ଦଳରୁ ନିଲମ୍ବିତ ହେଲେ ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ୍
ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ୍ ବିଜୁ ଜନତା ଦଳରୁ ନିଲମ୍ବିତ ହୋଇଛନ୍ତି । ଢେଙ୍କାନାଳର କାମାକ୍ଷାନଗର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଓ ବରିଷ୍ଠ ନେତା ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କୁ ଦଳ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତି ଅଭିଯୋଗରେ ଦଳରୁ ଶୁକ୍ରବାର ଦିନ ନିଲମ୍ବିତ କରାଯାଇଥିବା ସୂଚନା ଦେଇଛନ୍ତି ବିଜେଡି ଉପସଭାପତି ପ୍ରତାପ ଜେନା । ପ୍ରତାପ କହିଛନ୍ତି, ପ୍ରଫୁଲ୍ଲଙ୍କ ସାମ୍ପ୍ରତିକ ବକ୍ତବ୍ୟ ଏବଂ କାର୍ଯ୍ୟ ଦଳର ଏକତା ଏବଂ ଶୃଙ୍ଖଳା…
