ବଡ଼ ସଙ୍କେତ ଦେଲେ ଭୂପିନ୍ଦର, ବିଜେଡି ଛାଡ଼ି ହେବେ କି କଂଗ୍ରେସରେ ସାମିଲ!

ଭୁବନେଶ୍ଵର: ବିଜେଡି ଛାଡିବେ କି ଭୂପିନ୍ଦର । ହେଲେଣି କି କଂଗ୍ରେସ ମୁହାଁ । ବରିଷ୍ଠ ନେତାଙ୍କ ମୁହଁରେ କଂଗ୍ରେସର ପ୍ରଶଂସା । ବିଜେଡି ଛାଡ଼ିବା ନେଇ ବଡ ସଂକେତ ଦେଲେ ବରିଷ୍ଠ ନେତା ଭୂପିନ୍ଦର ସିଂ । କହିଲେ ମୋ ପାଇଁ ଲୋକେ ହିଁ ଶ୍ରେଷ୍ଠ ଦଳ । ମୋର ଭବିଷ୍ୟତ କଣ ହେବ ତାହା ଲୋକେ ନିଷ୍ପତ୍ତି ନେବେ । ଲୋକେ ମୋତେ କହୁଛନ୍ତି ଯେଉଁ ଚିହ୍ନରେ…

ଭୁବନେଶ୍ଵର: ବିଜେଡି ଛାଡିବେ କି ଭୂପିନ୍ଦର । ହେଲେଣି କି କଂଗ୍ରେସ ମୁହାଁ । ବରିଷ୍ଠ ନେତାଙ୍କ ମୁହଁରେ କଂଗ୍ରେସର ପ୍ରଶଂସା । ବିଜେଡି ଛାଡ଼ିବା ନେଇ ବଡ ସଂକେତ ଦେଲେ ବରିଷ୍ଠ ନେତା ଭୂପିନ୍ଦର ସିଂ । କହିଲେ ମୋ ପାଇଁ ଲୋକେ ହିଁ ଶ୍ରେଷ୍ଠ ଦଳ । ମୋର ଭବିଷ୍ୟତ କଣ ହେବ ତାହା ଲୋକେ ନିଷ୍ପତ୍ତି ନେବେ । ଲୋକେ ମୋତେ କହୁଛନ୍ତି ଯେଉଁ ଚିହ୍ନରେ ଛିଡ଼ା ହେବି ଭୋଟ୍‌ ଦେବେ । କଂଗ୍ରେସ ଦେଶରେ ଓ ରାଜ୍ୟରେ ବଢିବାରେ ଲାଗିଛି । ବିଜେଡି ଠିକ୍‌ ଭାବେ ମୁଖ୍ୟ ବିରୋଧୀଦଳର ଭୂମିକା ନ ନେଲେ କଂଗ୍ରେସ ବଢ଼ିବ । ଲୋକେ ଅନୁଭବ କରୁଛନ୍ତି ଯେ ବିଜେଡି ଓ ବିଜେପି ଭିତରେ କିଛି ପ୍ରଭେଦ ନାହିଁ । ତେଣୁ ଲୋକ କଂଗ୍ରେସ କଥା ଚିନ୍ତା କଲେଣି । ଲୋକେ ବିରୋଧୀଦଳଠୁ ଯାହା ଆଶା କରୁଛନ୍ତି ତାହା ବିଜେଡିଠୁ ପାଉ ନାହାଁନ୍ତି ବୋଲି କହିଛନ୍ତି ଭୂପିନ୍ଦର ସିଂ ।

୨୦୨୪ ନିର୍ବାଚନ ପରଠୁ ଆଜି ପର୍ଯ୍ୟନ୍ତ ବି ସଂସଦରେ ଆମ ଷ୍ଟାଣ୍ଡ କ୍ଲିଅର ହୋଇପାରିନି। ଏହାକୁ ଦଳର ନେତା ଗମ୍ଭୀରତାର ସହ ନେବା ଦରକାର। ଏହା ଭାବିବା ଉଚିତ୍ ନୁହେଁ ଯେ ଭୁପିନ୍ଦର କାହିଁକି କହିଲା । ମୁଁ ଲୋକଙ୍କ ମତ କଥା କହୁଛି । ଆମେ ଯଦି ଲୋକଙ୍କ କଥାକୁ ଖାମ ଖିଆଲ ଭାବେ ନେବା ତାହାଲେ ଦଳ ପାଇଁ କ୍ଷତି ହେବ।  ଆମ ଷ୍ଟାଣ୍ଡ କ୍ଲିଅର ହେବା ଦରକାର ବୋଲି ଭୁପିନ୍ଦର ସିଂ କହିଛନ୍ତି।

ପ୍ରକାଶଥାଉ ଯେ ଭୂପିନ୍ଦର ସିଂହ ଜଣେ ଭାରତୀୟ ରାଜନେତା ଭାବରେ ବେଶ୍ ପରିଚୟ ଲାଭ କରିଛନ୍ତି। ସେ ୨୦୧୪ ମସିହାରେ ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।  ନର୍ଲା ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ଓଡ଼ିଶା ବିଧାନସଭାର ପୂର୍ବତନ ବିରୋଧୀ ଦଳ ନେତା ଭାବରେ ମଧ୍ଯ ତାଙ୍କର ଦବଦବା ରହିଛି। ସେ ବିଜୁ ଜନତା ଦଳ (ବିଜେଡି) ରାଜନୈତିକ ଦଳର ସଦସ୍ୟ। ସେ ମାର୍ଚ୍ଚ ୨୦୧୪ରେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *