ଭୁବନେଶ୍ଵର: ସମ୍ଭାବ୍ୟ ଅବପାତଜନିତ ବର୍ଷା ନେଇ ସତର୍କ କରାଇଲେ SRC । VCରେ ୧୮ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ କଥା ହେଲେ SRC । ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ନୂଆପଡ଼ା ଜିଲ୍ଲାର ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତି SRC । ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ନେଇ ଆଲୋଚନା କରିଛନ୍ତି SRC ।
ସେପଟେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ବଡ ସୂଚନା ଦେଇଛନ୍ତି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦରେ ଆଉ ୪ଟି ଗେଟ୍ ଖୋଲିଛୀ । ଏବେ ମୋଟ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ୩ ଲକ୍ଷ ୬୦ ହଜାର କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ଆସନ୍ତାକାଲି ମୁଣ୍ଡଳିରେ ସକାଳ ୮ରୁ ୧୧ଟା ମଧ୍ୟରେ ୬ ଲକ୍ଷ ଜଳ ପ୍ରବାହିତ ହେବ । ଶାଖା ନଦୀ ଗୁଡ଼ିକରେ ଜଳସ୍ତର ବଢିବ, କିନ୍ତୁ ବନ୍ୟା ସ୍ଥିତି ନାହିଁ । ବର୍ଷା କମିଥିବାରୁ କୌଣସି ନଦୀରେ ବନ୍ୟା ସ୍ଥିତି ନାହିଁ ବୋଲି ସୂଚନା ଦେଇଛନ୍ତି ଜଳ ସମ୍ପଦ ମୁଖ୍ୟ ଯନ୍ତ୍ରୀ ଚନ୍ଦ୍ର ଶେଖର ପାଢ଼ୀ । ଆଗକୁ ଥିବା ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶା ପ୍ରଭାବିତ ହେବ। ତେଣୁ ଦକ୍ଷିଣ ଓଡ଼ିଶା ଜିଲ୍ଲା ଗୁଡ଼ିକରେ ଥିବା ଜଳଭଣ୍ଡାର ଗୁଡିକରେ ଜଳ ସଂରକ୍ଷଣ ହୋଇ ରହିବ।
