ବିଶ୍ଵକର୍ମା ଅର୍ଥାତ ବିଶ୍ଵର ରଚୟିତା

ଭୁବନେଶ୍ଵର: ଆଜି ବିଶ୍ଵ ବିନ୍ଧାଣୀ ବିଶ୍ଵକର୍ମାଙ୍କ ପୂଜା। ସାରା ରାଜ୍ୟରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜାକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି। ପ୍ରାଚୀନ ଗ୍ରନ୍ଥ ଉପନିଷଦ ଏବଂ ପୁରାଣ ଆଦି ଅବଲୋକନ କଲେ ଜଣାପଡ଼େ ବିଶ୍ଵକର୍ମା ହେଉଛନ୍ତି ଶ୍ରେଷ୍ଠ ଶିଳ୍ପୀ । ଆଦି କାଳରେ ବିଶ୍ଵକର୍ମା ତାଙ୍କର ବିଶିଷ୍ଟ ଶିଳ୍ପ ଜ୍ଞାନ ଏବଂ ବିଜ୍ଞାନ ଗୁଣ ଯୋଗୁଁ ଦେବତା ଓ ମାନବ ଦ୍ଵାରା ପୂଜିତ । ବିଶ୍ଵକର୍ମା ଅନ୍ୟ ଅର୍ଥରେ ବିଶ୍ଵର…

ଭୁବନେଶ୍ଵର: ଆଜି ବିଶ୍ଵ ବିନ୍ଧାଣୀ ବିଶ୍ଵକର୍ମାଙ୍କ ପୂଜା। ସାରା ରାଜ୍ୟରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜାକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି। ପ୍ରାଚୀନ ଗ୍ରନ୍ଥ ଉପନିଷଦ ଏବଂ ପୁରାଣ ଆଦି ଅବଲୋକନ କଲେ ଜଣାପଡ଼େ ବିଶ୍ଵକର୍ମା ହେଉଛନ୍ତି ଶ୍ରେଷ୍ଠ ଶିଳ୍ପୀ । ଆଦି କାଳରେ ବିଶ୍ଵକର୍ମା ତାଙ୍କର ବିଶିଷ୍ଟ ଶିଳ୍ପ ଜ୍ଞାନ ଏବଂ ବିଜ୍ଞାନ ଗୁଣ ଯୋଗୁଁ ଦେବତା ଓ ମାନବ ଦ୍ଵାରା ପୂଜିତ । ବିଶ୍ଵକର୍ମା ଅନ୍ୟ ଅର୍ଥରେ ବିଶ୍ଵର ସୃଷ୍ଟି କର୍ତ୍ତା ।

ସେପଟେ ବିଶ୍ଵକର୍ମା ପୂଜା ପାଇଁ ଉତ୍ସବ ମୁଖର ରାଜ୍ୟର ସମସ୍ତ ଶିଳ୍ପନଗରୀ। ପାରାଦୀପ, ଅନୁଗୁଳ ଓ ରାଉରକେଲାରେ ବେଶ ଧୂମଧାମର ସହ ହେଉଛି ବିଶ୍ଵକର୍ମା ପୂଜା। ବିଭିନ୍ନ ପୂଜା କମିଟି ପକ୍ଷରୁ ସୁଉଚ୍ଚ ତୋରଣ ପ୍ରସ୍ତୁତ ହୋଇଛି।ପାରାଦୀପର ବିଶ୍ଵକର୍ମା ପୂଜାରେ ଲକ୍ଷାଧିକ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ବନ୍ଦର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ପାରାଦୀପରେ ଦର୍ଶକଙ୍କ ସୂରକ୍ଷା ପାଇଁ ୪୦ ଟି ସିସିଟିଭି କ୍ୟାମେରା, ନେହେରୁବଙ୍ଗଳା ଓ ବାଲିଯାତ୍ରା ପଡ଼ିଆ ସମୁଦ୍ର ନିକଟରେ ବ୍ୟାପକ ପୋଲିସ ବ୍ୟବସ୍ଥା, ପାର୍କିଂ ଓ ଟ୍ରାଫିକ ବ୍ୟବସ୍ଥା ସହିତ ପାଖାପାଖି ୨୦ ରୁ ଉର୍ଦ୍ଧ୍ୱ ମେଢ଼ ବା ତୋରଣ ନିକଟରେ ସୁରକ୍ଷାକୁ କଡାକଡି କରିବାକୁ ପ୍ରଶାସନକୁ କୁହାଯାଇଥିଲା। ଅନୁଗୁଳ ନାଲକୋ ନଗର ବିଶ୍ୱକର୍ମା ପୂଜାରେ ମଧ୍ୟ ବେଶ ଧୂମଧାନରେ ଆୟୋଜନ ହେଉଛି। ଏଠାରେ ପୂଜା ଦେଖିବାକୁ ଲକ୍ଷାଧିକ ଲୋକଙ୍କ ଭିଡ଼ ଜମିଥାଏ।

