ଯୁଦ୍ଧରେ ଲାଗିଲା ବିରାମ, ହମାସ-ଇସ୍ରାଏଲ ଯୁଦ୍ଧ ଶେଷ ହେଲା ବୋଲି କହିଲେ ଡୋନାଲ୍ଡ ଟ୍ରମ୍ପ
ନୂଆଦିଲ୍ଲୀ: ଗାଜାରେ ହମାସ-ଇସ୍ରାଏଲ ଯୁଦ୍ଧ ଶେଷ ହେଲା କହିଲେ ଡୋନାଲ୍ଡ ଟ୍ରମ୍ପ । ମଧ୍ୟପ୍ରାଚ୍ୟ ଦେଶ ଗସ୍ତ ପୂର୍ବରୁ ଟ୍ରମ୍ପଙ୍କ ବଡ଼ ଘୋଷଣା । ଇଜିପ୍ଟରେ ଟ୍ରମ୍ପଙ୍କ ଉପସ୍ଥିତିରେ ହେବ ଗାଜା ଶାନ୍ତି ଚୁକ୍ତି । ଶାନ୍ତି ଚୁକ୍ତି ସମ୍ମିଳନୀରେ ଭାରତ ସମେତ ୨୦ଟି ଦେଶର ନେତା ଯୋଗଦେବେ । ଚୁକ୍ତି ଅନୁସାରେ ଇସ୍ରାଏଲୀ ପଣବନ୍ଦୀଙ୍କୁ ମୁକ୍ତ କରିବ ହମାସ । ଇଜିପ୍ଟ ଗସ୍ତ ପୂର୍ବରୁ ପ୍ରଥମେ ଇସ୍ରାଏଲ ଯିବେ…
