ଜଗନ୍ନାଥଙ୍କ ରହସ୍ୟମୟ ମନ୍ଦିର, ବର୍ଷା ହେବା ନେଇ ଦିଏ ସଙ୍କେତ

ନୂଆଦିଲ୍ଲୀ: ଆପଣ ଅନେକ ମନ୍ଦିର ଯାଇଥିବେ । ମନ୍ଦିରର ଆଧ୍ୟାତ୍ମିକ ପରିବେଶରେ ମନ ପ୍ରଫୁଲ୍ଲିତ ହୋଇଉଠେ । ତେବେ ଦୁନିଆରେ ଏମିତି କିଛି ରହସ୍ୟମୟ ମନ୍ଦିର ରହିଛି, ଯାହାର ଚମତ୍କାରିତା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ଆଜି ଆମେ ଆପଣଙ୍କୁ ସେମିତି ଏକ ମନ୍ଦିର ଦେଖାଇବୁ, ଯାହାର ରହସ୍ୟ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଉତ୍ତରପ୍ରଦେଶ କାନପୁର ଜିଲ୍ଲାର ବେହଟା ଗାଁରେ ରହିଛି ଏହି ରହସ୍ୟମୟ ମନ୍ଦିର…

ଆସନ୍ତା ୨୦ ତାରିଖ ସୋମବାର ହୋଇପାରେ ଦୀପାବଳି ଛୁଟି

ଭୁବନେଶ୍ଵର: ଆସନ୍ତା ୨୦ ତାରିଖ ସୋମବାର ହୋଇପାରେ ଦୀପାବଳି ଛୁଟି । ରାଜସ୍ବ ବିଭାଗ ପକ୍ଷରୁ ଏନେଇ ପ୍ରସ୍ତାବ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପ୍ରସ୍ତାବ ଦିଆଯାଇଥିବା ନେଇ ସୂଚନା ମିଳିଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନି । ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଦୀପାବଳି ଉତ୍ସବ ପାଳନ କରିବା ପାଇଁ ମୁକ୍ତିମଣ୍ଡପ ପଣ୍ଡିତ ମହାସଭା ଦ୍ବାରା ସଂଶୋଧିତ ହୋଇଥିବା ପାଞ୍ଜି ଗୁଡିକରେ ଅକ୍ଟୋବର ୨୦ ତାରିଖ ସୋମବାର ବୋଲି…

ରଥଯାତ୍ରା ପୂର୍ବରୁ ସମ୍ପୁର୍ଣ୍ଣ ହେବ ଅସମ୍ପୁର୍ଣ୍ଣ ପ୍ରକଳ୍ପ କାର୍ଯ୍ୟ: ମୁଖ୍ୟ ପ୍ରଶାସକ

ପୁରୀ: ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ନୀଳାଦ୍ରି ଭକ୍ତନିବାସରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅନେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ଡ ଗିରିଶ ଚନ୍ଦ୍ର ମୁର୍ମୁ, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଉପସ୍ଥିତ ଥିଲେ । ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ଗୁଣ୍ଡିଚା ମନ୍ଦିରର ଉନ୍ନତୀକରଣ ସମ୍ପର୍କରେ ବୈଠକରେ ବିସ୍ତୃତ…

ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ବାରଣ ହେବ ମୋବାଇଲ୍‌ ଫୋନ୍‌

ପୁରୀ: ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ବାରଣ ହେବ ମୋବାଇଲ୍‌ ଫୋନ୍‌ । କୌଣସି ପୋଲିସ କିମ୍ବା ସେବାୟତ ବି ନେଇ ପାରିବେନି ମୋବାଇଲ୍‌ । ଆଗକୁ ୱାକିଟକି ବ୍ୟବସ୍ଥା ହେବ ବୋଲି କହିଲେ ସୁରକ୍ଷା ସବକମିଟି ମୁଖ୍ୟ । ବୈଠକ ପରେ ସୁରକ୍ଷା ସବକମିଟି ମୁଖ୍ୟ ଗିରୀଶ ଚନ୍ଦ୍ର ମୁର୍ମୁଙ୍କ ସୂଚନା । ଶ୍ରୀମନ୍ଦିର ଭିତର ଓ ବାହାର ସୁରକ୍ଷା ନେଇ ବୈଠକରେ ଆଲୋଚନା ହୋଇଛି । କେତେକ ଜିନିଷ ନିଜକୁ…

ଡିଜିସିଏର ବଡ ନିଷ୍ପତ୍ତି: ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରକୁ RED ZONE ଘୋଷଣା

ପୁରୀ: ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରକୁ RED ZONE ଘୋଷଣା କଲା ଡିଜିସିଏ । ଶ୍ରୀମନ୍ଦିର ସୁରକ୍ଷାକୁ ଆହୁରି ମଜବୁତ କରିବା ପାଇଁ ଏହି ପଦକ୍ଷେପ ନେଇଛି ଶ୍ରୀମନ୍ଦିର ପ୍ରଶାସକ । ଏହି RED ZONE ଅବଧି ଆସନ୍ତା ୩ ବର୍ଷ ପର୍ଯ୍ୟନ୍ତ ଲାଗୁ ହୋଇଛି । ୨୦୨୮ ସେପ୍ଟେମ୍ବର ୨୫ ଯାଏଁ ରହିଛି ଏହି ବୈଧତା । ପୂର୍ବରୁ ଶ୍ରୀମନ୍ଦିର ଉପରକୁ ନୋ ଫ୍ଲାଇଂ ଜୋନ୍‌ ଘୋଷଣା କରିଥିଲା…

