ଋତୁସ୍ରାବ ବେଳେ ପେଟ ଯନ୍ତ୍ରଣାକୁ ନେଇ ଚିନ୍ତିତ କି, ଖାଆନ୍ତୁ ଏହି ଖାଦ୍ୟ…

ଭୁବନେଶ୍ଵର: ଋତୁସ୍ରାବ ସମୟରେ ମହିଳାଙ୍କ ପେଟ ଯନ୍ତ୍ରଣା ଅଧିକ ହୋଇଥାଏ । ଏହି ଯନ୍ତ୍ରଣା ବେଳେବେଳେ ଏତେ ଅଧିକ ବଢ଼ିଯାଏ ଯେ ଆପଣ ପ୍ରତିଦିନର କାମ ଠିକ୍‌ ଭାବେ କରିପାରନ୍ତି ନାହିଁ । ତେବେ ଏହି କଷ୍ଟକୁ ଦୂର କରିବା ପାଇଁ ମେଡିକାଲ ଷ୍ଟୋରରେ ଅନେକ ପ୍ରକାରର ଔଷଧ ଉପଲବ୍ଧ ଥାଏ । କିନ୍ତୁ ହେଲ୍ଥ ଏକ୍ସପର୍ଟମାନେ ଏହି ସମୟରେ ଔଷଧ ଖାଇବାକୁ ବାରଣ କରନ୍ତି । କିନ୍ତୁ ମହିଳାମାନେ…

ଭୁବନେଶ୍ଵର: ଋତୁସ୍ରାବ ସମୟରେ ମହିଳାଙ୍କ ପେଟ ଯନ୍ତ୍ରଣା ଅଧିକ ହୋଇଥାଏ । ଏହି ଯନ୍ତ୍ରଣା ବେଳେବେଳେ ଏତେ ଅଧିକ ବଢ଼ିଯାଏ ଯେ ଆପଣ ପ୍ରତିଦିନର କାମ ଠିକ୍‌ ଭାବେ କରିପାରନ୍ତି ନାହିଁ । ତେବେ ଏହି କଷ୍ଟକୁ ଦୂର କରିବା ପାଇଁ ମେଡିକାଲ ଷ୍ଟୋରରେ ଅନେକ ପ୍ରକାରର ଔଷଧ ଉପଲବ୍ଧ ଥାଏ । କିନ୍ତୁ ହେଲ୍ଥ ଏକ୍ସପର୍ଟମାନେ ଏହି ସମୟରେ ଔଷଧ ଖାଇବାକୁ ବାରଣ କରନ୍ତି । କିନ୍ତୁ ମହିଳାମାନେ ଏହି କଷ୍ଟ ଦୂର କରିବା ପାଇଁ ଔଷଧ ପରିବର୍ତ୍ତେ ଏମିତି କିଛି ଖାଦ୍ୟ ଖାଇପାରିବେ, ଯାହା ଦ୍ୱାରା ଋତୁସ୍ରାବ କଷ୍ଟ ଦୂର ହୋଇପାରିବ । ତେବେ ଆସନ୍ତୁ ଜାଣିବା କେଉଁ ଖାଦ୍ୟ ଖାଇ ଆପଣ ନିଜ ଋତୁସ୍ରାବ ଯନ୍ତ୍ରଣା ଦୂର କରିବେ ।

କ୍ଷୀର କିମ୍ବା କ୍ଷୀର ଜାତୀୟ ଉତ୍ପାଦ
କ୍ଷୀର ଏବଂ କ୍ଷୀର ଜାତୀୟ ଖାଦ୍ୟ ଯେପରିକି ଦହି ପନୀର ଏବଂ ଲହୁଣୀରେ କ୍ୟାଲସିୟମ ଅଧିକ ଥାଏ । କ୍ୟାଲସିୟମ ମାଂସପେଶୀକୁ ରିଲାକ୍ସ କରିବାରେ ସାହାଯ୍ୟ କରିଥାଏ । ଯାହା ଦ୍ୱାରା ପିରିୟଡ୍‌ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ । ନିୟମିତ ଭାବେ ଦହି କିମ୍ବା କ୍ଷୀର ଖାଇବା ଦ୍ୱାରା ଶରୀର ଥଣ୍ଡା ରୁହେ ।

ଶାଗ :
ପାଳଙ୍ଗ, ମେଥି ଏବଂ ସୋରିଷ ଭଳି ସବୁଜ ଶାଗରେ ଆଇରନ୍‌ ଏବଂ ଫୋଲିକ୍‌ ଏସିଡ୍‌ ଭରପୁର ମାତ୍ରାରେ ଥାଏ । ଏହା ଶରୀରରେ ରକ୍ତ ଅଭାବକୁ ଦୂର କରିଥାଏ । ପିରିୟଡ ସମୟରେ ଏହି ଶାଗ ଖାଇବା ଦ୍ୱାରା ଥକ୍କାପଣ ଦୂର ହୋଇଥାଏ । ସବୁଜ ପରିବା ଖାଇବା ଦ୍ୱାରା ଶରୀରକୁ ଲାଭ ମିଳିଥାଏ ।

ଅଦା :
ଅଦା ଏକ ନେଚୁରାଲ ଆଣ୍ଟି- ଇନଫ୍ଲେମେଟାରୀ, ଯାହା ପିରିୟଡ୍‌ ସମୟରେ ହେଉଥିବା ଯନ୍ତ୍ରଣାକୁ ଦୂର କରିଥାଏ । ଏପରିସ୍ଥିତିରେ ଅଦା ଚା’ କିମ୍ବା ଅଦା ରସ ଆପଣ ପିଇ ପାରିବେ । ଏହା ଶରୀରର ବ୍ଲଡ୍‌ ସର୍କୁଲେସନ୍‌ କୁ ଠିକ୍‌ କରିବା ସହ ଯନ୍ତ୍ରଣାକୁ କମ୍‌ କରିଥାଏ । ଅଦା ସହ ଲେମ୍ବୁ ଏବଂ ମହୁ ମିଶାଇ ସେବନ କଲେ ଯନ୍ତ୍ରଣାରୁ ତୁରନ୍ତ ମୁକ୍ତି ମିଳିବ ।

ନଟସ୍‌ :
ବାଦାମ, ଅଖରୋଟ ଏବଂ ଚିଆ ସିଡସ୍‌ ଭଳି ଖାଦ୍ୟରେ ଓମେଗା-୩ ଫ୍ୟାଟି ଏସିଡ୍‌ ମିଳିଥାଏ, ଯାହା ପିରିୟଡ୍‌ ଯନ୍ତ୍ରଣାକୁ କମ୍‌ କରିବାରେ ସାହାଯ୍ୟ କରିଥାଏ । ଏହାକୁ ଖାଇବା ଦ୍ୱାରା କଷ୍ଟରୁ ମୁକ୍ତି ମିଳିଥାଏ । ନଟସ୍‌ କୁ ସକାଳେ ଖାଲି ପେଟରେ କିମ୍ବା ସାଲାଡ ହିସାବରେ ଖାଇ ପାରିବେ ।

Leave a Reply

Your email address will not be published. Required fields are marked *