ମଧ୍ୟପ୍ରଦେଶ ପୋଲିସର ଆକ୍ସନ; କଫ୍ ସିରପ୍ କଂପାନୀ ମାଲିକ ଗିରଫ
ଭୋପାଲ: କଫ୍ ସିରପକୁ ନେଇ ସାରା ଦେଶରେ ଚହଳ ପଡିଥିବା ବେଳେ ମଧ୍ୟପ୍ରଦେଶ ପୋଲିସ ନେଇଛି ବଡ ଆକ୍ସନ । କଫ୍ ସିରପ୍ ନିର୍ମାତା କଂପାନୀ ‘ଶ୍ରୀସନ୍ ମେଡିକାଲ୍ସ’ର ମାଲିକକୁ ଗିରଫ କରିଛି ପୋଲିସ । ମାଲିକ ଜି. ରଙ୍ଗନାଥନଙ୍କୁ ଚେନ୍ନାଇରୁ ଗିରଫ କଲା ପୋଲିସ । ରଙ୍ଗନାଥନଙ୍କୁ ହେପାଜତକୁ ନେଇ ପୋଲିସର ପଚରାଉଚରା ଜାରି । ସୂଚନା ଅନୁସାରେ, କଫ୍ ସିରପ୍ ପିଇ ମଧ୍ୟପ୍ରଦେଶରେ ୨୧ ଶିଶୁଙ୍କ ମୃତ୍ୟୁ…

 
									 
			 
			