ଷୁଦାନ କରାଯିବ । ଏହାପରେ ଅଷ୍ଟମୀ…

ମା’ ମହାଗୌରୀ: ଅଷ୍ଟମ ଶକ୍ତି ମା’ ମହାଗୌରୀ

ଭୁବନେଶ୍ଵର: ପବିତ୍ର ଆଶ୍ୱିନ ମାସ ଶୁକ୍ଳପକ୍ଷ ଅଷ୍ଟମୀ, ନବରାତ୍ରୀ ମହାଷ୍ଟମୀ (ଦୂର୍ଗାଷ୍ଟମୀ) ତିଥିରେ ଜଗଜ୍ଜନନୀ କରୁଣାମୟୀ ମାଁ ନବଦୂର୍ଗା ଙ୍କୁ ଦେବୀ ମାଁ ମହାଗୌରୀ ସ୍ୱରୂପରେ ପୂଜାର୍ଚ୍ଚନା କରାଯାଏ । ମହାଗୌରୀ ସ୍ୱରୂପରେ ବ୍ରୁଷଭ ବାହନା ଚତୁର୍ଭୂଜା ମାତା ସମ୍ପୂର୍ଣ୍ଣ ଗୌରବର୍ଣ୍ଣା ଏବଂ ତାଙ୍କର ବସ୍ତ୍ର ଓ ସମସ୍ତ ଆଭୂଷଣ ମଧ୍ୟ ସମ୍ପୂର୍ଣ୍ଣ ଶ୍ୱେତବର୍ଣ୍ଣ । ଏହା ଦେବୀଙ୍କ ସୌମ୍ୟ ରୂପ। ଏହି ରୂପରେ ବୃଷଭ ବାହିନୀ ଦେବୀଙ୍କ ଶରୀରର…

ମା’ କାଳରାତ୍ରୀ: ଶତ୍ରୁରୁ ମୁକ୍ତି ଦିଅନ୍ତି ମା’ କାଳରାତ୍ରୀ

ଭୁବନେଶ୍ଵର: ଅପେକ୍ଷାର ଅନ୍ତ ଘଟିଛି । ଧରାବତରଣ କରିଛନ୍ତି ଦଶଭୁଜା ମା’ ଦୁର୍ଗା । ଆଧ୍ୟାତ୍ମିକତାର ମହକରେ ମହକୁଛି ପରିବେଶ । ଚାରିଆଡ଼େ ପାର୍ବଣର ପୁଲକ। ଆଜି ଶକ୍ତିପୀଠରେ ସପ୍ତମୀ ପୂଜା କରାଯାଉଥିବା ବେଳେ ମଣ୍ଡପରେ ଆଜି ଷଷ୍ଠୀ ପୂଜା କରାଯାଉଛି । ପୂଜକ ବେଳଗଛ ମୂଳେ ପୂଜା କରିବା ପରେ ମାଆଙ୍କୁ ମଣ୍ଡପକୁ ଆବାହନ କରିବେ । ନବରାତ୍ରୀର ଆଜି ସପ୍ତମ ଦିନ। ଆଜି ମା’ କାଳରାତ୍ରୀଙ୍କ ପୂଜା…

ନବରାତ୍ରୀର ଷଷ୍ଠ ଦିନ, ଆଜି ଦୁର୍ଗତିନାଶିନୀଙ୍କ କାତ୍ୟାୟିନୀ ରୂପ

ଭୁବନେଶ୍ଵର: ଆଜି ମା’ ଦୁର୍ଗାଙ୍କ ଷଷ୍ଠୀ । ନବରାତ୍ରୀ ଆରମ୍ଭ ହୋଇଯାଇଥିବା ବେଳେ ଆଜି ଷଷ୍ଠ ଦିନରେ ମା’ କାତ୍ୟାୟନୀ ରୂପରେ ପୂଜା ପାଇବେ । ନବରାତ୍ରୀର ଷଷ୍ଠ ଦିନରେ ଦେବୀଙ୍କୁ ଏହି ସ୍ୱରୂପରେ ଉପାସନା କରାଯାଏ। ମା’ କାତ୍ୟାୟନୀଙ୍କ ପୂଜା ଦ୍ବାରା ଶତ୍ରୁ ସଂହାର ପାଇଁ ଶରୀରରେ ଅଦ୍ଭୁତ ଶକ୍ତି ସଞ୍ଚାର ହୋଇଥାଏ ବୋଲି ବିଶ୍ବାସ ରହିଛି । ବଜ୍ର ମଣ୍ଡଳର ଅଧିଷ୍ଠାତ୍ରୀ ଦେବୀ କାତ୍ୟାୟନୀଙ୍କର ଚାରୋଟି ହସ୍ତ…