ପୁଣି ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ, ଶାନ୍ତି ପାଇଁ କମିଶନରେଟ ପୋଲିସର ଅପିଲ

କଟକ: କଟକ ସହରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଉଦ୍ଦେଶ୍ୟରେ ଆହୁରି ୨୪ ଘଣ୍ଟା ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ଅକ୍ଟୋବର ୭ ତାରିଖ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରାଯାଇଛି । କଟକ ଜିଲ୍ଲାପାଳଙ୍କ ସୁପାରିଶ କ୍ରମେ ଅସାମାଜିକ ତତ୍ତ୍ୱମାନଙ୍କୁ ନିୟନ୍ତ୍ରଣ କରିବା ନିମନ୍ତେ ଇଣ୍ଟରନେଟ୍‌ ସେବା ବନ୍ଦର ପଦକ୍ଷେପ ନିଆଯାଇଛି । କଟକ ମହାନଗର ନିଗମ ଅଞ୍ଚଳ, ସିଡ଼ିଏ ଅଞ୍ଚଳ ଓ ୪୨ ମଉଜା…

୨୦୨୫ ବର୍ଷ ପାଇଁ ୩ ବୈଜ୍ଞାନିକଙ୍କୁ ମେଡିସିନ୍‌ରେ ନୋବେଲ୍ ପୁରସ୍କାର

ନୂଆଦିଲ୍ଲୀ: ମେଡିସିନ୍ ପାଇଁ ସମ୍ମାନଜନକ ନୋବେଲ୍ ପୁରସ୍କାର ଘୋଷଣା । ୨୦୨୫ ବର୍ଷ ପାଇଁ ୩ ବୈଜ୍ଞାନିକଙ୍କୁ ମେଡିସିନ୍‌ରେ ନୋବେଲ୍ ପୁରସ୍କାର । ମ୍ୟାରି ଇ. ବ୍ରୋନ୍‌କୋ, ଫ୍ରେଡ୍‌ ରାମ୍ସଡେଲ୍, ସିମୋନ ଶାକାଗୁଚିଙ୍କୁ ନୋବେଲ୍ । ଶରୀରରେ ପ୍ରତିରୋଧକ ଶକ୍ତି ବୃଦ୍ଧିଜନିତ ମେଡିସିନ୍ ଗବେଷଣା ପାଇଁ ନୋବେଲ୍ । ରୟାଲ୍ ସ୍ୱିଡିଶ୍ ଏକାଡେମୀ ଅଫ୍ ସାଇନସେସ୍‌ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ପେରିଫେରାଲ ଇମ୍ୟୁନ ଟଲରେନ୍ସ (ଶରୀରର ବାହାର…

ଘୋଷଣା ହେଲା ତାରିଖ, ଏହି ଦିନଠୁ ଯୁକ୍ତ ୨ ପରୀକ୍ଷା ଫର୍ମଫିଲପ୍‌

ଭୁବନେଶ୍ଵର: ଯୁକ୍ତ ୨ ପରୀକ୍ଷା ଫର୍ମଫିଲପ୍‌ ନେଇ ତାରିଖ ଘୋଷଣା କଲା CHSE । ରେଗୁଲାର ପରୀକ୍ଷାର୍ଥୀ ଆସନ୍ତା ୨୦ରୁ ନଭେମ୍ବର ୬ ଭିତରେ ଭରିବେ ଫର୍ମ । ସେହିପରି ଏକ୍ସରେଗୁଲାର ପରୀକ୍ଷାର୍ଥୀ ଆସନ୍ତା ୧୩ରୁ ୨୫ ଭିତରେ ଫର୍ମ ଭରିବେ । ୨୦୦ ଟଙ୍କା ଫାଇନ୍‌ରେ ନଭେମ୍ବର ୧୦ରୁ ୧୪ ମଧ୍ୟରେ ଫର୍ମ ଫିଲଅପ୍‌ । ସେହିପରି ୬ ଶହ ଟଙ୍କା ଫାଇନ୍‌ରେ ନଭେମ୍ବର ୧୭ରୁ ୧୯ ମଧ୍ୟରେ…

ବାଜିଲା ନିର୍ବାଚନ ବିଗୁଲ, ନଭେମ୍ବର ୬ରୁ ବିହାର ବିଧାନସଭା ନିର୍ବାଚନ

ବିହାର: ବିହାର ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ୍ । ନଭେମ୍ବର ୬ରୁ ବିହାର ବିଧାନସଭା ନିର୍ବାଚନ । ବିହାର ବିଧାନସଭା ନିର୍ବାଚନ ନେଇ ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନର । ଦୁଇଟି ପର୍ଯ୍ୟାୟରେ ହେବ ବିହାର ନିର୍ବାଚନ । ପ୍ରଥମ ପର୍ଯ୍ୟାୟ ମତଦାନ ନଭେମ୍ୱର ୬ ଓ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ନଭେମ୍ୱର ୧୧ରେ ହେବ । ନଭେମ୍ୱର ୧୪ରେ ଭୋଟ ଗଣତି ଓ ପରିଣାମ ଘୋଷଣା…

ଘୋଷଣା ହେଲା ତାରିଖ, ନଭେମ୍ୱର ୧୧ରେ ନୂଆପଡ଼ା ଉପନିର୍ବାଚନ

ନୂଆପଡା: ବାଜିଲା ନିର୍ବାଚନ ବିଗୁଲ । ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ । ଉପନିର୍ବାଚନ ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନର । ନଭେମ୍ବର ୧୪ ତାରିଖରେ ଭୋଟ୍ ଗଣତି । ଆସନ୍ତା ୧୩ରେ ପ୍ରକାଶ ପାଇବ ନୂଆପଡ଼ା ଉପନିର୍ବାଚନ ବିଜ୍ଞପ୍ତି । ଅକ୍ଟୋବର ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ । ଅକ୍ଟୋବର ୨୨ରେ ଯାଞ୍ଚ, ୨୪ ରେ ନାମାଙ୍କନ ପ୍ରତ୍ୟାହାର ଶେଷ ତାରିଖ ।…

ମହିଳା ଦିନିକିଆ ବିଶ୍ବକପ: ପାକିସ୍ତାନକୁ ଲାଗାତାର ୧୨ ଥର ହରାଇଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ: ପଡିଆରେ ପୁଣି ଚିତପଟାଙ୍ଗ ହେଲା ପାକିସ୍ତାନ । ମହିଳା ଖେଳାଳି ବି ନେଲେ ୨୬ ଜଣଙ୍କୁ ହତ୍ୟାର ପ୍ରତିଶୋଧ । ପୁଣି କ୍ରିକେଟ ମଇଦାନରେ ଅପରେଶନ ସିନ୍ଦୂର । ମହିଳା ଦିନିକିଆ ବିଶ୍ବକପରେ ପାକିସ୍ତାନକୁ ୮୮ ରନ୍‌ରେ ହରାଇଲା ଭାରତ । ୨୪୮ ଟାର୍ଗେଟ୍‌କୁ ପିଛା କରି ପାକିସ୍ତାନ ୧୫୯ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା । ଖେଳ ଆରମ୍ଭରୁ ଉଭୟ ଟିମର ଖେଳାଳି କରମର୍ଦ୍ଦନ କରିନଥିଲେ କି ଶେଷ…

କଟକରେ କର୍ଫ୍ୟୁ: ୩୬ ଘଣ୍ଟା ଯାଏଁ ଚକ ଅଖ ସବୁ ଜାମ୍, ଘରୁ ବାହାରିଲେ….

କଟକ: କଟକରେ ଶାନ୍ତି ବଜାୟ ପାଇଁ ୩୬ ଘଣ୍ଟିଆ କର୍ଫ୍ୟୁ ଜାରି ହୋଇଛି । ଦରଘାବଜାର ସମେତ ୧୩ଟି ଥାନା ଅଞ୍ଚଳରେ କର୍ଫ୍ୟୁ ଲାଗିଛି । ଗତକାଲି ରାତି ୧୦ଟାରୁ ୩୬ ଘଣ୍ଟା ପାଇଁ ୧୩ଟି ଥାନା ଅଞ୍ଚଳରେ ଜାରି ହୋଇଛି କର୍ଫ୍ୟୁ । କର୍ଫ୍ୟୁ ବେଳେ ପେଟ୍ରୋଲ୍ ପମ୍ପ, ହସ୍ପିଟାଲ୍, ମେଡିସିନ୍ ଷ୍ଟୋର୍ ଓ ଗ୍ରୋସରୀ ଦୋକାନ ଖୋଲା ରହିବ । କଟକରେ କର୍ଫ୍ୟୁ କଟକଣା ନେଇ ଅତିରିକ୍ତ…

