ମହିଳା ଦିନିକିଆ ବିଶ୍ବକପ: ପାକିସ୍ତାନକୁ ଲାଗାତାର ୧୨ ଥର ହରାଇଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ: ପଡିଆରେ ପୁଣି ଚିତପଟାଙ୍ଗ ହେଲା ପାକିସ୍ତାନ । ମହିଳା ଖେଳାଳି ବି ନେଲେ ୨୬ ଜଣଙ୍କୁ ହତ୍ୟାର ପ୍ରତିଶୋଧ । ପୁଣି କ୍ରିକେଟ ମଇଦାନରେ ଅପରେଶନ ସିନ୍ଦୂର । ମହିଳା ଦିନିକିଆ ବିଶ୍ବକପରେ ପାକିସ୍ତାନକୁ ୮୮ ରନ୍‌ରେ ହରାଇଲା ଭାରତ । ୨୪୮ ଟାର୍ଗେଟ୍‌କୁ ପିଛା କରି ପାକିସ୍ତାନ ୧୫୯ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା । ଖେଳ ଆରମ୍ଭରୁ ଉଭୟ ଟିମର ଖେଳାଳି କରମର୍ଦ୍ଦନ କରିନଥିଲେ କି ଶେଷ…

ନୂଆଦିଲ୍ଲୀ: ପଡିଆରେ ପୁଣି ଚିତପଟାଙ୍ଗ ହେଲା ପାକିସ୍ତାନ । ମହିଳା ଖେଳାଳି ବି ନେଲେ ୨୬ ଜଣଙ୍କୁ ହତ୍ୟାର ପ୍ରତିଶୋଧ । ପୁଣି କ୍ରିକେଟ ମଇଦାନରେ ଅପରେଶନ ସିନ୍ଦୂର । ମହିଳା ଦିନିକିଆ ବିଶ୍ବକପରେ ପାକିସ୍ତାନକୁ ୮୮ ରନ୍‌ରେ ହରାଇଲା ଭାରତ । ୨୪୮ ଟାର୍ଗେଟ୍‌କୁ ପିଛା କରି ପାକିସ୍ତାନ ୧୫୯ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା । ଖେଳ ଆରମ୍ଭରୁ ଉଭୟ ଟିମର ଖେଳାଳି କରମର୍ଦ୍ଦନ କରିନଥିଲେ କି ଶେଷ ହେବା ପରେ ବି ଉଭୟ ଟିମ୍‌ର ଖେଳାଳି କରମର୍ଦ୍ଦନ କଲେନି ।

ଭାରତ ଟିମର କ୍ରାନ୍ତି ଗୌଡ଼ ତିନୋଟି ଗୁରୁତ୍ୱପୂର୍ଣ୍ଣ ଓ୍ଵିକେଟ୍‌ ହାସଲ କରି ପାକିସ୍ତାନୀ ବ୍ୟାଟିଂ ଧ୍ୱଂସ କରିଥିଲେ। ବ୍ୟାଟିଂରେ ହରଲିନ୍‌ ଦେଓଲ୍‌ଙ୍କ ୪୬ ରନ୍‌ ଓ ରିଚା ଘୋଷ୍‌ଙ୍କ ୨୦ ବଲ୍‌ରେ ୩୫ ରନ୍‌ର ଦ୍ରୁତ ଇନିଂସ୍‌ ଭାରତକୁ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲା । ଏହି ବିଜୟ ସହ ଭାରତ ମହିଳା ଦିନିକିଆ କ୍ରିକେଟ୍‌ରେ ପାକିସ୍ତାନ ବିପକ୍ଷରେ ୧୨-୦ରେ ଆଗୁଆ ରହିଛି। ଏହି ଜିତ ଭାରତୀୟ ଦଳର ମନୋବଳକୁ ଆହୁରି ଦୃଢ଼ କରିଛି ଏବଂ ବିଶ୍ବକପ୍‌ରେ ସେମାନଙ୍କ ସଫଳତାର ସମ୍ଭାବନାକୁ ଉଜ୍ଜ୍ୱଳ କରିଛି।

କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଏହି ବିଶ୍ୱକପ୍ ମ୍ୟାଚରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲା। ଭାରତ ପକ୍ଷରୁ ହରଲିନ୍ ଦେଓଲ ସର୍ବାଧିକ ୪୬ ରନ କରିଥିଲେ। ପ୍ରତୀକା ରାୱଲ ୩୧ ଏବଂ ଜେମିମା ରୋଡ୍ରିଗିଜ ୩୨ ରନ କରିଥିଲେ। ଶେଷ ଓଭରରେ ରିଚା ଘୋଷ ୨୦ ବଲରେ ୩୫ ରନର ଏକ ଚମତ୍କରୀ ଇନିଂସ ଖେଳି ଭାରତୀୟ ଦଳକୁ ୨୪୭ ରନରେ ପହଞ୍ଚାଇଥିଲେ। ଜବାବରେ ପାକିସ୍ତାନର ପ୍ରଦର୍ଶନ ଏତେ ଖରାପ ଥିଲା ଯେ, ୨୦ ରନ ପୂରଣ ହେବା ପୂର୍ବରୁ ଦଳର  ଉଭୟ ଓପନର ପାଭିଲିୟନ୍‌ ଫେରିଥିଲେ ।  ଓପନର ମୁନିବା ଅଲିଙ୍କ ଆଉଟ୍ ଖବରରେ ଥିଲା।  ସମୀକ୍ଷା କରିବା ପରେ ତୃତୀୟ ଅମ୍ପାୟାର ରନ ଆଉଟ୍ ଘୋଷଣା କରିଥିଲେ । ପ୍ରଥମ ୨୦ ଓଭରରେ ପାକିସ୍ତାନୀ ଦଳର ରନ ରେଟ୍‌ ୩ ରୁ କମ୍ ଥିଲା। ସିଦ୍ରା ଅମିନ ଏବଂ ନାତାଲିଆ ପରଭେଜ ୬୯ ରନର ଭାଗୀଦାରି କରି ପାକିସ୍ତାନକୁ ଏକ କଷ୍ଟକର ପରିସ୍ଥିତିରୁ ଉଦ୍ଧାର କରିଥିଲେ। ପରଭେଜ ୩୯ ରନ କରି ଆଉଟ ହୋଇଥିଲେ। ତା’ପରେ ଅଧିନାୟିକା ଫାତିମା ସାନା ମାତ୍ର ୨ ରନ କରି ବିଦାୟ ନେଇଥିଲେ। ପାକିସ୍ତାନ ମାତ୍ର ୧୬ ରନରେ ଶେଷ ୫ଟି ୱିକେଟ ହରାଇଥିଲା। ସିଦ୍ରା ଅମିନଙ୍କ ୮୧ ରନର ଇନିଂସ ମଧ୍ୟ ପାକିସ୍ତାନକୁ ପରାଜୟରୁ ରକ୍ଷା କରିପାରି ନଥିଲା । 

Leave a Reply

Your email address will not be published. Required fields are marked *