ବରୁଣେଇରେ ବାର୍‌ହା କବଳରେ ଥିବା ୫ ପର୍ଯ୍ୟଟକ ଉଦ୍ଧାର, ଜଣେ ପୋଲିସ କର୍ମଚାରୀ ମୃତ

ଖୋର୍ଦ୍ଧା: ବରୁଣେଇରେ ବାର୍‌ହା କବଳରେ ଥିବା ୫ ପର୍ଯ୍ୟଟକ ଉଦ୍ଧାର । ବାର୍‌ହାକୁ ଘଉଡ଼ାଇ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଅଗ୍ନିଶମ ଓ ବନ କର୍ମଚାରୀ । ହିଂସ୍ର ବାର୍‌ହା ଭୟରେ ଗଛ ଉପରେ ଆଶ୍ରୟ ନେଇଥିଲେ ୫ ପର୍ଯ୍ୟଟକ । ପର୍ଯ୍ୟଟକଙ୍କୁ ଉଦ୍ଧାର କରିବାକୁ ଯାଇଥିବା ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ । ସୂଚନା ଅନୁସାରେ, ୬ ଜଣ ପର୍ଯ୍ୟଟକ ବରୁଣେଇ ପାହାଡ଼ରେ ଥିବାବେଳେ ହଠାତ୍ ଏକ ହିଂସ୍ର ବାର୍‌ହା…

ଖୋର୍ଦ୍ଧା: ବରୁଣେଇରେ ବାର୍‌ହା କବଳରେ ଥିବା ୫ ପର୍ଯ୍ୟଟକ ଉଦ୍ଧାର । ବାର୍‌ହାକୁ ଘଉଡ଼ାଇ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଅଗ୍ନିଶମ ଓ ବନ କର୍ମଚାରୀ । ହିଂସ୍ର ବାର୍‌ହା ଭୟରେ ଗଛ ଉପରେ ଆଶ୍ରୟ ନେଇଥିଲେ ୫ ପର୍ଯ୍ୟଟକ । ପର୍ଯ୍ୟଟକଙ୍କୁ ଉଦ୍ଧାର କରିବାକୁ ଯାଇଥିବା ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ।

ସୂଚନା ଅନୁସାରେ, ୬ ଜଣ ପର୍ଯ୍ୟଟକ ବରୁଣେଇ ପାହାଡ଼ରେ ଥିବାବେଳେ ହଠାତ୍ ଏକ ହିଂସ୍ର ବାର୍‌ହା ସେମାନଙ୍କୁ ଆକ୍ରମଣ କରିଥିଲା । ଆତଙ୍କିତ ହୋଇ ଜୀବନ ବଞ୍ଚାଇବା ପାଇଁ ଗଛ ଉପରେ ଚଢ଼ି ପଡ଼ିଥିଲେ ପର୍ଯ୍ୟଟକମାନେ । କିନ୍ତୁ ବାର୍‌ହା ଗଛ ତଳେ ଜଗି ବସିଥିବାରୁ ସେମାନେ ତଳକୁ ଓହ୍ଲାଇ ପାରିନଥିଲେ । ଖବର ପାଇ ପୋଲିସ, ବନ ବିଭାଗ ଓ ଅଗ୍ନିଶମ ବାହିନୀର ଏକ ଟିମ୍‌ ଉଦ୍ଧାର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ । ଦୁର୍ଭାଗ୍ୟବଶତଃ, ଉଦ୍ଧାର କାର୍ଯ୍ୟ ସମୟରେ ଜଣେ ପୋଲିସ କର୍ମଚାରୀ ବାର୍‌ହାର ଆକ୍ରମଣର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି । ପାହାଡ଼ରେ ଉଦ୍ଧାରକାରୀ ଟିମ୍‌ ସମେତ ପର୍ଯ୍ୟଟକମାନେ ଗଛ ଉପରେ ଫସି ରହିଥିଲେ । ବାର୍‌ହା ତଳେ ଜଗି ବସିଥିବାରୁ କେହି ତଳକୁ ଓହ୍ଲାଇ ପାରିନଥିଲେ । ଶେଷରେ ସମସ୍ତ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ବନ ବିଭାଗ ।

Leave a Reply

Your email address will not be published. Required fields are marked *