ବରୁଣେଇରେ ବାର୍‌ହା କବଳରେ ଥିବା ୫ ପର୍ଯ୍ୟଟକ ଉଦ୍ଧାର, ଜଣେ ପୋଲିସ କର୍ମଚାରୀ ମୃତ

ଖୋର୍ଦ୍ଧା: ବରୁଣେଇରେ ବାର୍‌ହା କବଳରେ ଥିବା ୫ ପର୍ଯ୍ୟଟକ ଉଦ୍ଧାର । ବାର୍‌ହାକୁ ଘଉଡ଼ାଇ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଅଗ୍ନିଶମ ଓ ବନ କର୍ମଚାରୀ । ହିଂସ୍ର ବାର୍‌ହା ଭୟରେ ଗଛ ଉପରେ ଆଶ୍ରୟ ନେଇଥିଲେ ୫ ପର୍ଯ୍ୟଟକ । ପର୍ଯ୍ୟଟକଙ୍କୁ ଉଦ୍ଧାର କରିବାକୁ ଯାଇଥିବା ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ । ସୂଚନା ଅନୁସାରେ, ୬ ଜଣ ପର୍ଯ୍ୟଟକ ବରୁଣେଇ ପାହାଡ଼ରେ ଥିବାବେଳେ ହଠାତ୍ ଏକ ହିଂସ୍ର ବାର୍‌ହା…

ଆଜି କୁମାର ପୂର୍ଣ୍ଣିମା: ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ,ସଂଧ୍ୟାରେ ଚାନ୍ଦ ପୂଜା

ଭୂବନେଶ୍ଵର: ଆଜି କୁଆଁରୀ ଝିଅଙ୍କ ପର୍ବ କୁଆଁର ପୁନେଇଁ । ଏହି ଦିନ କାର୍ତ୍ତିକେୟଙ୍କ ଜନ୍ମଦିନ ଥିବାରୁ ଏହି ପୂଜା କଲେ ତାଙ୍କ ଭଳି ସୁନ୍ଦର ଓ ବୀର ବର ମିଳେ ବୋଲି ଲୋକ ବିଶ୍ବାସ ରହିଛି । ତେଣୁ ସର୍ବଗୁଣସମ୍ପନ୍ନ ଜୀବନସାଥୀଟିଏ ପାଇବାକୁ କୁମାରୀ କରିବେ ଚନ୍ଦ୍ରପୂଜା । ଏନେଇ କୁମାରୀଙ୍କ ମନରେ ବେଶ୍‌ ଉତ୍ସାହ ଭରି ରହିଛି । ସକାଳ ନ ପାଉଣୁ ଗାଧୋଇ ପାଧୋଇ ନୂଆ…

ପଡିବ ଚାରିଧାମ କପାଟ, ପୁଣି 6 ମାସକୁ ଅପେକ୍ଷା

ଡେରାଡୁନ: ଉତ୍ତରାଖଣ୍ଡ ସ୍ଥିତ ଚାରିଧାମ ଯାତ୍ରାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରୀ, ଯମୁନୋତ୍ରୀ ସହିତ ଚାରିଧାମର ଦ୍ୱାର ବନ୍ଦ ହେବା ନେଇ ତାରିଖର ଘୋଷଣା କରାଯାଇଛି । ଚାରିଧାମ ଯାତ୍ରା ପାଇଁ ଆସନ୍ତା ଏପ୍ରିଲ 30, 2025ରେ ଉଭୟ ଗଙ୍ଗୋତ୍ରୀ ଓ ଯମୁନୋତ୍ରୀର କପାଟ ଖୋଲାଯାଇଥିଲା l ଏହାପରେ ମେ 2, 2025ରେ ଆରମ୍ଭ ହୋଇଥିଲା କେଦାରନାଥ ଯାତ୍ରା l ଶେଷରେ…