ଟିଟିଲାଗଡ଼: ହୋଟେଲ୍ ମାଲିକଙ୍କୁ ହତ୍ୟା ଉଦ୍ୟମ ଘଟଣାର ପର୍ଦ୍ଦାଫାସ । ମୁଖ୍ୟ ଅଭିଯୁକ୍ତ ଅଙ୍କୁର ଅଗ୍ରୱାଲ ହତ୍ୟା ପାଇଁ ୫ ଲକ୍ଷ ସୁପାରି ଦେଇଥିଲା । ୫ ଲକ୍ଷ ସୁପାରି ଦେଇଥିବା ନେଇ ସୂଚନା ଦେଲେ ବଲାଙ୍ଗିର ଏସ୍ପି । ୫ ଲକ୍ଷ ସୁପାରି ନେଇଥିବା ଭକ୍ତବନ୍ଧୁ ସର୍ଖେଲ, ନରେଶ ବେହେରା ମଧ୍ୟ ଗିରଫ । ଅଙ୍କୁର ଏକ ତରଫା ଭାବେ ହୋଟେଲ ମାଲିକଙ୍କ ପତ୍ନୀଙ୍କୁ ଭଲ ପାଉଥିଲା । ହୋଟେଲ ମାଲିକଙ୍କ ପତ୍ନୀଙ୍କ ଫଟୋକୁ ଅଶ୍ଳୀଳ ଏଡିଟ୍ କରି ପଠାଉଥିଲା । ତଥାପି ଉଦ୍ଦେଶ୍ୟ ପୂରଣ ନ ହେବାରୁ ସୁପାରି ଦେଇ ହତ୍ୟା ଉଦ୍ୟମ କରିଥିଲା ଅଙ୍କୁର।
ସେପଟେ ଗିରଫ ବ୍ୟବସାୟୀ ଅଙ୍କୁର ଅଗ୍ରୱାଲ ନାଁରେ ଆଉ ଏକ ମାମଲା ରୁଜୁ ହୋଇଛି । ନକଲି ସିମ୍ ବ୍ୟବହାର ନେଇ ସିନ୍ଧେକେଲା ଥାନାରେ ମାମଲା ରୁଜୁ ହୋଇଛି । ନକଲି ସିମ୍ ବ୍ୟବହାର କରି ମହିଳାଙ୍କ ନଗ୍ନ ଫଟୋ ଛାଡ଼ି ବ୍ଲାକମେଲ୍ କରୁଥିବା ନେଇ ଅଭିଯୋଗ । ତେବେ ଅଧିକ ତଥ୍ୟ ପାଇଁ ଅଙ୍କୁର ଅଗ୍ରୱାଲକୁ ରିମାଣ୍ଡରେ ଆଣିବ ପୋଲିସ । ହୋଟେଲ୍ ବ୍ୟବସାୟୀଙ୍କୁ ହତ୍ୟା ଉଦ୍ୟମ ଷଡ଼ଯନ୍ତ୍ରରେ ଏବେ ଜେଲ୍ରେ ଅଛି ଅଙ୍କୁର । ବିନା ନମ୍ବର ପ୍ଲେଟ୍ ଥିବା ବୋଲେରୋ ଚଢ଼ାଇ ହତ୍ୟା ଉଦ୍ୟମ କରିଥିଲା ।
ଗତ ୨୮ ତାରିଖରେ ଟିଟିଲାଗଡ଼ରେ ଜଣେ ହୋଟେଲ ମାଲିକ ଶିବଦୟାଲ ଜୈନ ସ୍କୁଟିରେ ଘରକୁ ଫେରୁଥିବା ବେଳେ ପଛପଟୁ ଏକ ବୋଲେରୋ ତାଙ୍କୁ ପିଛା କରିଥିଲା । ଧଳା ରଙ୍ଗର ନମ୍ୱର ବିହୀନ ବୋଲେରୋ ବିଡିସିସି ବ୍ୟାଙ୍କ ଆଗରେ ନିଛାଟିଆ ସ୍ଥାନ ଦେଖି ତାଙ୍କ ସ୍କୁଟିକୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ଶିବଦାୟଲଙ୍କୁ ପରିବାର ଲୋକେ ଉଦ୍ଧାର କରି ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।
