କୋମାରେ ଅଭିଜିତ୍ ମଜୁମଦାର, ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି, ନିମୋନିଆରେ ପୀଡ଼ିତ

ଭୁବନେଶ୍ଵର: ବେଳକୁ ବେଳ ବିଗୁଡୁଛି ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ସ୍ଵାସ୍ଥ୍ୟବସ୍ଥା । ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର କୋମାରେ । ଘରୋଇ ଡାକ୍ତରଖାନାରେ କୋମାରେ ଥିଲେ ଅଭିଜିତ । ଏମ୍ସରେ ଭର୍ତ୍ତି କରିବା ପୂର୍ବରୁ କୋମାରେ ଅଛନ୍ତି ଅଭିଜିତ । ସେ କୋମାରେ ଥିବା ନେଇ ଭୁବନେଶ୍ୱର ଏମ୍ସ ପକ୍ଷରୁ ଦିଆଗଲା ସୂଚନା । ଗତକାଲି କଟକରୁ ଏମ୍ସ ସ୍ଥାନାନ୍ତର ହୋଇଥିଲେ ଅଭିଜିତ ମଜୁମଦାର…

ଗୁରୁଶିଷ୍ୟ ପରମ୍ପରାର ଅନନ୍ୟ ଦିନ ‘ଗୁରୁ ଦିବସ’

ଭୁବନେଶ୍ଵର: ଗୁରୁ ଏବଂ ଈଶ୍ୱର ଏକା ସହିତ ଛିଡା ହୋଇଥିବାବେଳେ ମନରେ ଦ୍ୱନ୍ଦ୍ୱ ଉତ୍ପନ୍ନ ହୁଏ ଯେ, କାହା ପାଦ ଆଗେ ସ୍ପର୍ଶ କରିବା ଉଚିତ୍? ଏ ନେଇ ଈଶ୍ୱର ନିଜେ ହିଁ ଉତ୍ତର ଦିଅନ୍ତି , ଗୁରୁ ହିଁ ଭଗବାନଙ୍କ ନିକଟରେ ପହଞ୍ଚିବାର ମାର୍ଗ । ସେଥିପାଇଁ ସର୍ବ ପ୍ରଥମେ ଗୁରୁଙ୍କ ଚରଣ ସ୍ପର୍ଶ କରିବା ଉଚିତ୍। ଆଜି ସେହି ଗୁରୁଙ୍କ ଦିନ । କେବେ ଆକଟ ଭରା…

ଆଜି ମହାପ୍ରଭୁଙ୍କ ବଳିବାମନ ବେଶ, ପାତାଳକୁ ଯିବେ ବଳି ମହାରାଜ

ପୁରୀ: ଗତକାଲି ବାମନ ଜନ୍ମ ନୀତି ସମ୍ପର୍ଣ୍ଣ ହେବା ପରେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଳିବାମନ ବେଶ ଅନୁଷ୍ଠିତ ହେବ । ବାମନ ରୂପୀ ବାଳକ ରୂପରେ ରତ୍ନ ସିଂହାସନରେ ଉଭା ହେବେ ମହାପ୍ରଭୁ । ଶ୍ରୀବଳଭଦ୍ର ରାଜବେଶ ଧାରଣ କରିବା ବେଳେ ଦେବୀ ସୁଭଦ୍ରା ସାଧାରଣ ବେଶ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ବାମନ ବେଶରେ ସଜ୍ଜିତ ହେବେ । ଏହି ବେଶ ଦ୍ବିପହର ଧୂପ ସରିବା ପରେ ଅନୁଷ୍ଠିତ…

ଘରେ ବସି ଚୁଟକିରେ କରନ୍ତୁ ଆୟୁଷ୍ମାନ କାର୍ଡ ଆବେଦନ, ଜାଣନ୍ତୁ ଅନଲାଇନ ପ୍ରକ୍ରିୟା

ଭୁବନେଶ୍ଵର: ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଗତ ଆୟୁଷ୍ମାନ କାର୍ଡ ଗରିବ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କୁ ମାଗଣା ଚିକିତ୍ସା ସୁବିଧା ପ୍ରଦାନ କରୁଛି। ଏହି କାର୍ଡ ମାଧ୍ୟମରେ ଆପଣ ବର୍ଷକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପାଇପାରିବେ, ଯେଉଁଥିରେ କ୍ୟାନସର ଭଳି ଗୁରୁତର ରୋଗର ଚିକିତ୍ସା ମଧ୍ୟ ଅନ୍ତର୍ଭୁକ୍ତ। ଓଡ଼ିଶାରେ ଏହି ଯୋଜନା ଆଜିଠାରୁ ଆରମ୍ଭ ହୋଇଛି। ଏହା ସହିତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ…

କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ଖୁସି ଖବର: କେନ୍ଦୁପତ୍ର ଉପରେ ୧୮%ରୁ ୫%କୁ ଖସିଲା GST

ଭୁବନେଶ୍ଵର: GST ସ୍ଲାବକୁ ନେଇ ମୋଦି ସରକାରଙ୍କ ନିଷ୍ପତ୍ତି ଉପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରେସମିଟ୍‌ । ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରେସମିଟ୍ । କେନ୍ଦୁପତ୍ର ଉପରେ GST ୫%କୁ ହ୍ରାସ କରିଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦୁପତ୍ର ଉପରେ ପୂର୍ବରୁ GST ୧୮ ପ୍ରତିଶତ ଥିବା ବେଳେ ଏବେ ଏହା ୫ ପ୍ରତିଶତକୁ ହ୍ରାସ ହୋଇଛି । ଏହାଦ୍ଵାରା ଓଡ଼ିଶାର କେନ୍ଦୁପତ୍ର ତୋଳାଳି ଉପକୃତ ହେବେ ଏବଂ କେନ୍ଦୁପତ୍ର ବିକ୍ରି…

ସିଜିମାଳି ବକ୍ସାଇଟ୍ ଖଣି ମାମଲା, ବେଦାନ୍ତର ପ୍ରସ୍ତାବକୁ ସ୍ଥଗିତ ରଖିଲା କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଓଡ଼ିଶାର ରାୟଗଡ଼ା ଏବଂ କଳାହାଣ୍ଡି ଜିଲ୍ଲାର ୭୦୦ ହେକ୍ଟରରୁ ଅଧିକ ଜଙ୍ଗଲ ଜମିକୁ ସିଜିମାଳି ବକ୍ସାଇଟ୍ ଖଣି ପାଇଁ ବ୍ୟବହାର କରିବା ନେଇ ବେଦାନ୍ତର ପ୍ରସ୍ତାବ ଉପକୁ ସ୍ଥଗିତ ରଖିଛି କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ । ସମ୍ପ୍ରଦାୟ ସମ୍ମତି, କ୍ଷତିପୂରଣ ବନୀକରଣ ଏବଂ ପରିବେଶଗତ ବିପଦ ଉପରେ ସମାଧାନ ହୋଇନଥିବା ନେଇ ସରକାରୀ ରେକର୍ଡରୁ ଜଣାପଡିଛି। ଅଗଷ୍ଟ ୨୫ ତାରିଖରେ ବନ ପରାମର୍ଶଦାତା କମିଟିର ବୈଠକରେ ନିଆଯାଇଥିବା ନିଷ୍ଡତ୍ତି…

କାହିଁକି ପାଳନ ହୁଏ ‘ଜାତୀୟ ପୋଷଣ ସପ୍ତାହ’, ସୁସ୍ଥ ଶରୀର ପାଇଁ ଜରୁରୀ କେଉଁ ଖାଦ୍ୟ ?

ଭୁବନେଶ୍ଵର: ସ୍ୱାସ୍ଥ୍ୟକର ଖାଦ୍ୟ, ସୁସ୍ଥ ଶରୀର। ଆମେ ଦୈନନ୍ଦିନ ଜୀବନରେ କ’ଣ ଖାଉଛେ, ତାହାର ସିଧାସଳଖ ପ୍ରଭାବ ଆମ ଶରୀର ଉପରେ ପଡ଼ିଥାଏ। ସୁସ୍ଥ ଓ ପୁଷ୍ଟିକର ଖାଦ୍ୟ ଖାଇବା ଦ୍ୱାରା ବିଭିନ୍ନ ରୋଗ ହେବାର ଆଶଙ୍କାକୁ ଦୂରେଇ ପାରିବା। ସୁସ୍ଥ ଖାଦ୍ୟ ମସ୍ତିଷ୍କଠାରୁ ଆରମ୍ଭ କରି ଶାରୀରିକ କାର୍ଯ୍ୟଦକ୍ଷତା ପର୍ଯ୍ୟନ୍ତ ଜୀବନର ସମସ୍ତ ଦିଗରେ ଉନ୍ନତି ଆଣିଥାଏ। ଏକ ସୁସ୍ଥ ମନ, ସୁସ୍ଥ ଶରୀର ପାଇଁ ସୁସ୍ଥ ଖାଦ୍ୟ…