ପୁରୀ ବୃନ୍ଦାବତୀ ନିବାସରେ ଉଦଘାଟନ ହେଲା ହବିଷିଆଳି ଶିବିର

ପୁରୀ: ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ । ଧର୍ମମାସରେ ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ର। ଧର୍ମ ମାସରେ ପୁଣ୍ୟ ଅର୍ଜନ କରିବାକୁ ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ଆଜିଠୁ କେବଳ ସିଂହଦ୍ୱାର ଓ ପଶ୍ଚିମ ଦ୍ୱାର ଦେଇ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ଅନୁମତି ରହିବ । ସିଂହଦ୍ୱାର ବ୍ୟତୀତ ଅନ୍ୟ ୩ ଦ୍ୱାରରେ ଶ୍ରଦ୍ଧାଳୁ ପ୍ରସ୍ଥାନ କରିପାରିବେ । ପଞ୍ଚତୀର୍ଥରେ ସାନ୍ନ କରି ବ୍ରାହ୍ମଣଙ୍କୁ ଗୁଆ…

ନୂଆ ରଘୁନନ୍ଦନ ଲାଇବ୍ରେରୀ ଜାଗାରେ ନିର୍ମାଣ ହେବ E-ଲାଇବ୍ରେରୀ: ଆଇନ ମନ୍ତ୍ରୀ

ପୁରୀ: ନୂଆ ରଘୁନନ୍ଦନ ଲାଇବ୍ରେରୀ ଜାଗାରେ ନିର୍ମାଣ ହେବ E-ଲାଇବ୍ରେରୀ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ । ଜ୍ଞାନ ଯଜ୍ଞ ମଣ୍ଡପ ନାଁରେ ନାମିତ ହେବ ଡିଜିଟାଲ୍ ଲାଇବ୍ରେରୀ । E-ଲାଇବ୍ରେରୀ ସହ ରିସର୍ଚ୍ଚ ସେଣ୍ଟର ମଧ୍ୟ ନିର୍ମାଣ କରିବେ ସରକାର । ଶ୍ରଦ୍ଧାଳୁ ଓ ଗବେଷକଙ୍କୁ ଡିଜିଟାଲ୍ ସୁବିଧା ପ୍ରଦାନ କରିବା SJTAର ନିଷ୍ପତ୍ତି । ଏହାମାଧ୍ୟମରେ ମନ୍ଦିର ରେକର୍ଡ, ରୀତିନୀତି,…

ଶେଷ ହେଲା ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା

ପୁରୀ: ଶେଷ ହେଲା ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସ୍ଥାନାନ୍ତର କାର୍ଯ୍ୟ । ଏନେଇ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସକାଳ ୧୦ଟା ୫୫ରୁ ଆରମ୍ଭ ହୋଇଥିଲା ସ୍ଥାନାନ୍ତର । ଅପରାହ୍ନ ୨ଟା ୫୫ରେ ସରିଲା ସ୍ଥାନାନ୍ତର କାର୍ଯ୍ୟ । ୬ଟି ଆଲମିରା ଓ ୬ଟି ପ୍ୟାକେଟ୍‌ରେ ବନ୍ଦ ଅବସ୍ଥାରେ ସ୍ଥାନାନ୍ତରିତ ହେଲା ମହାପ୍ରଭୁଙ୍କ ରତ୍ନ । ଭିତର ରତ୍ନଭଣ୍ଡାରକୁ ରତ୍ନ ସ୍ଥାନାନ୍ତର ପରେ ୨ଟି ଚାବି ପଡ଼ିଛି…

ଆଜି ସ୍ଥାନାନ୍ତର ହେବ ଶ୍ରୀଜିଉଙ୍କ ରତ୍ନ ଅଳଙ୍କାର

ପୁରୀ: ଆଜି ସ୍ଥାନାନ୍ତର ହେବ ଶ୍ରୀଜିଉଙ୍କ ରତ୍ନ ଅଳଙ୍କାର । ସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର ହେବ ଶ୍ରୀଜିଉଙ୍କ ରତ୍ନ ଅଳଙ୍କାର । ଏଥିପାଇଁ ପୂର୍ବାହ୍ନ ୧୦ଟାରୁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ପ୍ରଥମେ ଶ୍ରୀମନ୍ଦିର ନାଟମଣ୍ଡପ ଓ ଜଗମୋହନ ଶୋଧ କରାଯିବ । ମୁଖ୍ୟ ଦେଉଳ ତଥା ଝୁଲଣ ମଣ୍ଡପ ପରିସରକୁ ଭକ୍ତଙ୍କ ପ୍ରବେଶ ବାରଣ ରହିଥିବା ବେଳେ ରତ୍ନଭଣ୍ଡାର ସ୍ଥାନାନ୍ତର ସମାପନ ପରେ କଟକଣା ପ୍ରତ୍ୟାହାର ହେବ…

ହେବ ସବୁ ପ୍ରତୀକ୍ଷାର ଅନ୍ତ, ହେଲେ କାଲି ମିଳିବନି ଜଗା ଦର୍ଶନ!

ପୁରୀ:  ଆସନ୍ତାକାଲି ସକାଳ ୧୦ ପରଠାରୁ ମିଳିବନି ମହାପ୍ରଭୁଙ୍କ ଦର୍ଶନ । ସକାଳ ୧୦ଟା ପୁରୀ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ କରାଯାଇଛି । ଏନେଇ ସୂଚନା ଦେଇଛି ମନ୍ଦିର ପ୍ରଶାସନ । ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ଘୋଷଣା କରିଛି ଯେ ରତ୍ନ ଅଳଙ୍କାର ମନ୍ଦିରର ସ୍ଥାୟୀ ଭଣ୍ଡାର, ରତ୍ନ ଭଣ୍ଡାରକୁ ସ୍ଥାନାନ୍ତରିତ ହେବା ଯୋଗୁଁ ଆସନ୍ତାକାଲି ମହାପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ…