ହରିୟାଣା: IPS ୱାଇ ପୁରନ କୁମାର ଆତ୍ମହତ୍ୟା ମାମଲାରେ ହରିୟାଣା ଡିଜିପିଙ୍କୁ ଛୁଟି । ହରିୟାଣା ଡିଜିପି ଶତ୍ରୁଜିତ କପୁରଙ୍କୁ ଛୁଟିରେ ପଠାଇଲେ ରାଜ୍ୟ ସରକାର । ଚଣ୍ଡିଗଡ଼ ସ୍ଥିତ ବାସଭବନରେ ଗତ ୭ରେ ଆତ୍ମହତ୍ୟା କରିଥିଲେ ପୁରନ କୁମାର । ସୁଇସାଇଡ୍ ନୋଟ୍ରେ ଡିଜିପିଙ୍କ ସମେତ ୭ ବରିଷ୍ଠ ଅଧିକାରୀଙ୍କୁ ଦାୟୀ କରିଥିଲେ ।
ବରିଷ୍ଠ ଆଇପିଏସ୍ ଅଧିକାରୀ ପୁରନ କୁମାରଙ୍କର ୭ ଅକ୍ଟୋବରରେ ଚଣ୍ଡିଗଡ଼ର ସେକ୍ଟର ୧୧ ସ୍ଥିତ ନିଜର ବାସଭବନରେ ମୃତଦେହ ଉଦ୍ଧାର କରାଯାଇଥିଲା। ପ୍ରଥମେ ତାଙ୍କର ଶବ ଚଣ୍ଡିଗଡ଼ର PGIMERର ଆଡଭାନ୍ସ ଅଟୋପ୍ସି ସେଣ୍ଟରରେ ରଖା ଯାଇଥିବା ବେଳେ ମାମଲାରେ ଗତିରୋଧ ବଢିବା ପରେ ଶନିବାର ମୃତଦେହ GMSG-16ରୁ PGIMER ସ୍ଥାନାନ୍ତରିତ କରାଯାଇ ଥିଲା । ଅନ୍ୟପଟେ ମୃତ ଅଧିକାରୀଙ୍କ ପରିବାର ପାଇଁ ନ୍ୟାୟ ଦାବି କରିବା ପାଇଁ ଗଠିତ ୩୧ ସଦସ୍ୟ ବିଶିଷ୍ଟ କମିଟି ରାଜ୍ୟର ପୁଲିସ ମୁଖ୍ୟ (ଡିଜିପି) ଶତ୍ରୁଜିତ୍ କପୁରଙ୍କୁ ତାଙ୍କ ପଦରୁ ହଟେଇବା ପାଇଁ ୪୮ ଘଣ୍ଟାର ଅଲଟିମେଟମ ଦେଇଥିଲେ ।
