ଚେନ୍ନାଇ: ଲୁଚି ଲୁଚି ନିର୍ବନ୍ଧ କରିନେଲେ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଏବଂ ଅବିନେତା ବିଜୟ ଦେବରକୋଣ୍ଡା । ପରିବାର ଏବଂ ନିକଟତର ବନ୍ଧୁମାନଙ୍କ ଉପସ୍ଥିତିରେ ଦକ୍ଷିଣ ସିନେ ସୁପରଷ୍ଟାର ବିଜୟ ଦେବରକୋଣ୍ଡାଙ୍କ ସହ ରଶ୍ମିକାଙ୍କ ନିର୍ବନ୍ଧ ହୋଇଥିବା ଜଣାପଡ଼ିଛି। ଜାତୀୟ ଗଣମାଧ୍ୟମ ସଂସ୍ଥା ଅନୁଯାୟୀ, ଉଭୟ ୨୦୨୬ ଫେବୃଆରୀରେ ବିବାହ କରିବାକୁ ଯାଉଛନ୍ତି ବୋଲି ସୂଚନା ମିଳିଛି। ଯଦିଓ ଉଭୟଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ସେମାନଙ୍କର ବିବାହ କିମ୍ବା ନିର୍ବନ୍ଧ ସଂକ୍ରାନ୍ତରେ ଘୋଷଣା ହୋଇନାହିଁ। ଗୋପନୀୟତା କାରଣରୁ ଉଭୟ ଏହି ଖବରକୁ ଲୁଚାଇ ରଖିଛନ୍ତି।
ରିପୋର୍ଟ ଅନୁସାରେ ଅକ୍ଟୋବର ୩ ତାରିଖରେ ବିଜୟ ଦେବରକୋଣ୍ଡାଙ୍କ ଘରେ ନିର୍ବନ୍ଧ ହୋଇଥିଲା। ଏହି ପାର୍ଟିରେ କେବଳ ବନ୍ଧୁ ଏବଂ ପରିବାର ସଦସ୍ୟ ଉପସ୍ଥିତ ଥିଲେ। ଏହା ଏକ ଅତ୍ୟନ୍ତ ଘନିଷ୍ଠ ସମାରୋହ ଥିଲା। ଦୁହେଁ ଫେବୃଆରୀ ୨୦୨୬ରେ ବିବାହ କରିବେ। ସେମାନଙ୍କର ଏକ ଡେଷ୍ଟିନେସନ୍ ୱେଡିଂ ହେବ। କହିବାକୁ ଗଲେ ରଶ୍ମିକା ଦୁବାଇର ଏକ କାର୍ଯ୍ୟକ୍ରମରୁ ଭାରତ ଫେରିବା ପରେ ତାଙ୍କ ଆଙ୍ଗୁଠିରେ ଏକ ମୁଦି ଦେଖିବାକୁ ମିଳିଥିଲା। ସେତେବେଳେ ମଧ୍ୟ ପ୍ରଶଂସକମାନେ ଅନୁମାନ କରୁଥିଲେ ଯେ ସେ ଏବଂ ବିଜୟ ନିର୍ବନ୍ଧ କରିସାରିଛନ୍ତି, କିନ୍ତୁ ତାହା ହୋଇନଥିଲା। ଅକ୍ଟୋବର ୩ ତାରିଖରେ ଦୁହେଁ ନିର୍ବନ୍ଧ କରିଥିଲେ। ପ୍ରଶଂସକମାନେ ସେମାନଙ୍କୁ ଅଭିନନ୍ଦନ ଜଣାଉଛନ୍ତି।
ସୂଚନାଯୋଗ୍ୟ ଯେ ରଶ୍ମିକା ଏବଂ ବିଜୟ ଗୀତା ଗୋବିନ୍ଦମ ଚଳଚ୍ଚିତ୍ରରେ ଏକାଠି କାମ କରିଥିଲେ। ସେମାନେ ଅନେକ ବର୍ଷ ଧରି ଡେଟିଂ କରୁଥିଲେ। ହେଲେ ସେମାନଙ୍କ ମଧ୍ୟରୁ କେହି ପରସ୍ପରର ନାମ ନେଇ ନଥିଲେ, କିନ୍ତୁ ସାକ୍ଷାତକାରରେ ନିଶ୍ଚିତ ଭାବରେ ସେମାନଙ୍କର ସମ୍ପର୍କ ଘୋଷଣା କରିଥିଲେ। ସେମାନଙ୍କୁ ପ୍ରାୟତଃ ଡେଟ୍ ଏବଂ ଛୁଟିରେ ଏକାଠି ଦେଖିବାକୁ ମିଳିଥିଲା। ଏବେ, ସେମାନେ ନିର୍ବନ୍ଧ କରି ପ୍ରଶଂସକମାନଙ୍କୁ ଖୁସି ଖବର ଦେଇଛନ୍ତି
