ଟ୍ୟାକ୍ସି ଡ୍ରାଇଭର ମୃତ୍ୟୁ: ୪ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ଚନ୍ଦକା ଜଙ୍ଗଲ ରାସ୍ତା କଡ଼ରୁ ଟ୍ୟାକ୍ସି ଡ୍ରାଇଭର ବିଦ୍ୟାଧର ସାହୁ ମୃତ୍ୟୁ ଘଟଣା । ୪ ଜଣଙ୍କୁ ଗିରଫ କଲା ବଡଗଡ଼ ଥାନା ପୋଲିସ। ଗିରଫ ଅଭିଯୁକ୍ତ ମାନେ ହେଲେ ଏନ ଦିଲ୍ଲୀପ କୁମାର, ରମେଶ ଚନ୍ଦ୍ର ବେହେରା, କେ ରବୀନ୍ଦ୍ର ଏବଂ ଦୀପକ କୁମାର ସାହୁକା। ସମସ୍ତ ଅଭିଯୁକ୍ତଙ୍କ ଘର ଗଜପତି ଜିଲ୍ଲାରେ ବୋଲି ସୋମବାର ପୋଲିସ କମିଶନର ପ୍ରେସ୍‌ମିଟ୍‌ କରି ସୂଚନା ଦେଇଛନ୍ତି ।…

ଭୁବନେଶ୍ୱର: ଭୁବନେଶ୍ୱର ଚନ୍ଦକା ଜଙ୍ଗଲ ରାସ୍ତା କଡ଼ରୁ ଟ୍ୟାକ୍ସି ଡ୍ରାଇଭର ବିଦ୍ୟାଧର ସାହୁ ମୃତ୍ୟୁ ଘଟଣା । ୪ ଜଣଙ୍କୁ ଗିରଫ କଲା ବଡଗଡ଼ ଥାନା ପୋଲିସ। ଗିରଫ ଅଭିଯୁକ୍ତ ମାନେ ହେଲେ ଏନ ଦିଲ୍ଲୀପ କୁମାର, ରମେଶ ଚନ୍ଦ୍ର ବେହେରା, କେ ରବୀନ୍ଦ୍ର ଏବଂ ଦୀପକ କୁମାର ସାହୁକା। ସମସ୍ତ ଅଭିଯୁକ୍ତଙ୍କ ଘର ଗଜପତି ଜିଲ୍ଲାରେ ବୋଲି ସୋମବାର ପୋଲିସ କମିଶନର ପ୍ରେସ୍‌ମିଟ୍‌ କରି ସୂଚନା ଦେଇଛନ୍ତି । ବିଦ୍ୟାଧର ସାହୁ ମୃତ୍ୟୁ ମାମଲାରେ ଅପହରଣ, ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ୪ ଗିରଫ ହୋଇଛନ୍ତି । ଜବ୍‌ ଦେବାକୁ କହି ଏମାନଙ୍କ ଠାରୁ ଟଙ୍କା ଓ ଡକ୍ୟୁମେଣ୍ଟ ନିଆଯାଇଥିଲା । ଟଙ୍କା ଓ ଡକ୍ୟୁମେଣ୍ଟ ଫେରସ୍ତ ପାଇଁ ଏମାନେ ବିଦ୍ୟାଧରକୁ କହୁଥିଲେ । କିନ୍ତୁ ବିଦ୍ୟାଧର ଧରାଛୁଆଁ ନ ଦେବାରୁ ୧୬ ତାରିଖରେ ତାଙ୍କୁ ଅପହରଣ କରିଥିଲେ ଯୁବକ । ବିଦ୍ୟାଧର ଏମାନଙ୍କ ହେପାଜତରେ ଯାଜପୁରରେ ଆତ୍ମହତ୍ୟା କରିଥିଲେ । ମୃତଦେହ ଚନ୍ଦକା ଆଣି ଗଛରେ ଟାଙ୍ଗି ଆତ୍ମହତ୍ୟାର ରୂପ ଦେବାକୁ ଚାହୁଁଥିଲେ ଉକ୍ତ ଅଭିଯୁକ୍ତ ।

ସୂଚନା ଅନୁସାରେ, କ୍ୟାବ୍ ଡ୍ରାଇଭର୍ ବିଦ୍ୟାଧର ସାହୁ ଜଣେ ମହିଳା କନ୍ସଲଟାଣ୍ଟ ପାଖରେ କାମ କରୁଥିଲେ । ଉକ୍ତ ମହିଳାଙ୍କ ନାଁ ଜ୍ୟୋସ୍ନା, ସେ ବିଭିନ୍ନ ସରକାରୀ ଓ ବେସରକାରୀ ଚାକିରି ଦେବାକୁ କହି ବିଭିନ୍ନ ଲୋକଙ୍କ ଠାରୁ ୫ କୋଟିରୁ ଅଧିକ ଟଙ୍କା ଠକେଇ କରିଛନ୍ତି । ଆଉ ଜ୍ୟୋସ୍ନାଙ୍କ ଠକେଇ ରାକେଟ୍‌ରେ ବିଦ୍ୟାଧର ସାଜିଥିଲେ ମଧ୍ୟସ୍ଥି । କ୍ୟାବ୍ ଚାଳକ ବିଦ୍ୟାଧରଙ୍କ ଜରିଆରେ ଜ୍ୟୋସ୍ନା ଚାକିରି କରାଇ ଦେବାକୁ ଟଙ୍କା ଆଦାୟ କରୁଥିଲେ । ହେଲେ ଚାକିରି ନ ପାଇ ଟଙ୍କା ଦେଇଥିବା ଲୋକ ବିଦ୍ୟାଧରଙ୍କୁ ଧରିଥିଲେ, ଟଙ୍କା ମାଗିଥିଲେ । ଆଉ ବିଦ୍ୟାଧର ଟଙ୍କା ଦେଇ ନ ପାରିବାରୁ ୧୫ ତାରିଖରେ ଠକେଇର ଶିକାର କିଛି ଜଣ ତାଙ୍କୁ ଅପହରଣ କରି ଯାଜପୁର ନେଇ ଯାଇଥିଲେ । ଅପହରଣକାରୀ ବିଦ୍ୟାଧରଙ୍କୁ ଯାଜପୁର ନେଇ ଏକ ଘରେ ତାଲା ପକାଇ ରଖିଥିଲେ । ତାଲା ଖୋଲିବା ବେଳକୁ ବିଦ୍ୟାଧର ଗାମୁଛା ଲଗାଇ ଝୁଲି ପଡ଼ିଥିବା ଦେଖିଥିଲେ । ମୃତ୍ୟୁ ପରେ ଡରି ଯାଇ ମୃତଦେହକୁ ତାଙ୍କ କାରରେ ଆଣି ଚନ୍ଦକା ଜଙ୍ଗଲରେ ଫିଙ୍ଗି ଦେଇଥିଲେ ଅପହରଣକାରୀ । ଅପହରଣକାରୀଙ୍କ କବ୍‌ଜାରେ କ୍ୟାବ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବାରୁ ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି । ତେବେ ଅପହରଣ ପଛର କାରଣ ଚାକିରି ନାଁରେ କୋଟି କୋଟି ଟଙ୍କା ଠକେଇ ବୋଲି ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *