ଆଇନ ମନ୍ତ୍ରୀ କଲେ ବଡ ଖୁଲାସା, ଦୁର୍ଘଟଣା ନୁହେଁ ଅପର୍ଣ୍ଣାକୁ କରାଯାଇଥିଲା ହତ୍ୟା

ଭୁବନେଶ୍ଵର: ୨୦ ଲକ୍ଷ ପାଇଁ ପୋଲିସ କନଷ୍ଟେବଲ ଶୁଭମିତ୍ରାଙ୍କୁ ହତ୍ୟା କରାଯାଇଛି । ବିଧାନସଭାରେ ମୁଲତବି ଆଲୋଚନାରେ ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ । ଅଭିଯୁକ୍ତ ଦୀପକ ରାଉତଠାରୁ ୨୦ ଲକ୍ଷ ଦାବି କରିଥିଲେ ଶୁଭମିତ୍ରା । ଶୁଭମିତ୍ରା ରୀତି ଅନୁସାରେ ବିବାହ ପାଇଁ ୨୦ ଲକ୍ଷ ଦାବି କରିଥିଲେ ବୋଲି କହିଛନ୍ତି ମନ୍ତ୍ରୀ । ଏତଦବ୍ୟତୀତ ଆହୁରି ଏକ ସାଂଘାତିକ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ।…

କିଲର୍‌ ଦୀପକ ରାଉତଙ୍କ ନାଁରେ ନୂଆ ମାମଲା ଦାୟର, ଅଭିଯୋଗ କଲେ ଅପର୍ଣ୍ଣାଙ୍କ ଭଉଣୀ

ଆଠଗଡ଼: ଧିରେ ଧିରେ ଖୋଲୁଛି ପ୍ରଥମ ପତ୍ନୀଙ୍କ ମୃତ୍ୟୁ ରହସ୍ୟ । ଅଭିଯୁକ୍ତ ଦୀପକ ରାଉତ ବିରୋଧରେ ଲାଗିଲା ହତ୍ୟା ମାମଲା । ଖୁଣ୍ଟୁଣି ଥାନା ପୋଲିସ ଦୀପକ ରାଉତ ବିରୋଧରେ ହତ୍ୟା ଦଫା ଲଗାଇଛି । ୪୯୮ ଏ, ୩୦୨, ୨୦୧, ୩୪ ଆଇପିସି ଭଳି ସଙ୍ଗୀନ ଦଫା ଲାଗିଛି ଦୀପକ ବିରୋଧରେ । ପ୍ରଥମ ପତ୍ନୀ ମୃତ ଅପର୍ଣ୍ଣାଙ୍କ ଭଉଣୀ ରୋଜାଲିନ ରାଉତ କଟକ ଖୁଣ୍ଟୁଣି ଥାନା ଯାଇ…

କିଲର କନଷ୍ଟେବଲ୍ ଦୀପକ ରାଉତ ନିଲମ୍ବିତ, ବାପା ଆଣିଲେ ସାଂଘାତିକ ଅଭିଯୋଗ

ଭୁବନେଶ୍ଵର: କନଷ୍ଟେବଳ ଶୁଭମିତ୍ରା ମୃତ୍ୟୁ ଘଟଣାରେ ଗୋଟେ ପରେ ଗୋଟେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ସେପଟେ ଶୁଭମିତ୍ରାଙ୍କ ହତ୍ୟାକାରୀ ଦୀପକର ପ୍ରଥମ ପତ୍ନୀ ଅପର୍ଣ୍ଣାଙ୍କ ମୃତ୍ୟୁକୁ ନେଇ ବଢ଼ିପାରେ ଦୀପକଙ୍କ ଅଡୁଆ । ଦୀପକଙ୍କୁ ନେଇ କଟକ ଗ୍ରାମାଞ୍ଚଳ ପୋଲିସ ପକ୍ଷରୁ ଏନେଇ ସୂଚନା ମିଳିଛି । କମିଶନରେଟ୍ ପୋଲିସ ସହ ଯୋଗାଯୋଗରେ ଅଛୁ । ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ହୋଇଛି, ଦୀପକ ଉପରେ…

କନଷ୍ଟେବଲ୍ ଶୁଭମିତ୍ରା ସାହୁ ହତ୍ୟା ଘଟଣା; ମାଟିତଳୁ ବାହାରିଲା ମୃତଦେହ

ଭୁବନେଶ୍ଵର: ମହିଳା କନଷ୍ଟେବଲ୍ ଶୁଭମିତ୍ରା ସାହୁ ହତ୍ୟା ଘଟଣାରେ ପୋଲିସର ତନାଘନା । ଅଭିଯୁକ୍ତ ଦୀପକ ରାଉତକୁ ନେଇ କେନ୍ଦୁଝର ଘଟଗାଁ ଥାନାରେ ସିନ ରିକ୍ରିଏସନ କରିଛି ପୋଲିସ । ସେପଟେ ଶୁଭମିତ୍ରାକୁ ମାରିକି ପୋତି ଥିବା ସ୍ଥାନକୁ ଖୋଳାଯାଇ ମୃତଦେହ ଉଦ୍ଧାର କରିଛି ପୋଲିସ । ପ୍ଲାଷ୍ଟିକ ଅଖାରେ ବନ୍ଧା ଯାଇଥିବା ଶୁଭମିତ୍ରାର ମୃତଦେହ ଉଦ୍ଧାର କରିଛି ପୋଲିସ । ଘଟଗାଁ ସ୍ଥିତ ଜଙ୍ଗଲ ଭିତରୁ ଜେସିବିରେ ଖୋଳି…