ହୋଟେଲ୍ ମାଲିକଙ୍କୁ ହତ୍ୟା ଉଦ୍ୟମ ଘଟଣା, ଏକତରଫା ପ୍ରେମ ପାଇଁ ହତ୍ୟା

ଟିଟିଲାଗଡ଼: ହୋଟେଲ୍ ମାଲିକଙ୍କୁ ହତ୍ୟା ଉଦ୍ୟମ ଘଟଣାର ପର୍ଦ୍ଦାଫାସ । ମୁଖ୍ୟ ଅଭିଯୁକ୍ତ ଅଙ୍କୁର ଅଗ୍ରୱାଲ ହତ୍ୟା ପାଇଁ ୫ ଲକ୍ଷ ସୁପାରି ଦେଇଥିଲା । ୫ ଲକ୍ଷ ସୁପାରି ଦେଇଥିବା ନେଇ ସୂଚନା ଦେଲେ ବଲାଙ୍ଗିର ଏସ୍‌ପି । ୫ ଲକ୍ଷ ସୁପାରି ନେଇଥିବା ଭକ୍ତବନ୍ଧୁ ସର୍ଖେଲ, ନରେଶ ବେହେରା ମଧ୍ୟ ଗିରଫ । ଅଙ୍କୁର ଏକ ତରଫା ଭାବେ ହୋଟେଲ ମାଲିକଙ୍କ ପତ୍ନୀଙ୍କୁ ଭଲ ପାଉଥିଲା ।…

କ୍ରାଇମବ୍ରାଞ୍ଚ ରେଡ୍ ପରେ ମୁହଁ ଖୋଲିଲେ ବାଣିକ ମୁଖ୍ୟ, କହିଲେ…

ଭୁବନେଶ୍ଵର: ‘ବାଣିକ’ ନାଁରେ ଅଭିଯୋଗକୁ ଖଣ୍ଡନ କଲେ ମୁଖ୍ୟ ସୁବ୍ରତ ଛାଟୋଇ । ‘ବାଣିକ୍‌’ର ପୋଲିସ SI ପରୀକ୍ଷା ଘୋଟାଲରେ ସମ୍ପୃକ୍ତି ନାହିଁ ବୋଲି କହିଲେ ସୁବ୍ରତ । ମୁଁ କିମ୍ବା ମୋର କୌଣସି ଷ୍ଟାଫ୍‌ ଏଥିରେ ସମ୍ପୃକ୍ତ ନାହାନ୍ତି । ରାଜନୈତିକ ଉଦ୍ଦେଶ୍ୟ ରଖି ବାଣିକ୍‌କୁ ଟାର୍ଗେଟ୍‌ କରାଯାଉଛି । ଯଦି ପ୍ରମାଣ ଅଛି ମୋତେ ବାନ୍ଧି କୋର୍ଟରେ ପ୍ରମାଣିତ କରନ୍ତୁ ବୋଲି କହିଛନ୍ତି ବାଣୀକ ମୁଖ୍ୟ ସୁବ୍ରତ…

ଲାସଲୋ କ୍ରାଷ୍ଣାହୋରକାଇଙ୍କୁ ସାହିତ୍ୟରେ ନୋବେଲ ୨୦୨୫

ନୂଆଦିଲ୍ଲୀ: ଘୋଷଣା ହେଲା ସାହିତ୍ୟ ପାଇଁ ନୋବେଲ ପୁରସ୍କାର । ଚଳିତ ବର୍ଷ ପାଇଁ ଲାସଲୋ କ୍ରାଷ୍ଣାହୋରକାଇଙ୍କୁ ସାହିତ୍ୟରେ ନୋବେଲ । ହଙ୍ଗେରୀର ଗୃହଯୁଦ୍ଧ, ଆତଙ୍କବାଦ ଓ କ୍ଷମତା ଲଢେଇ ମଧ୍ୟରେ ଜାରି ରଖିଥିଲେ ସାହିତ୍ୟ । ସାମଗ୍ରିକ ଅବଦାନ ପାଇଁ ହଙ୍ଗେରିଆନ ଲେଖକଙ୍କୁ ନୋବେଲ ପୁରସ୍କାର । ଏକାଧିକ ସିନେମା ଓ ମ୍ୟୁଜିକରେ କାମ କରିଛନ୍ତି ଲାସଲୋ । ପୁରସ୍କାର ଘୋଷଣା କରି ସ୍ବିଡିସ ଏକାଡେମୀ କହିଛି ଯେ…

