ୟୁ.କେ. ଓଡ଼ିଶା ସମାଜର ୪୬ ତମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳନ

ନୂଆଦିଲ୍ଲୀ: ଓଡ଼ିଶା ସମାଜ ୟୁନାଇଟେଡ କିଙ୍ଗଡମ (ଓସୁକ)ର ୪୬ ତମ ବାର୍ଷିକ  ଉତ୍ସବ ମହା ସମାରୋହରେ ପାଳନ କରାଯାଇଥିବା ଜଣାଯାଇଛି । ଏହି ଉପଲକ୍ଷେ ଲଣ୍ଡନର ୱର୍କସାୟାର କାଉଁଟି ଅନ୍ତର୍ଗତ ମେଡେନହେଡ୍ ସ୍ଥିତ ସୁନ୍ଦର, ସୁରମ୍ୟ, ସବୁଜିମା ଘେରା ଉତ୍ସବସ୍ଥଳକୁ ଖୁବ ଭବ୍ୟ ଢଙ୍ଗରେ ସଜାଯାଇଥିବା ଦେଖା ଯାଇଥିଲା । ସମଗ୍ର ପରିବେଷ୍ଟନୀକୁ ଏକ ଛୋଟ ଓଡ଼ିଶାର ସ୍ୱରୂପ ପ୍ରଦାନ କରାଯିବାର ଦୃଶ୍ୟ ବେଶ ମର୍ମସ୍ପର୍ଶୀ ଥିଲା । ଏଠାରେ…

ନୂଆଦିଲ୍ଲୀ: ଓଡ଼ିଶା ସମାଜ ୟୁନାଇଟେଡ କିଙ୍ଗଡମ (ଓସୁକ)ର ୪୬ ତମ ବାର୍ଷିକ  ଉତ୍ସବ ମହା ସମାରୋହରେ ପାଳନ କରାଯାଇଥିବା ଜଣାଯାଇଛି । ଏହି ଉପଲକ୍ଷେ ଲଣ୍ଡନର ୱର୍କସାୟାର କାଉଁଟି ଅନ୍ତର୍ଗତ ମେଡେନହେଡ୍ ସ୍ଥିତ ସୁନ୍ଦର, ସୁରମ୍ୟ, ସବୁଜିମା ଘେରା ଉତ୍ସବସ୍ଥଳକୁ ଖୁବ ଭବ୍ୟ ଢଙ୍ଗରେ ସଜାଯାଇଥିବା ଦେଖା ଯାଇଥିଲା । ସମଗ୍ର ପରିବେଷ୍ଟନୀକୁ ଏକ ଛୋଟ ଓଡ଼ିଶାର ସ୍ୱରୂପ ପ୍ରଦାନ କରାଯିବାର ଦୃଶ୍ୟ ବେଶ ମର୍ମସ୍ପର୍ଶୀ ଥିଲା । ଏଠାରେ ଆୟୋଜିତ ଓସୁକର ଦୁଇ ଦିନିଆ ଅଧିବେଶନ କାଳରେ ଓଡ଼ିଆ ସମ୍ପ୍ରଦାୟର ସମ୍ମିଳିତ ନେତୃତ୍ୱର ଅଭ୍ୟୁଦୟ,ସାମୁହିକ ବିକାଶର ନିଦର୍ଶନ ଏବଂ ସଂଗଠିତ ଅସ୍ମିତାର  ପ୍ରଦର୍ଶନ ଘଟିଥିଲା।

ସମାବେଶକୁ ସମ୍ବୋଧନ କରି ମୁଖ୍ୟ ଅତିଥି ସାଂସଦ ବୀରେନ୍ଦ୍ର ଶର୍ମା, ସମ୍ମାନିତ ଅତିଥି ମେୟର ମ୍ୟାଣ୍ଡି ବ୍ରାର, କାଉନସିଲର ଗୁର୍ଚ୍ଚ ସିଂହ, ଭାରତୀୟ ହାଇ କମିଶନର ପ୍ରତିନିଧି ଅଜୟ ଠାକୁର, ପଦ୍ମଶ୍ରୀ ଅଦ୍ୱେତ ଗଡ଼ନାୟକ, ସୁଭଦ୍ରା ଆର୍ଟ ଗ୍ୟାଲେରୀର ଅଧ୍ୟକ୍ଷ ସୂର୍ଯ୍ୟ ରଥ ଏବଂ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଲୋକନାଥ ମିଶ୍ର ପ୍ରମୁଖ ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ପଶ୍ଚିମ ଜଗତରେ ଜୀବନ୍ତ ଓ ସକ୍ରିୟ ରଖିବା ନେଇ ଓସୁକର ସାଧୁ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ଓସୁକର ସଂସ୍ଥାପକ ସଦସ୍ୟା ଡଃ.  ନିଶେବିତା ଦାସଙ୍କୁ ସଂସ୍ଥାକୁ ସମୃଦ୍ଧ କରିବା ପାଇଁ ତାଙ୍କର ଉଲ୍ଲେଖନୀୟ ଯୋଗଦାନ ଯୋଗୁଁ ଅତିଥିମାନେ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ। ପତ୍ରିକା ବିଭାଗର ସମ୍ପାଦକ ଡଃ. ରାଜୀନ୍ଦର ସିଂଙ୍କର ତତ୍ତ୍ୱାବଧାନରେ ପ୍ରକାଶିତ ଓସୁକର ସ୍ମରଣିକା ‘ନବ ଗୁଞ୍ଜର’କୁ ଅତିଥିମାନେ ଉନ୍ମୋଚନ କରିଥିଲେ।

ଅଧିବେଶନ ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଲିଉଡ ଓ ଇଂଲଣ୍ଡର ବହୁ ଉଦୀୟମାନ ତଥା ପ୍ରତିଷ୍ଠିତ କଳାକାର  ମାନଙ୍କର ସୃଜନଶୀଳ ଚାତୁର୍ଯ୍ୟ ଦେଖିବାକୁ ମିଳିଥିଲା। ମହୋତ୍ସବର ମୁଖ୍ୟ ଆକର୍ଷଣ ମହାନ ଅଭିନେତା କୁନା ତ୍ରିପାଠୀ, ଓଲିଉଡ ଯୁବ ତାରକା ଦେବାଶିଷ ପାତ୍ର ଏବଂ କମେଡି କିଙ୍ଗ ପାପ୍ପୁ ପମପମଙ୍କର ଦମଦାର ଅଭିନୟ ଥିଲା। ବିଶେଷ କରି କୁନା ତ୍ରିପାଠୀଙ୍କର ଗୁରୁ ଗମ୍ଭୀର ଶିବ ସ୍ତୋତ୍ର ଗାୟନ ଏବଂ ଦେବାଶିଷ ପାତ୍ରଙ୍କ ସହିତ ଡଃ ସୁମିତା ନାୟକଙ୍କର ମଞ୍ଚ ଉପରେ ବୈଦ୍ୟୁତିକ ଗତିରେ ନୃତ୍ୟ ପରିବେଷଣ ଦର୍ଶକମାନଙ୍କୁ ବିମୋହିତ କରିଦେଇଥିଲା।

ଅନ୍ୟାନ୍ୟ ଉଲ୍ଲେଖଯୋଗ୍ୟ ସାଂସ୍କୃତିକ ପ୍ରସ୍ତୁତି ମଧ୍ୟରେ ତୁଳିକା ତ୍ରିପାଠୀ ଓ ପ୍ରେମ ସାହୁଙ୍କର ଓଡ଼ିଶୀ ନୃତ୍ୟ, ଶୁଭଶ୍ରୀ ସାହୁଙ୍କର ନେତୃତ୍ବରେ ଉତ୍କଳିକା ଟିମର ସମ୍ବଲପୁରୀ ନୃତ୍ୟ, ଇପସିତା ପଣ୍ଡା, ଡଃ. କପିଳ ମିତ କାଉର ଏବଂ କୁଲଦୀପ ପଟ୍ଟନାୟକଙ୍କର ସଙ୍ଗୀତ ପରିବେଷଣ ଏବଂ ମୌସୁମୀ ମିଶ୍ରଙ୍କର ଭଜନ ଖୁବ୍ ଉଚ୍ଚକୋଟୀର ଥିଲା। ଏହା ବ୍ୟତୀତ ଉତ୍ସବରେ ବିଭିନ୍ନ ଧରଣର କ୍ରୀଡ଼ା ଓ ଚିତ୍ରାଙ୍କନ ପ୍ରତିଯୋଗିତା, କୌଶଳ ବିନିମୟ କର୍ମଶାଳା ଏବଂ ରାମୋଲି କ୍ରିଏସନ଼ ଦ୍ୱାରା ପ୍ରସ୍ତୁତ ଫ୍ୟାଶନ ଶୋ ଆଦି ମଧ୍ୟ ସ୍ଥାନ ପାଇଥିଲା। ଜସ  ଲାଇଭ ଡିଜିଟାଲ ମଞ୍ଚକୁ ଚିତ୍ତାକର୍ଷକ କରିବାର ସମସ୍ତ ସରଞ୍ଜାମ ଯୋଗାଇ ଥିଲେ।ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ସୁଦକ୍ଷ ଉପସ୍ଥାପିକା ଦିଶିତା ରାଉତ ଓ ଶୁଭଶ୍ରୀ ସାହୁ ଖୁବ୍ ସୂଚାରୁ ରୂପେ ସଞ୍ଚାଳନା କରିଥିଲେ। ଅନ୍ତାକ୍ଷରୀ ପ୍ରତିଯୋଗୀତାକୁ ଡଃ. ଲିପି ପ୍ରଧାନ ଏବଂ ଡଃ.ସଙ୍ଗୀତା ଦାସ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *