Blog

ଉପର ପଡ଼ିଆରେ ବି ହେବ ବାଲିଯାତ୍ରା, ରୂପରେଖ କ’ଣ ହେବ କୋର୍ଟଙ୍କୁ ଅବଗତ କରାଯିବ

କଟକ: ଉପର ପଡ଼ିଆରେ ବି ହେବ ବାଲିଯାତ୍ରା । ଏନେଇ କୋର୍ଟଙ୍କୁ ସତ୍ୟପାଠ ଦିଆଯିବ କହିଲେ ଜିଲ୍ଲାପାଳ । ରୂପରେଖ କ’ଣ ହେବ କୋର୍ଟଙ୍କୁ ଅବଗତ କରାଯିବ । ଲୋକପ୍ରତିନିଧିଙ୍କୁ ନେଇ ଜିଲ୍ଲାପାଳଙ୍କ ଆବାସିକ ବାସଭବନ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ କେବଳ ତଳ ପଡ଼ିଆରେ ବାଲିଯାତ୍ରାକୁ ନେଇ ଉଠିଥିଲା ବିବାଦ । ଅଧିକାଂଶ ଦଳର ଲୋକ ପ୍ରତିନିଧି ପ୍ରଶାସନର ନିଷ୍ପତ୍ତିକୁ ବିରୋଧ କରିଥିଲେ । ସେପଟେ…

ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୁର୍ଣ୍ଣ ନିଷ୍ପତ୍ତି: ଘଟଗାଁ ତାରିଣୀ ପୀଠ ପାଇଁ ୨୨୬କୋଟି

ଭୂବନେଶ୍ଵର: ରାଜ୍ୟ କ୍ୟାବିନେଟ୍ ବୈଠକରେ ୪ଟି ପ୍ରସ୍ତାବ ଉପରେ ମୋହର । ୩ଟି ବିଭାଗର ୪ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର । ଶ୍ରମ ବିଭାଗର ବାଣିଜ୍ୟ ପ୍ରତିଷ୍ଠାନ ଆଇନ ୧୯୫୬ର ସଂଶୋଧନ ପାରିତ । କାରଖାନା ୧୯୪୮ର ସଂଶୋଧନ ଆଇନ ମଧ୍ୟ ହେଲା ପାରିତ । ୨୦ କିମ୍ବା ଅଧିକ କର୍ମଚାରୀ ଥିବା ଦୋକାନ, ବ୍ୟବସାୟ ପ୍ରତିଷ୍ଠାନ ପାଇଁ ଲାଗୁ । ଓଡ଼ିଆ ଭାଷାରେ ସାଇନବୋର୍ଡ ଲେଖିବା ମଧ୍ୟ…

କଡା ସୁରକ୍ଷାରେ ଟ୍ଵିନ ସିଟି, ୬୧ ପ୍ଲାଟୁନ୍ ଫୋର୍ସ ମୁତୟନ

ଭୁବନେଶ୍ଵର: ପାର୍ବଣ ପାଇଁ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ସାମ୍ୱାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ପୋଲିସ୍ କମିଶନର । ଏଥର ଭୁବନେଶ୍ୱରରେ ୬୧ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ । ମୋଟ ୧୯୩ ମଣ୍ଡପ ପାଇଁ ସୁରକ୍ଷା ବ୍ୟବସ୍ଥା ହୋଇଛି । ୨୪ଟି ପେଣ୍ଡାଲରେ ଅଳଙ୍କାର ସୁରକ୍ଷା ବ୍ୟବସ୍ଥା ହୋଇଛି । ବିଦ୍ୟୁତ୍ ଓ ନିଆଁରୁ ରକ୍ଷା କରିବାକୁ ବିଶେଷ ପଦକ୍ଷେପ ନିଆଯାଇଥିବା ବେଳେ ଭିଡ଼ ଓ…

