ଦୁର୍ଗା ପୂଜା ଭସାଣ ବେଳେ ଗୋଷ୍ଠୀ ସଂଘର୍ଷ, ଫାଟିଲା ଡ଼ିସିପିଙ୍କୁ ମୁଣ୍ଡ

କଟକ: ଦୁର୍ଗା ପୂଜା ଭସାଣ ବେଳେ ଗୋଷ୍ଠୀ ସଂଘର୍ଷ l କଟକ ଦରଘା ବଜାର ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ କାରଣରୁ ୬ ଗୁରୁତର ହୋଇଥିବା ବେଳେ ଡିସିପି ଆହତ ହୋଇଛନ୍ତି l କାଚ ଓ ପଥର ମାଡରେ କଟକ ଡିସିପି ରିଷିକେଶ ଖିଲାରୀ ଆହତ ହୋଇଛନ୍ତି l ଝାଞ୍ଜିରମଙ୍ଗଳା ପୂଜା କମିଟିର ଭସାଣ ବେଳେ ଗୋଷ୍ଠୀ ସଂଘର୍ଷ ହୋଇଥିବା ନେଇ ସୂଚନା ମିଳିଛି l ଗୀତ ବଜାଇବାକୁ ବିରୋଧ କରିବାରୁ…

କଟକ: ଦୁର୍ଗା ପୂଜା ଭସାଣ ବେଳେ ଗୋଷ୍ଠୀ ସଂଘର୍ଷ l କଟକ ଦରଘା ବଜାର ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ କାରଣରୁ ୬ ଗୁରୁତର ହୋଇଥିବା ବେଳେ ଡିସିପି ଆହତ ହୋଇଛନ୍ତି l କାଚ ଓ ପଥର ମାଡରେ କଟକ ଡିସିପି ରିଷିକେଶ ଖିଲାରୀ ଆହତ ହୋଇଛନ୍ତି l ଝାଞ୍ଜିରମଙ୍ଗଳା ପୂଜା କମିଟିର ଭସାଣ ବେଳେ ଗୋଷ୍ଠୀ ସଂଘର୍ଷ ହୋଇଥିବା ନେଇ ସୂଚନା ମିଳିଛି l ଗୀତ ବଜାଇବାକୁ ବିରୋଧ କରିବାରୁ ଢେଲାମାଡ଼ କରାଯାଇଥିବାନେଇ ଜଣାପଡିଛି l ସୁରକ୍ଷା ପାଇଁ ରାପିଡ଼ ଆକ୍ସନ ଫୋର୍ସ ଓ ସିଆରପିଏଫ ଫୋର୍ସ ମୁତୟନ ହୋଇଛି l

ଝାଞ୍ଜିରିମଙ୍ଗଳା ପୂଜା କମିଟିର ଭସାଣ ଶୋଭାଯାତ୍ରା ବେଳେ ଗଣ୍ଡଗୋଳ ହୋଇଛି । ଉଭୟ ଗୋଷ୍ଠୀ ପରସ୍ପର ଉପରେ ଢେଲା ପଥର ଓ କାଚ ବୋତଲ ମାଡ଼ କରିଛନ୍ତି । ପୂଜା ଭସାଣ ବେଳେ ଗୀତ ବଜାଇବାକୁ କେନ୍ଦ୍ର କରି ହୋଇଛି ଗୋଷ୍ଠୀ ସଂଘର୍ଷ। ଢେଲା ମାଡ଼ରେ କଟକ ଡିସିପିଙ୍କ ମୁଣ୍ଡ ଫାଟିଲା। କାଚ ଓ ପଥର ମାଡରେ କଟକ ଡିସିପି ରିଷିକେଶ ଖିଲାରୀ ଆହତ ହୋଇଛନ୍ତି l ଢେଲା ମାଡ଼ରେ ଡିସିପିଙ୍କ ଆଖି ପତା ଫାଟି ପ୍ରବଳ ରକ୍ତସ୍ରାବ ହୋଇଥିଲା l ତୁରନ୍ତ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା l ସେପଟେ ଝାଞ୍ଜିରମଙ୍ଗଳା ପୂଜା କମିଟିର ଭସାଣ ବେଳେ ଗୋଷ୍ଠୀ ସଂଘର୍ଷ ହୋଇଥିବା ବେଳେ ଦେବୀଗଡା ଅଭିମୁଖେ ଯାଉଥିବା ମେଢ ଗୁଡିକ ରାସ୍ତାରେ ଅଟକି ରହିଛନ୍ତି l ସେପଟେ ରାଉସପାଟଣା ଭସାଣ ଶୋଭାଯାତ୍ରା ବେଳେ ମଧ୍ୟ ଗଣ୍ଡଗୋଳ ହୋଇଛି । ହାତୀ ପୋଖରୀ ଦେଇ ଶୋଭାଯାତ୍ରା ଯିବା ସମୟରେ ଆକ୍ରମଣ ଓ ଭଙ୍ଗାରୁଜା ହୋଇଛି । ଦୁଇଟି ପୃଥକ ଗୋଷ୍ଠୀ ସଂଘର୍ଷ ଘଟଣାରେ ୬ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *