ନିଯୁକ୍ତି ହେବେ ୪୫ ହଜାର ଶିକ୍ଷକ, ୬୭୯୪ ପଞ୍ଚାୟତରେ ହେବ ୮୩୫ ମଡେଲ ସ୍କୁଲ
ଭୁବନେଶ୍ଵର: ରାଜ୍ୟସ୍ତରୀୟ ଗୁରୁ ଦିବସ ଉତ୍ସବରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଶିକ୍ଷା କ୍ଷେତ୍ରରେ ଦୁଇଟି କଥା ବଡ଼ ଆହ୍ବାନ । ପ୍ରଥମଟି ହେଲା ଡ୍ରପ୍ ଆଉଟ୍ ଏବଂ ଦ୍ୱିତୀୟଟି ହେଉଛି ଗୁଣାତ୍ମକ ଶିକ୍ଷା । ଉଭୟ କଥା ହେଉଛି ଚିନ୍ତାଜନକ । ତେଣୁ ଡ୍ରପ୍ ଆଉଟ୍ ହାରକୁ ଦୂର କରିବାକୁ ଛାତ୍ରଛାତ୍ରୀଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବାକୁ ପଡ଼ିବ । ତେବେ ଜନଜାତି ବର୍ଗରୁ ବେଶୀ ଡ୍ରପ୍ ଆଉଟ୍ ଦେଖିବାକୁ…
