ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ, ଜାଣନ୍ତୁ କାରଣ…

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ । ଭିତର କାଠ ପାଖରେ ଛେପ ଖଙ୍କାର ପଡ଼ିବାରୁ ମହାସ୍ନାନ । ଅବକାଶ ପୂଜା ସମୟରେ ବଡ଼ ମହାସ୍ନାନ ହେଉଛି । ବଡ଼ ମହାସ୍ନାନ ଯୋଗୁଁ ସାଧାରଣ ଦର୍ଶନକୁ ବନ୍ଦ କରାଯାଇଛି । ପାଖାପାଖି ଘଣ୍ଟାଏ ଧରି ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସନ । ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ ସକାଳ ସମୟରେ ନିୟମିତ…

ଅଣଛାତ୍ରଙ୍କୁ ତଡିବା ମାମଲା, ଆଜି ବିଶ୍ବବିଦ୍ୟାଳୟ ବନ୍ଦ

ଭୁବନେଶ୍ଵର: ଉତ୍କଳ ବିଶ୍ବବିଦ୍ୟାଳୟ ହଷ୍ଟେଲରୁ ଅଣଛାତ୍ରଙ୍କୁ ଜୋର ଜବରଦସ୍ତ ବାହାର କରିବାକୁ ନେଇ କ୍ୟାମ୍ପସରେ ଦେଖାଦେଇଛି ଉତ୍ତେଜନା । ଯାହାକୁ ନେଇ ଆଜି ବିଶ୍ବବିଦ୍ୟାଳୟ ବନ୍ଦ ଡାକରା ଦେଇଛନ୍ତି ଛାତ୍ର ସଙ୍ଗଠନ । ବାଣୀବିହାରରୁ ବସ୍ତି ହଟାଇବା ବେଳେ ଭଡ଼ାରେ ଲାଗିଥିବା ସରକାରର କ୍ବାଟର୍ସଗୁଡ଼ିକୁ ମୁକ୍ତ କରିବା ଦାବି କରିଛନ୍ତି ପ୍ରମୁଖ ଛାତ୍ର ସଙ୍ଗଠନ । ସୂଚନା ଅନୁସାରେ, ଗତକାଲି ବିଶ୍ଵବିଦ୍ୟାଳୟ ହଷ୍ଟେଲରୁ ଅଣଛାତ୍ରଙ୍କୁ ବିଦା କରିବା ପାଇଁ ବଡ…

ଆଜି ଉପରାଷ୍ଟ୍ରପତି ନିର୍ବାଚନ, ସକାଳ ୧୦ରୁ ହେବ ଭୋଟ ଗ୍ରହଣ

ନୂଆଦିଲ୍ଲୀ: ଆଜି ଭାରତର ଉପରାଷ୍ଟ୍ରପତି ପଦବୀ ପାଇଁ ନିର୍ବାଚନ । ସକାଳ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ହେବ ଭୋଟଗ୍ରହଣ । ସନ୍ଧ୍ୟା ୬ଟାରେ ଭୋଟ୍ ଗଣତି କରାଯାଇ ଫଳ ଘୋଷଣା କରାଯିବ । ଉପରାଷ୍ଟ୍ରପତି ପଦ ପାଇଁ ଏନ୍‌ଡିଏ ଓ ଇଣ୍ଡିମେଣ୍ଟ ମଧ୍ୟରେ ସିଧାସଳଖ ଟକ୍କର ଦେଖୀବାକୁ ମିଳିଛି । ଏନଡିଏ ପ୍ରାର୍ଥୀ ସି.ପି. ରାଧାକ୍ରିଷ୍ଣନ୍ VS ଇଣ୍ଡିମେଣ୍ଟର ବି. ସୁଦର୍ଶନ ରେଡ୍ଡୀଙ୍କ ମଧ୍ୟରେ ହେବ କଡା ଟକ୍କର…