ଭସାଣୀ ଗଣ୍ଡଗୋଳ ଘଟଣା: ଘର ଘର ବୁଲି ଯାଞ୍ଚ କରୁଛି ପୋଲିସ

କଟକ: କଟକ ଭସାଣୀ ଗଣ୍ଡଗୋଳ ଘଟଣାରେ ଡିସିପିଙ୍କ ତରଫରୁ ସହରବାସୀଙ୍କ ପାଇଁ ୨ଟି ମୋବାଇଲ୍‌ ନଂ ଜାରି କରାଯାଇଛି। ମୋବାଇଲ୍‌ ନଂ ୭୩୨୮୦୭୭୩୨୪ / ୮୪୮୦୫୧୩୦୦୭ ଜାରି ହୋଇଛି। ଗୁଜବ କିମ୍ବା ମିଥ୍ୟା ସୂଚନାରେ ବିଶ୍ବାସ ନ କରିବାକୁ ପରାମର୍ଶ ଦିଆଯାଇଛି। କୌଣସି ସନ୍ଦେହଜନକ ବାର୍ତ୍ତା ପାଇଲେ ଦୁଇ ମୋବାଇଲ ନଂରେ ଜଣାଇବାକୁ କୁହାଯାଇଛି। ସହରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ ପରାମର୍ଶ ଦିଆଯାଇଛି। ଅନ୍ୟପଟେ ହାତୀପୋଖରୀ ଅଞ୍ଚଳରେ ପୋଲିସ…

ହାଇକୋର୍ଟଙ୍କ ବଡ ନିଷ୍ପତ୍ତି, ଉପର ପଡ଼ିଆରେ ହେବ ବାଲିଯାତ୍ରା

କଟକ: ଉପର ପଡ଼ିଆରେ ହେବ ବାଲିଯାତ୍ରା। ଏ ନେଇ ଅନୁମତି ପ୍ରଦାନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ପୂର୍ବରୁ କେବଳ ତଳ ପଡ଼ିଆରେ ବାଲିଯାତ୍ରା ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ପ୍ରଶାସନର ଏହି ନିଷ୍ପତ୍ତିକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପ୍ରଶାସନ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ବିଭିନ୍ନ ମହଲରୁ ଅନୁରୋଧ କରାଯାଇଥିଲା। ଶେଷରେ ଏହି ପ୍ରସଙ୍ଗ ହାଇକୋର୍ଟରେ ପହଞ୍ଚିଥିଲା, ଯାହାକୁ ସର୍ବୋଚ୍ଚ ନ୍ୟାୟାଳୟ ବିଚାର କରି ଉପର…

SI ଘୋଟାଲା, ବଣିକ କୋଚିଂ ସେଣ୍ଟରରେ କ୍ରାଇମବ୍ରାଞ୍ଚର ଚଢାଉ

ଭୁବନେଶ୍ଵର: ଭୁବନେଶ୍ଵରରେ ପ୍ରତିଷ୍ଠିତ ‘ବଣିକ’ କୋଚିଂ ସେଣ୍ଟର ଉପରେ କ୍ରାଇମବ୍ରାଞ୍ଚ ରେଡ୍‌ । ପୋଲିସ SI ନିଯୁକ୍ତି ଘୋଟାଲା ଲିଙ୍କ୍‌ରେ ଚାଲିଛି ରେଡ୍‌ । ଭୁବନେଶ୍ବର ସିଆର୍‌ପି ଛକରେ ଥିବା ବଣିକ ସେଣ୍ଟର ଉପରେ ରେଡ୍‌ । ପରୀକ୍ଷାର୍ଥୀଙ୍କ ପାଇଁ ଫିକ୍ସିଂ ଅଭିଯୋଗରେ ଛାନଭିନ୍‌ । ପଞ୍ଚସଫ୍ଟ ମୁଖ୍ୟ ଶଙ୍କର ପୃଷ୍ଟିଙ୍କର ‘ବଣିକ’ ମାଲିକଙ୍କ ସହ ସମ୍ପର୍କ ଥିବା ନେଇ ସୂଚନା ମିଳିଛି । ବିଜୟନଗର ଯାଉଥିବା ପରୀକ୍ଷାର୍ଥୀଙ୍କ ଭିତରୁ…

ମଧ୍ୟପ୍ରଦେଶ ପୋଲିସର ଆକ୍ସନ; କଫ୍‌ ସିରପ୍ କଂପାନୀ ମାଲିକ ଗିରଫ

ଭୋପାଲ: କଫ୍ ସିରପକୁ ନେଇ ସାରା ଦେଶରେ ଚହଳ ପଡିଥିବା ବେଳେ ମଧ୍ୟପ୍ରଦେଶ ପୋଲିସ ନେଇଛି ବଡ ଆକ୍ସନ । କଫ୍‌ ସିରପ୍ ନିର୍ମାତା କଂପାନୀ ‘ଶ୍ରୀସନ୍ ମେଡିକାଲ୍ସ’ର ମାଲିକକୁ ଗିରଫ କରିଛି ପୋଲିସ । ମାଲିକ ଜି. ରଙ୍ଗନାଥନଙ୍କୁ ଚେନ୍ନାଇରୁ ଗିରଫ କଲା ପୋଲିସ । ରଙ୍ଗନାଥନଙ୍କୁ ହେପାଜତକୁ ନେଇ ପୋଲିସର ପଚରାଉଚରା ଜାରି । ସୂଚନା ଅନୁସାରେ, କଫ୍‌ ସିରପ୍ ପିଇ ମଧ୍ୟପ୍ରଦେଶରେ ୨୧ ଶିଶୁଙ୍କ ମୃତ୍ୟୁ…

ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଭାରତୀୟ ବାୟୁସେନା

ନୂଆଦିଲ୍ଲୀ: ପ୍ରତିବର୍ଷ ଅକ୍ଟୋବର ୮ରେ ପାଳନ ହୁଏ ଭାରତୀୟ ବାୟୁସେନା ଦିବସ । ଭାରତୀୟ ବାୟୁ ମାର୍ଗର ସୁରକ୍ଷା କରିବା ହେଉଛି ଏହି ସେନାର ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ । ଅକ୍ଟୋବର ୮ ତାରିଖକୁ ଆମ ଦେଶରେ ‘ଭାରତୀୟ ବାୟୁସେନା ଦିବସ’ ଭାବେ ପାଳନ କରାଯାଉଛି । ଦ୍ୱିତୀୟ ବିଶ୍ବଯୁଦ୍ଧ ସମୟରେ ମଧ୍ୟ ଭାରତୀୟ ବାୟୁସେନା ପ୍ରମୁଖ ଭୂମିକା ତୁଲାଇଥିଲା । ୧୯୫୦ରେ ଭାରତ ଗଣତନ୍ତ୍ର ରାଷ୍ଟ୍ର ହେବା…

୧୦ ତାରିଖ ବେଳକୁ ଘୂର୍ଣ୍ଣିବଳୟ ସମ୍ଭାବନା, ପ୍ରବଳ ବର୍ଷା

ଭୁବନେଶ୍ଵର: ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସମ୍ଭାବନା। ଆସନ୍ତା ୧୦ ତାରିଖ ବେଳକୁ ଘୂର୍ଣ୍ଣିବଳୟ ସମ୍ଭାବନା। ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା । ସେପଟେ ଉତ୍ତର ଉପକୂଳ ଓଡ଼ିଶାରେ ଉପରେ ସକ୍ରିୟ ରହିଛି ଟ୍ରପ ଲାଇନ। ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି। ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା…

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା: ଓକିଲଙ୍କ କଲମ ଛାଡ଼ ଆନ୍ଦୋଳନ

ଭୁବନେଶ୍ଵର: ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପୀତବାସ ପଣ୍ଡା ହତ୍ୟାର ପ୍ରତିବାଦ । ଆଜି ସାରା ରାଜ୍ୟର ଆଇନଜୀବୀମାନଙ୍କ ସଂପୂର୍ଣ୍ଣ କଲମ ଛାଡ଼ ଆନ୍ଦୋଳନ । ରାଜ୍ୟ ଆଇନଜୀବୀ ପରିଷଦର ଜରୁରୀ ବୈଠକରେ କଲମ ଛାଡ଼ ପାଇଁ ନିଷ୍ପତ୍ତି । ଗଞ୍ଜାମ ଜିଲାର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା ଘଟଣାକୁ ରାଜ୍ୟ ବାର୍‌ କାଉନସିଲ ତୀବ୍ର ନିନ୍ଦା କରିଛି । ପୀତବାସଙ୍କ ହତ୍ୟା ପ୍ରତିବାଦରେ…