ଅଷ୍ଟମୀରେ ଦାନାବାନ୍ଧିବ…ନବମୀରୁ ବର୍ଷିବ…ଦଶମୀ ବେଳକୁ ଧୋଇବ

ଭୁବନେଶ୍ଵର: ପାର୍ବଣବେଳେ ପୁଣି ଆସୁଛି ଲଘୁଚାପ। ଅଷ୍ଟମୀରେ ଦାନାବାନ୍ଧିବ…ନବମୀରୁ ବର୍ଷିବ…ଦଶମୀ ବେଳକୁ ଧୋଇବ । ପାଣିପାଗ ବିଭାଗର ପୂର୍ବାନୁମାନ, ଆସନ୍ତାକାଲି ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଘୁର୍ଣ୍ଣିବଳୟ ସୃଷ୍ଟି ହେବ। ଅକ୍ଟୋବର ୧ ତାରିଖରେ ଉତ୍ତର ଓଡ଼ିଶା ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ । ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ । ୨ ତାରିଖରେ ଦକ୍ଷିଣ ଓଡ଼ିଶା ସମେତ…

ଆସୁଛନ୍ତି ମହାମାୟା, ଉତ୍ସବମୁଖର ସାରା ରାଜ୍ୟ

ଭୁବନେଶ୍ବର: ଆସୁଛନ୍ତି ମହାମାୟା । ଉତ୍ସବମୁଖର ସାରା ରାଜ୍ୟ । ସଜେଇ ହୋଇସାରିଲାଣି ସୁଉଚ୍ଚ ତୋରଣ ଓ ଆଖି ଝଲସିଲା ପରି ମେଢ । ଆଜି ପୀଠରେ ମହା ଅଷ୍ଟମୀ, ମଣ୍ଡପରେ ସପ୍ତମୀ ପୂଜା । ବେଲଗଛ ମୂଳେ ଷଷ୍ଠୀ ପୂଜା କରାଯିବା ପରେ ମା’ଙ୍କୁ ମଣ୍ଡପକୁ ଆବାହନ କରାଯାଇଛି । ଆଜି ସପ୍ତମୀରେ ନଦୀରୁ ପବିତ୍ର ଜଳ ଅଣାଯାଇ ମଣ୍ଡପରେ ମା’ଙ୍କୁ ଚକ୍ଷୁଦାନ କରାଯିବ । ଏହାପରେ ଅଷ୍ଟମୀ…

ମା’ ମହାଗୌରୀ: ଅଷ୍ଟମ ଶକ୍ତି ମା’ ମହାଗୌରୀ

ଭୁବନେଶ୍ଵର: ପବିତ୍ର ଆଶ୍ୱିନ ମାସ ଶୁକ୍ଳପକ୍ଷ ଅଷ୍ଟମୀ, ନବରାତ୍ରୀ ମହାଷ୍ଟମୀ (ଦୂର୍ଗାଷ୍ଟମୀ) ତିଥିରେ ଜଗଜ୍ଜନନୀ କରୁଣାମୟୀ ମାଁ ନବଦୂର୍ଗା ଙ୍କୁ ଦେବୀ ମାଁ ମହାଗୌରୀ ସ୍ୱରୂପରେ ପୂଜାର୍ଚ୍ଚନା କରାଯାଏ । ମହାଗୌରୀ ସ୍ୱରୂପରେ ବ୍ରୁଷଭ ବାହନା ଚତୁର୍ଭୂଜା ମାତା ସମ୍ପୂର୍ଣ୍ଣ ଗୌରବର୍ଣ୍ଣା ଏବଂ ତାଙ୍କର ବସ୍ତ୍ର ଓ ସମସ୍ତ ଆଭୂଷଣ ମଧ୍ୟ ସମ୍ପୂର୍ଣ୍ଣ ଶ୍ୱେତବର୍ଣ୍ଣ । ଏହା ଦେବୀଙ୍କ ସୌମ୍ୟ ରୂପ। ଏହି ରୂପରେ ବୃଷଭ ବାହିନୀ ଦେବୀଙ୍କ ଶରୀରର…

ଏସିଆ କପ ହାତେଇଲା ଭାରତ, ୫ ୱିକେଟରେ ଜିତିଲା ପାକିସ୍ତାକୁ କଲା ଚିତପଟାଙ୍ଗ

ନୂଆଦିଲ୍ଲୀ: ନବମ ଏସିଆ କପ ଟାଇଟଲ ଜିତିଲା ଭାରତ । ଏସିଆ ଦଖଲ କରିଛି ଭାରତୀୟ କ୍ରିକେଟ୍‌ ଦଳ। ପାରମ୍ପାରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ହ୍ୟାଟ୍ରିକ୍ ବିଜୟ ସହ ଭାରତ ନବମ ଥର ପାଇଁ ଏସିଆ କପ୍‌ ମୁକୁଟ ଜିତିଛି। ଦଶହରା ଓ ଦୀପାବଳି ପୂର୍ବରୁ ଭାରତୀୟ କ୍ରିକେଟ୍‌ପ୍ରେମୀଙ୍କୁ ପାର୍ବଣର ମଧୁର ଉପହାର ଦେଇଛି ! ଦୁବାଇରେ ଖେଳା ଯାଇଥିବା ସଂଘର୍ଷପୂର୍ଣ୍ଣ ଫାଇନାଲକୁ ୫ ୱିକେଟରେ ଜିତିଲା ଭାରତ ।…

ପୁଣି ଘାଇଲା କଲେ ଶ୍ରୀମୟୀ, କାହାକୁ ଶ୍ରୀମୟୀଙ୍କ ନେପୋଟିଜମ୍‌ ନିଶାନା

ଭୁବନେଶ୍ଵର: ବିଜେଡିରୁ ନିଲମ୍ବିତ ଶ୍ରୀମୟୀ ମିଶ୍ରଙ୍କ ‘ନେପୋଟିଜମ୍‌’ ନିଶାନା । ରାଜନେତାଙ୍କ ନାଁ ନ ନେଇଥିଲେ ବି ଅଣଦେଖା ନେଇ ରୋଷ ବଖାଣିଲେ ଶ୍ରୀମୟୀ । ଯାହା ଯୋଗ୍ୟତା ଓ ପ୍ରତିଭାକୁ ଅଣଦେଖା କରି ବ୍ୟକ୍ତିଗତ ସମ୍ପର୍କକୁ ଅଗ୍ରାଧିକାର ଦିଏ । ଏହା ରାଜନୀତି, ଶିକ୍ଷା, ଚାକିରିରେ ପ୍ରକୃତ ହକ୍‌ଦାରଙ୍କୁ ବଞ୍ଚିତ କରିଛି । ଯେଉଁମାନେ ଆଗକୁ ଯିବାକୁ ହକ୍‌ଦାର ନେପୋଟିଜମ ପାଇଁ ପଛରେ । ଏହା ସମାଜରେ ଅସନ୍ତୋଷ…

ମନ୍‌ କୀ ବାତ୍‌: ସହିଦ ଭଗତ ସିଂ ଓ ଲତା ମଙ୍ଗେସକରଙ୍କୁ ମନେପକେଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ ୧୨୬ତମ ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସହିଦ ଭଗତ ସିଂ ଓ ଲତା ମଙ୍ଗେସକରଙ୍କୁ ସ୍ମରଣ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି ସବୁ ରାକ୍ଷୀ ପୂର୍ଣ୍ଣିମାରେ ମୋ ପାଇଁ ଲତା ଦିଦି ରାକ୍ଷୀ ପଠାଉଥିଲେ । ସବୁ କ୍ଷେତ୍ରରେ ନାରୀଶକ୍ତି ଦେଶ ପାଇଁ ଗୌରବ ଆଣିପାରିଛନ୍ତି । ତେବେ କାର୍ଯ୍ୟକ୍ରମରେ ନ୍ୟାଭିର ୨ ମହିଳା କମାଣ୍ଡରଙ୍କ ସହ…

ସ୍ଥିତି ସ୍ଵାଭାବିକ, କୌଣସି ନଦୀରେ ନାହିଁ ବନ୍ୟା ପରିସ୍ଥିତି

ଭୁବନେଶ୍ଵର: ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି । ଏନେଇ ସୂଚନା ଦେଇଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ । ସବୁ ସ୍ଥାନରେ ବିପଦ ସଂକେତ ଠାରୁ ତଳେ ଜଳ ପ୍ରବାହିତ ହେଉଛି । ମୁଣ୍ଡଳୀରେ ସ୍ଥିତି ସ୍ୱାଭାବିକ ଥିବାରୁ ଅନ୍ୟ ସବୁଠି ମଧ୍ୟ ସ୍ୱାଭାବିକ ରହିଛି । ସେପଟେ ଭଟ୍ଟାରିକାଙ୍କ ମନ୍ଦିର ପାଦଦେଶକୁ ଛୁଇଁଛି ବନ୍ୟାଜଳ । ଭଟ୍ଟାରିକା ମନ୍ଦିର ବେଢାରେ ପଶିଲା ବନ୍ୟାଜଳ । ବନ୍ୟାଜଳ ଯଦିଓ ମା’ଙ୍କ…