ସୁରକ୍ଷାକର୍ମୀଙ୍କ ଗୁଳିରେ ହାର୍ଡକୋର୍ ମହିଳା ମାଓବାଦୀ ମୃତ

ମାଲକାନଗିରି: ସୁରକ୍ଷାକର୍ମୀଙ୍କ ଗୁଳିରେ ହାର୍ଡକୋର୍ ମହିଳା ମାଓବାଦୀ ମୃତ । ଓଡ଼ିଶା ସୀମାନ୍ତ ଛତିଶଗଡ଼ ସୁକ୍‌ମା ଜିଲ୍ଲାର ଗୁଫଡ଼ି ଜଙ୍ଗଲରେ ନିହତ । ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ ସହ ବିପୁଳ ପରିମାଣର ମାଓ ସମଗ୍ରୀ ଜବତ । ମୃତ ମହିଳା ମାଓବାଦୀଙ୍କ ନାଁରେ ଥିଲା ୫ ଲକ୍ଷର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ସୂଚନା ଅନୁସାରେ, ବିଶେଷ ସୁତ୍ରରୁ ସୁକମା ପୋଲିସ ଖବର ପାଇ ଗାଦିରାସ ଥାନା ଅନ୍ତର୍ଗତ…

ମାଲକାନଗିରି: ସୁରକ୍ଷାକର୍ମୀଙ୍କ ଗୁଳିରେ ହାର୍ଡକୋର୍ ମହିଳା ମାଓବାଦୀ ମୃତ । ଓଡ଼ିଶା ସୀମାନ୍ତ ଛତିଶଗଡ଼ ସୁକ୍‌ମା ଜିଲ୍ଲାର ଗୁଫଡ଼ି ଜଙ୍ଗଲରେ ନିହତ । ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ ସହ ବିପୁଳ ପରିମାଣର ମାଓ ସମଗ୍ରୀ ଜବତ । ମୃତ ମହିଳା ମାଓବାଦୀଙ୍କ ନାଁରେ ଥିଲା ୫ ଲକ୍ଷର ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।

ସୂଚନା ଅନୁସାରେ, ବିଶେଷ ସୁତ୍ରରୁ ସୁକମା ପୋଲିସ ଖବର ପାଇ ଗାଦିରାସ ଥାନା ଅନ୍ତର୍ଗତ ଗୁଫଡି ଏବଂ ପେରମପାରା ମଧ୍ୟ ଜଙ୍ଗଲରେ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲା । ଆଜି ସକାଳୁ ନକ୍ସଲ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ। ଦିନ ୨ଟା ପର୍ଯ୍ୟନ୍ତ ଚାଲିଥିଲା ଉଭୟ ପକ୍ଷରୁ ଗୁଳି ଚାଳନା । ପରେ ଯବାନ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଣେ ମହିଳା ମାଓବାଦୀର ମୃତଦେହକୁ ଠାବ କରିଥିଲା। ମୃତ ମହିଳା ମାଓବାଦୀ ଜଣକ ହେଲେ ବୁସ୍କି ନୁପୋ। ତାଙ୍କ ନାଁରେ ୫ ଲକ୍ଷର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ସେ ଗାଙ୍ଗଲୁର ଏରିଆ କମିଟିର ସଦସ୍ୟ ଥିଲା । ଏଥିସହ ଘଟଣାସ୍ଥଳରୁ ଗୋଟିଏ ୩୧୫ ବନ୍ଧୁକ ସହ ମାଓ ସାମଗ୍ରୀ ଜବତ କରାଯାଇଛି।

Leave a Reply

Your email address will not be published. Required fields are marked *