ଦିଲ୍ଲୀ ହାଇକୋର୍ଟକୁ ଉଡ଼ାଇ ଦେବାକୁ ଧମକ

ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ମେଲ୍ ଯୋଗେ ଦୁର୍ବୃତ୍ତର ଧମକ ମିଳିଛି । ୩ଟି କୋର୍ଟରୁମ୍‌ରେ ୩ଟି ବୋମା ଖଞ୍ଜାଯାଇଥିବା ମେଲ୍‌ରେ ଉଲ୍ଲେଖ ରହିଛି। ସନ୍ଧ୍ୟା ପୂର୍ବରୁ ବୋମା ବିସ୍ଫୋରଣ ହେବା ନେଇ ଉଲ୍ଲେଖ ରହିଛି। ସୂଚନା ଅନୁସାରେ ଦିଲ୍ଲୀ ହାଇକୋର୍ଟକୁ ଆସିଥିବା ମେଲରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି ଯେ ” ଶୁକ୍ରବାର ବିସ୍ଫୋରଣ ପାଇଁ ପାକିସ୍ତାନ-ତାମିଲନାଡୁର ମିଳିତ ସହଯୋଗ ରହିଛି”। ଧମକ ପରେ…

ଦିଲ୍ଲୀ ପୋଲିସକୁ ବଡ ସଫଳତା, ଧରା ପଡିଲେ ୫ ଆତଙ୍କୀ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ କବ୍‌ଜାରେ ୫ ସନ୍ଦିଗ୍ଧ । ସେମାନଙ୍କ ପାଖରୁ ବିପୁଳ ବିସ୍ଫୋରକ ମଧ୍ୟ ଜବତ କରିଛି ପୋଲିସ । ଉକ୍ତ ସନ୍ଦିଗ୍ଧ ମାନେ ISIS ଷ୍ଟାଇଲ୍‌ରେ ବିସ୍ଫୋରଣ କରିବା ପାଇଁ ଯୋଜନା କରୁଥିବା ନେଇ ସୂଚନା ମିଳିଛି । କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ତଥ୍ୟ ଆଧାରରେ ରେଡ୍‌ କରି ସେମାନଙ୍କୁ କାବୁ କରିଛି ପୋଲିସ । ତେବେ ଦିଲ୍ଲୀରୁ ୨ ଜଣ ସନ୍ଦିଗ୍ଧଙ୍କୁ ଗିରଫ କଲା ଦିଲ୍ଲୀ…

ହାଇ ଆଲର୍ଟରେ ମୁମ୍ବାଇ: ମିଳିଲା ଧମକ, ଆସନ୍ତକାଲି ହେବ ବଡ ବିସ୍ଫୋରଣ

ମୁମ୍ବାଇ: ହାଇ ଆଲର୍ଟରେ ମୁମ୍ବାଇ । ବୋମା ବିସ୍ଫୋରଣରେ ଦୋହଲି ଯିବ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ । ୩୪ଟି ମାନବ ବୋମା ବିସ୍ଫୋରଣ ହେବ । ଏପରି କିଛି ଧମକ ଦେଇଛି ଆତଙ୍କବାଦୀ ସଂଗଠନ ଲସ୍କର-ଇ-ଜିହାଦି । ଅନନ୍ତ ଚତୁର୍ଦ୍ଦଶୀ ପୂର୍ବରୁ ଅର୍ଥାତ୍ ଆସନ୍ତାକାଲି ଏହି ଆକ୍ରମଣ ହେବ ବୋଲି ଧମକ ଦେଇଛି ଆତଙ୍କୀ ସଂଗଠନ । ମିଳିଥିବା ସୂଚନା ଅନୁସାରେ, ଲସ୍କର-ଏ-ଜିହାଦୀ ସଂଗଠନ ନାଁରେ ଆସିଛି ଧମକ ପୂର୍ଣ୍ଣ ମେସେଜ୍…

ବିହାରରେ ଜୈଶ-ଏ-ମହମ୍ମଦର ତିନି ଆତଙ୍କବାଦୀ, ଚାରିଆଡ଼େ ହାଇଆଲର୍ଟ

ନୂଆଦିଲ୍ଲୀ: ଜୈଶ-ଏ-ମହମ୍ମଦର ତିନି ଜଣ ଆତଙ୍କବାଦୀ ବିହାରରେ ପ୍ରବେଶ କରିଥିବା ଖବର ମିଳିଛି। ଏହାକୁ ନେଇ ଗୁରୁବାର ବିହାର ପୋଲିସ ମୁଖ୍ୟାଳୟ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି। ଆତଙ୍କବାଦୀଙ୍କ ପ୍ରବେଶ ଖବର ପାଇବା ମାତ୍ରେ ପୋଲିସ ମୁଖ୍ୟାଳୟ ଏବଂ ବରିଷ୍ଠ ଅଧିକାରୀମାନେ ସୁରକ୍ଷା ଦୃଷ୍ଟିକୋଣରୁ ଆକ୍ସନ ମୋଡକୁ ଆସିଛନ୍ତି। ପ୍ରକାଶିତ ସୂଚନା ଅନୁଯାୟୀ, ଏହି ତିନିଜଣ ନେପାଳ ଦେଇ ବିହାରରେ ପ୍ରବେଶ କରିଛନ୍ତି। ଏହି ତିନିଜଣ ପାକିସ୍ତାନୀ। ହସନେନ୍ ଅଲି…