ବିହାରରେ ଜୈଶ-ଏ-ମହମ୍ମଦର ତିନି ଆତଙ୍କବାଦୀ, ଚାରିଆଡ଼େ ହାଇଆଲର୍ଟ
ନୂଆଦିଲ୍ଲୀ: ଜୈଶ-ଏ-ମହମ୍ମଦର ତିନି ଜଣ ଆତଙ୍କବାଦୀ ବିହାରରେ ପ୍ରବେଶ କରିଥିବା ଖବର ମିଳିଛି। ଏହାକୁ ନେଇ ଗୁରୁବାର ବିହାର ପୋଲିସ ମୁଖ୍ୟାଳୟ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି। ଆତଙ୍କବାଦୀଙ୍କ ପ୍ରବେଶ ଖବର ପାଇବା ମାତ୍ରେ ପୋଲିସ ମୁଖ୍ୟାଳୟ ଏବଂ ବରିଷ୍ଠ ଅଧିକାରୀମାନେ ସୁରକ୍ଷା ଦୃଷ୍ଟିକୋଣରୁ ଆକ୍ସନ ମୋଡକୁ ଆସିଛନ୍ତି। ପ୍ରକାଶିତ ସୂଚନା ଅନୁଯାୟୀ, ଏହି ତିନିଜଣ ନେପାଳ ଦେଇ ବିହାରରେ ପ୍ରବେଶ କରିଛନ୍ତି। ଏହି ତିନିଜଣ ପାକିସ୍ତାନୀ। ହସନେନ୍ ଅଲି…