ବିଶ୍ଵକର୍ମା ଅନ୍ୟ ଅର୍ଥରେ ବିଶ୍ଵର ସୃଷ୍ଟି କର୍ତ୍ତା । ଅନନ୍ତଶାୟୀ ନାରାୟଣଙ୍କ ନାଭିକମଳରୁ ଉତ୍ପନ୍ନ ହୋଇଥିବା ତ୍ରିକାଳଦର୍ଶୀ ବ୍ରହ୍ମା ହେଉଛନ୍ତି ସୃଷ୍ଟି କର୍ତ୍ତା । ଏଣୁ ବିଶ୍ଵକର୍ମାଙ୍କୁ ବ୍ରହ୍ମାରୂପେ କଳ୍ପନା କରି ପୂଜା କରାଯାଏ । ପୁରାଣରୁ ଜଣାଯାଏ ବିଶ୍ଵକର୍ମା ରୂପକ ବ୍ରହ୍ମା ପ୍ରାଣୀ ଜଗତ ସୃଷ୍ଟି ପାଇଁ ୮୪ ଲକ୍ଷ ଯୋନି ଉତ୍ପନ୍ନ କରିଥିଲେ । ବ୍ରହ୍ମା ଶ୍ରୀବିଷ୍ଣୁଙ୍କୁ ଜଗତରେ ଉତ୍ପନ୍ନ କରି ସମସ୍ତ ପ୍ରାଣୀକୁ ରକ୍ଷା ଓ ଭରଷପୋଷଣ ଦାୟିତ୍ଵ ଦେଲେ । ପ୍ରଜାଙ୍କୁ ଠିକ୍ ଓ ସୂଚାରୁ ରୂପେ ପାଳନ ଓ ହୁକୁମ ଦେବା ପାଇଁ ତାଙ୍କୁ ଅତ୍ୟନ୍ତ ଶକ୍ତିଶାଳୀ ତିବ୍ରଗାମୀ ସୁଦର୍ଶନ ଚକ୍ର ପ୍ରଦାନ କଲେ । ସଂସାରର ପ୍ରଳୟ ପାଇଁ ଅତ୍ୟନ୍ତ ଦୟାଳୁ ବାବା ଭୋଳାନାଥ ଶ୍ରୀ ଶଙ୍କରଙ୍କୁ ଦାୟିତ୍ଵ ଦେଲେ। ଭଗବାନ ଶଙ୍କରଙ୍କୁ ଡମ୍ବରୁ, କମଣ୍ଡଳ, ତ୍ରିଶୂଳ ଆଦି ପ୍ରଦାନ କଲେ । ତାଙ୍କ କପାଳରେ ପ୍ରଳୟକାରୀ ତୃତୀୟ ନେତ୍ର ପ୍ରଦାନ କଲେ ଓ ତାଙ୍କୁ ପ୍ରଳୟ ଶକ୍ତି ପ୍ରଦାନ କରି ଶକ୍ତିଶାଳୀ କରିଥିଲେ । ଯଥାନୁସାରେ ପ୍ରତ୍ୟେକ ଦେବତାଙ୍କ ପାଇଁ ଦେବୀ ରାଗ – ରାଗିନୀ ବୀଣାବାଦିନୀ ସରସ୍ଵତୀ, ମା’ ଲକ୍ଷ୍ମୀ, ମା’ ଗୌରୀ ବା ପାର୍ବତୀଙ୍କୁ ଦେଇ ଦେବତାମାନଙ୍କୁ ସୁଶୋଭିତ କରିଥିଲେ ।

Leave a Reply

Your email address will not be published. Required fields are marked *