ଭୁବନେଶ୍ଵର: ଦିନକୁ ଦିନ ବଢ଼ିବାରେ ଲାଗିଛି ସୁନା ଦର। ଆଜି ସୁନା ଦର ୧ ଲକ୍ଷ୍ୟ ୧୨ ହଜାର ପାର କରିଛି । ତେଣୁ ଲୋକେ ମଧ୍ୟ ଚିନ୍ତାରେ । କେବେ ଆଉ କମିବ ସୁନା ଦର ତାକୁ ନେଇ ଚିନ୍ତାରେ । ଏବେ ହିଁ ହେଉଛି ସୁନା କିଣିବା ପାଇଁ ବେଷ୍ଟ ସମୟ । ଆଗକୁ ଏ ଦର ଆହୁରି ବଢିବ । ବିଶ୍ବ ବଜାରରେ ଅସ୍ଥିରତା ପରେ ସରକାର ବି ଟିକେ ଛାନିଆ ହୋଇ ସୁନା ଗଚ୍ଛିତ ରଖିଲେଣି। ସ୍ଥିତି ଦେଖିଲେ ଲାଗୁଛି ଗରିବଙ୍କ ପାଇଁ ସୁନା ଏବେ ସପନ ହେବାକୁ ଯାଉଛି।
ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧, ୧୦,୨୯୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୦୧,୧୦୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧, ୧୦,୨୯୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୦୧,୧୦୦ ଟଙ୍କାକୁ ପହଞ୍ଚିଛି । ମୁମ୍ବାଇରେ ୨୪ କ୍ୟାରେଟ୍ ମୂଲ୍ୟ ୧, ୧୦,୨୯୦ ଟଙ୍କା ଓ ୨୨ କ୍ୟାରେଟ୍ ମୂଲ୍ୟ ୧.୦୧.୧୦୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ୧,୧୦,୪୪୦ ଟଙ୍କା ଓ ୨୨ କ୍ୟାରେଟ୍ ୧,୦୧,୨୫୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ମୂଲ୍ୟ ୧, ୧୦,୭୩୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ମୂଲ୍ୟ ୧.୦୧.୫୦୦ ଟଙ୍କା ରହିଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୧, ୧୦,୨୯୦ ଓ ୧.୦୧.୧୦୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୧, ୩୦,୦୦୦ ଟଙ୍କା ହୋଇଛି । ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୯ ମଧ୍ୟରେ ସୁନା ଦାମ୍ ୭ ଥର ବୃଦ୍ଧି ପାଇଥିବା ବେଳେ ଥରେ ହ୍ରାସ ଓ ୨ ଥର ସ୍ଥିର ରହିଛି ।