ବିଗିଡିଲା ସ୍ଵାସ୍ଥ୍ୟବସ୍ଥା, ଏମ୍ସ ସ୍ଥାନାନ୍ତର ହେଲେ ସଙ୍ଗୀତକାର ଅଭିଜିତ୍‍ ମଜୁମଦାର

ଭୁବନେଶ୍ଵର: ଏମ୍‍ସ ସ୍ଥାନାନ୍ତର ହୋଇଛନ୍ତି ସଙ୍ଗୀତକାର ଅଭିଜିତ୍‍ ମଜୁମଦାର । କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଅଭିଜିତଙ୍କୁ ଭୁବନେଶ୍ୱର ଏମ୍‍ସକୁ ସ୍ଥାନାନ୍ତର କରାଯାଇଛି । ଭେଣ୍ଟିଲେଟର ସପୋର୍ଟ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଭୁବନେଶ୍ବର ସ୍ଥିତ ଏମ୍ସକୁ ସ୍ଥାନାନ୍ତର କରାଯାଇଛି।  ଓଡ଼ିଶାର ସୁନାମ ଧନ୍ୟ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ହେଉଛନ୍ତି ଅଭିଜିତ୍‍ ମଜୁମଦାର । ତେବେ ଗତ ଗଣେଶ ପୂଜା ଦିନ ହଠାତ୍…

GST ହ୍ରାସ, କମିବ ଏହି ସମସ୍ତ ଜିନିଷର ଦର

ନୂଆଦିଲ୍ଲୀ: GST କାଉନସିଲ୍ ବୈଠକରେ ବଡ଼ ନିଷ୍ପତ୍ତି । ଏବେ ସାରାଦେଶରେ କେବଳ ୫ ଓ ୧୮ ପ୍ରତିଶତ ସ୍ଲାବ୍ ଲାଗୁ ହେବ । ଏବେ GSTରେ କେବଳ ଦୁଇଟି ସ୍ଲାବ୍ ରହିବ। ୧୨ ଓ ୨୮ ପ୍ରତିଶତ ସ୍ଲାବ୍ ବନ୍ଦ କଲେ କେନ୍ଦ୍ର ସରକାର। ଆସନ୍ତା ୨୨ ତାରିଖରୁ ଲାଗୁ ହେବ ନୂଆ ସ୍ଲାବ୍। ସୌଖୀନ ଓ ତମାଖୁ ଜାତ ସାମଗ୍ରୀ ଉପରେ ୪୦% ସ୍ଲାବ୍ । ଏବେ…

SMC ନିର୍ବାଚନ ପାଇଁ ବାଟ ଖୋଲିଲା, ୨୦୧୫ରେ ପ୍ରକାଶିତ ବିଜ୍ଞପ୍ତିକୁ ରଦ୍ଦ କଲେ ହାଇକୋର୍ଟ

କଟକ: ସମ୍ବଲପୁର ମହାନଗର ନିଗମ ନିର୍ବାଚନ ପାଇଁ ବାଟ ଖୋଲିଲା । ୨୦୧୫ରେ ପ୍ରକାଶିତ ବିଜ୍ଞପ୍ତିକୁ ରଦ୍ଦ କଲେ ହାଇକୋର୍ଟ । ୬ ସପ୍ତାହ ଭିତରେ ବିଜ୍ଞପ୍ତି ପାଇଁ ସରକାରଙ୍କୁ ନିର୍ଦ୍ଦେଶ । ସଂରକ୍ଷଣ ନିୟମ ଆଧାରରେ ସାନି ବିଜ୍ଞପ୍ତି ପାଇଁ କହିଲେ ହାଇକୋର୍ଟ । ୨୦୧୫ ବିଜ୍ଞପ୍ତିରେ ୱାର୍ଡ ସଂରକ୍ଷଣ ୫୦% ଟପିବାରୁ ବିବାଦ ହୋଇଥିଲା । ୨୦୧୫ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ୍‌ କରି ମାମଲା ହାଇକୋର୍ଟକୁ ଆସିଥିଲା ।…