Gen-Z ଆଗରେ ମୁଣ୍ଡ ନୁଆଁଇଲେ ସରକାର, ଉଠିଲା ସମସ୍ତ ବ୍ୟାନ ସୋସିଆଲ୍ ମିଡିଆ ଉପରୁ ପ୍ରତିବନ୍ଧକ

ନୂଆଦିଲ୍ଲୀ: ଜେନେରେସନ-ଜେଡ୍ ଆନ୍ଦୋଳନକାରୀଙ୍କ ଚାପରେ ମୁଣ୍ଡ ନୁଆଁଇଲେ ନେପାଳ କେ.ପି. ଶର୍ମା ଓଲି ସରକାର । ଯେଉଁ ୨୬ଟି ସୋସିଆଲ ମିଡିଆ ଉପରେ ସରକାର ନିଷିଦ୍ଧାଦେଶ ଜାରି କରିଥିଲେ ତାହାକୁ ହଟାଇନେଇଛନ୍ତି। ସରକାରଙ୍କ ନିଷ୍ପତ୍ତି ପ୍ରତିବାଦରେ ସାରା ଦେଶରେ ହୋଇଥିବା ଆନ୍ଦୋଳନରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୦୦ରୁ ଅଧିକ ଆହତ ହୋଇଥିଲେ। ବିଶେଷ କରି ଆନ୍ଦୋଳନ ଯୋଗୁ କାଠମାଣ୍ଡୁ ଗଭୀର ପ୍ରଭାବିତ ହୋଇଥଇଲା । ସୋସିଆଲ ମିଡିଆ ଉପରେ…

ସୋସିଆଲ୍ ମିଡିଆ ବ୍ୟାନ୍‌କୁ ନେଇ ଥରିଲା ନେପାଳ, ରାଜରାସ୍ତାରେ Gen-Z, ୧୮ ମୃତ

ନୂଆଦିଲ୍ଲୀ:ସରକାରଙ୍କ ଦ୍ବାରା ଫେସବୁକ୍, ୟୁଟ୍ୟୁବ୍ ଏବଂ ଏକ୍ସ ସମେତ ଅଧିକାଂଶ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନିଷିଦ୍ଧ କରିବା ନିଷ୍ପତ୍ତି ପରେ ନେପାଳରେ ଅରାଜକତା ଦେଖାଦେଇଛି। Gen-Z ଅର୍ଥାତ୍ ଯୁବପିଢ଼ି ଏହାର ବିରୋଧ କରିବା ଆରମ୍ଭ କରିଛନ୍ତି । Gen-Z ମଧ୍ୟରେ ଏପରି କ୍ରୋଧ ସୃଷ୍ଟି ହୋଇଛି, ଯାହା ବର୍ତ୍ତମାନ ସମଗ୍ର ନେପାଳକୁ ଦୋହଲାଇ ଦେଇଛି । ଏହି ହିଂସାକାଣ୍ଡରେ ଏଯାବତ୍ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଉର୍ଦ୍ଧ୍ଵ ଆହତ…

ଉପରାଷ୍ଟ୍ରପତି ନିର୍ବାଚନ, ଭାଗ ନେବନି ବିଜେଡି

ଭୁବନେଶ୍ଵର: ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ୍ ଦେବନି ବିଜେଡି । ଭୋଟ୍ ଦାନ ପ୍ରକ୍ରିୟାରୁ ବିଜେଡି ସାଂସଦମାନେ ବିରତ ରହିବା ନେଇ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି । ତେବେ ବର୍ତ୍ତମାନ ସମୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଅଛନ୍ତି । ତେଣୁ ଚର୍ଚ୍ଚା ହେଉଛି ଦିଲ୍ଲୀରୁ ପ୍ରେସମିଟ୍ କରି ସମ୍ଭବତଃ ନବୀନ ଏ ସମ୍ପର୍କରେ ଘୋଷଣା କରିପାରନ୍ତି । ରାଜ୍ୟସଭାରେ ଅଛନ୍ତି ବିଜେଡିର ୭ ସାଂସଦ । ସି.ପି.…

ଉତ୍କଳ ବିଶ୍ବବିଦ୍ୟାଳୟର ୪ ହଷ୍ଟେଲରୁ ବିଦା ହେବେ ଅଣଛାତ୍ର; କ୍ୟାମ୍ପସରେ ପୋଲିସ ମୁତୟନ

ଭୁବନେଶ୍ଵର: ବାଣୀବିହାରରୁ ଅଣଛାତ୍ରଙ୍କୁ ତଡ଼ିବା ପାଇଁ ପ୍ରକ୍ରିୟା ଆରମ୍ଭ । ଉତ୍କଳ ବିଶ୍ବବିଦ୍ୟାଳୟର ୪ ହଷ୍ଟେଲରେ ବ୍ୟାପକ ଯାଞ୍ଚ । ୧,୨,୩ ଓ ୫ ନମ୍ବର ହଷ୍ଟେଲରେ ବ୍ୟାପକ ଯାଞ୍ଚ । ବନ୍ଦ ଥିବା ହଷ୍ଟେଲ ରୁମ୍ ତାଲା ଭାଙ୍ଗି ଯାଞ୍ଚ କରୁଛନ୍ତି ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ । ପୋଲିସ ଉପସ୍ଥିତିରେ ତାଲା ଭାଙ୍ଗି ଚାଲିଛି ଯାଞ୍ଚ । ତାଲା ଭାଙ୍ଗି ବାହାରକୁ ଆସବାବପତ୍ର ନେଲେ କର୍ତ୍ତୃପକ୍ଷ । ସେପଟେ କ୍ୟାମ୍ପସରେ…

ପରଲୋକରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ, ଚାରିଆଡ଼େ ଶୋକର ଛାୟା

ନୂଆପଡ଼ା: ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ । ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ୬୯ ବର୍ଷ ବୟସରେ ଆଖି ବୁଜିଛନ୍ତି ରାଜେନ୍ଦ୍ର ଢୋଲକିଆ । ହୃଦଘାତର ଶିକାର ହୋଇ ଚେନ୍ନାଇରେ ଚିକିତ୍ସିତ ହେଉଥିଲେ । ତେବେ ବର୍ତ୍ତମାନ ତାଙ୍କ ପାର୍ଥୀବ ଶରୀରକୁ ଚେନ୍ନାଇରୁ ଓଡ଼ିଶାକୁ ଅଣାଯାଉଛି । ତାଙ୍କର ମୃତ୍ୟୁ ଖବର ପାଇ ବିଭିନ୍ନ ରାଜନୈତିକ ଦଳର ନେତା ଓ କର୍ମୀଙ୍କ…

ଶେଷ ହେଲା ଗଣେଶ ଉତ୍ସବ, ଦିଲ୍ଲୀର ବିକାଶପୁରୀଠାରେ ମହୋତ୍ସବ ସମାପନ

ନୂଆଦିଲ୍ଲୀ: ପଶ୍ଚିମ ଦିଲ୍ଲୀସ୍ଥିତ ବିକାଶପୁରୀ ଠାରେ ୨୫ତମ ବାର୍ଷିକ ଗଣେଶ ମହୋତ୍ସବ ମହା ସମାରୋହରେ ସମାପନ ହୋଇଛି । ଗଜାନନଙ୍କ ପୂଜା ଉପଲକ୍ଷେ ଆରାଧନା ମଣ୍ଡପ ଓ ସାଂସ୍କୃତିକ ମଞ୍ଚକୁ ଖୁବ ସୁନ୍ଦର ଏବଂ ଆକର୍ଷକ ଭାବରେ ସଜ୍ଜା ଯାଇଥିବାର ଦେଖାଯାଇଥିଲା । ଭକ୍ତିପୂତ ଓ ଆଧ୍ୟାତ୍ମିକ ପରିବେଶ ମଧ୍ଯରେ ଅପରାହ୍ନରେ ମଙ୍ଗଳ ମୁର୍ତ୍ତିଙ୍କର ପ୍ରତିଷ୍ଠା ବିଧି ମୁତାବକ ପୂଜାରୀ ରଘୁନାଥ ରଥଙ୍କ ଦ୍ବାରା ସମ୍ପନ୍ନ କରାଯାଇଥିଲା । ଦିନ…

ଆଜିଠାରୁ ପିତୃପକ୍ଷ, ପୁରୀରେ ପ୍ରବଳ ଭିଡ

ପୁରୀ: ଆଜିଠାରୁ ପିତୃପକ୍ଷ ଆରମ୍ଭ ହୋଇଛି। ସେଥିପାଇଁ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ତୀର୍ଥ ପୁଷ୍କରିଣୀ ସମେତ ଶ୍ରୀମନ୍ଦିର ଚତୁର୍ପାଶ୍ୱରେ ଓ ସମୁଦ୍ର ବେଳାଭୂମିରେ ଗହଳି ଦେଖିବାକୁ ମିଳିଛି। ଶତାଧିକ ଲୋକ ନିଜ ନିଜ ପିତୃ ପୁରୁଷଙ୍କ ଉଦେଶ୍ୟରେ ତର୍ପଣ ଓ ପିଣ୍ଡଦାନ କରିଛନ୍ତି। ଏନେଇ ଆଜି ସକାଳୁ ପୁରୀର ବିଭିନ୍ନ ତୀର୍ଥ ପୁଷ୍କରଣୀ ସମେତ ମହୋଦଧିରେ ଭିଡ଼ ଦେଖିବାକୁ ମିଳିଛି। ଶ୍ରଦ୍ଧାଳୁ ମାନେ ପିତୃପୁରୁଷଙ୍କ ଉଦେଶ୍ୟରେ ପିଣ୍ଡଦାନ କରିବା ସହ…