ସ୍ଥିତି ସ୍ଵାଭାବିକ, କୌଣସି ନଦୀରେ ନାହିଁ ବନ୍ୟା ପରିସ୍ଥିତି

ଭୁବନେଶ୍ଵର: ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି । ଏନେଇ ସୂଚନା ଦେଇଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ । ସବୁ ସ୍ଥାନରେ ବିପଦ ସଂକେତ ଠାରୁ ତଳେ ଜଳ ପ୍ରବାହିତ ହେଉଛି । ମୁଣ୍ଡଳୀରେ ସ୍ଥିତି ସ୍ୱାଭାବିକ ଥିବାରୁ ଅନ୍ୟ ସବୁଠି ମଧ୍ୟ ସ୍ୱାଭାବିକ ରହିଛି । ସେପଟେ ଭଟ୍ଟାରିକାଙ୍କ ମନ୍ଦିର ପାଦଦେଶକୁ ଛୁଇଁଛି ବନ୍ୟାଜଳ । ଭଟ୍ଟାରିକା ମନ୍ଦିର ବେଢାରେ ପଶିଲା ବନ୍ୟାଜଳ । ବନ୍ୟାଜଳ ଯଦିଓ ମା’ଙ୍କ…

ଭୁବନେଶ୍ଵର: ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି । ଏନେଇ ସୂଚନା ଦେଇଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ । ସବୁ ସ୍ଥାନରେ ବିପଦ ସଂକେତ ଠାରୁ ତଳେ ଜଳ ପ୍ରବାହିତ ହେଉଛି । ମୁଣ୍ଡଳୀରେ ସ୍ଥିତି ସ୍ୱାଭାବିକ ଥିବାରୁ ଅନ୍ୟ ସବୁଠି ମଧ୍ୟ ସ୍ୱାଭାବିକ ରହିଛି । ସେପଟେ ଭଟ୍ଟାରିକାଙ୍କ ମନ୍ଦିର ପାଦଦେଶକୁ ଛୁଇଁଛି ବନ୍ୟାଜଳ । ଭଟ୍ଟାରିକା ମନ୍ଦିର ବେଢାରେ ପଶିଲା ବନ୍ୟାଜଳ । ବନ୍ୟାଜଳ ଯଦିଓ ମା’ଙ୍କ ମନ୍ଦିରକୁ ଛୁଇଁଛି ତଥାପି ମାଙ୍କ ଗର୍ଭଗୃହକୁ ପଶିନି ।

ତେବେ ରାଜ୍ୟରେ କୌଣସି ନଦୀରେ ବନ୍ୟା ସ୍ଥିତି ନାହିଁ । ୩ଟି ବ୍ଲକ୍‌ ମୁଖ୍ୟାଳୟରେ ୫୦ମିମି ଉପରେ ବର୍ଷା ହୋଇଛି । ସବୁ ସ୍ଥାନରେ ବିପଦ ସଂକେତ ଠାରୁ ତଳେ ଜଳ ପ୍ରବାହିତ ହେଉଛି । ଲଘୁଚାପ ଜନିତ ବର୍ଷା ବିଶେଷ ହୋଇନାହିଁ । ସେପଟେ ଜଳ ଭଣ୍ଡାରର କିଛି ଗେଟ୍‌ ମଧ୍ୟ ବନ୍ଦ କରାଯାଇଛି ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ । ସେପଟେ ଉତ୍ତର ଆଣ୍ଡାମାନ ସାଗର ଉପରେ ଆସନ୍ତା ୩୦ ତାରିଖ ଆଡ଼କୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହାର ପ୍ରଭାବରେ ଅକ୍ଟୋବର ୧ ତାରିଖକୁ ଉତ୍ତର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ବର୍ଷା ପରିମାଣ ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *