Blog

ପ୍ରଜ୍ଞାନ ଓଝାଙ୍କୁ ନୂଆ ଦାୟିତ୍ଵ, ଭାରତୀୟ କ୍ରିକେଟ ଦଳର ସିଲେକ୍ସନ କମିଟିରେ ହେଲେ ସାମିଲ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ସିଲେକ୍ସନ କମିଟିରେ ପ୍ରଜ୍ଞାନ ଓଝା। ସାଉଥ୍ ଜୋନରୁ ସାମିଲ ହେଲେ ପ୍ରଜ୍ଞାନ ଓଝା। ଜାତୀୟ ସିନିୟର କ୍ରିକେଟ ଟିମ୍‌ର ଚୟନକର୍ତ୍ତା ହେଲେ ପ୍ରଜ୍ଞାନ ଓଝା । ଶିବସୁନ୍ଦର ଦାସଙ୍କ ସହ ଦ୍ବିତୀୟ ଓଡ଼ିଆ ଭାବେ ଚୟନ କମିଟିରେ ସ୍ଥାନିତ । ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟିରେ ସ୍ଥାନ ପାଇଲେ । ନୂଆ ସଦସ୍ୟ ଭାବେ ଆର୍‌ପି ସିଂ ସାମିଲ, ସ୍ଥାନ ବଜାୟ…

ଥାଲାପତି ବିଜୟଙ୍କ ରାଲିରେ ଭୟଙ୍କର ଦଳାଚକଟା, ୩୫ ମୃତ ଏକାଧିକ ଆହତ

ଚେନ୍ନାଇ: ତାମିଲନାଡୁରେ ସାଉଥ ସିନେ ସୁପରଷ୍ଟାର ତଥା ରାଜନେତା ଥାଲାପତି ବିଜୟଙ୍କ ରାଲିରେ ଭୟଙ୍କର ଦଳାଚକଟା । ଘଟଣାରେ ୩୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯୫ରୁ ଅଧିକ ଆହତ ହୋଇଛନ୍ତି । ମୃତକଙ୍କ ଭିତରେ ୮ ଜଣ ଛୋଟ ପିଲା ଓ ୧୬ ଜଣ ମହିଳା ଥିବା ସୂଚନା ମିଳିଛି। ପୃଥକ ପୃଥକ ହସ୍ପିଟାଲ୍‌ରେ ୯୫ ଜଣ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର…

ଯୌନ ଉତ୍ପୀଡ଼ନ ମାମଲାରେ ଗିରଫ ହେଲେ ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ

ନୂଆଦିଲ୍ଲୀ: ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ ଓରଫ ପାର୍ଥ ସାରଥୀ ଗିରଫ । ଆଗ୍ରାରୁ ବିଳମ୍ବିତ ରାତିରେ ଗିରଫ କଲା ଦିଲ୍ଲୀ ପୋଲିସ । ଛାତ୍ରୀଙ୍କୁ ଯୌନ ଉତ୍ପୀଡ଼ନ ଏବଂ ଜାଲିଆତି ଅଭିଯୋଗରେ ଗିରଫ । EWS ସ୍କଲାରସିପରେ PGDM କରାଇବାକୁ କହି ଶୋଷଣ କରୁଥିଲେ ଭଣ୍ଡ ବାବା । ପୁଲିସ ସୂଚନା ଅନୁଯାୟୀ ଆଶ୍ରମର ନିର୍ଦ୍ଦେଶକ ଚୈତନ୍ୟାନନ୍ଦ ସରସ୍ୱତୀଙ୍କ ବିରୋଧରେ ୧୫ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଦକ୍ଷିଣ-ପଶ୍ଚିମ ଦିଲ୍ଲୀର…

ମା’ କାଳରାତ୍ରୀ: ଶତ୍ରୁରୁ ମୁକ୍ତି ଦିଅନ୍ତି ମା’ କାଳରାତ୍ରୀ

ଭୁବନେଶ୍ଵର: ଅପେକ୍ଷାର ଅନ୍ତ ଘଟିଛି । ଧରାବତରଣ କରିଛନ୍ତି ଦଶଭୁଜା ମା’ ଦୁର୍ଗା । ଆଧ୍ୟାତ୍ମିକତାର ମହକରେ ମହକୁଛି ପରିବେଶ । ଚାରିଆଡ଼େ ପାର୍ବଣର ପୁଲକ। ଆଜି ଶକ୍ତିପୀଠରେ ସପ୍ତମୀ ପୂଜା କରାଯାଉଥିବା ବେଳେ ମଣ୍ଡପରେ ଆଜି ଷଷ୍ଠୀ ପୂଜା କରାଯାଉଛି । ପୂଜକ ବେଳଗଛ ମୂଳେ ପୂଜା କରିବା ପରେ ମାଆଙ୍କୁ ମଣ୍ଡପକୁ ଆବାହନ କରିବେ । ନବରାତ୍ରୀର ଆଜି ସପ୍ତମ ଦିନ। ଆଜି ମା’ କାଳରାତ୍ରୀଙ୍କ ପୂଜା…

ପବିତ୍ର ଦଶହରାରେ ଘରେ ବନାନ୍ତୁ ସ୍ଵାଦିଷ୍ଟ “ନଡ଼ିଆ ବର୍ଫି”

ଭୁବନେଶ୍ଵର: ପବିତ୍ର ଦଶହରାରେ ଘରେ ଘରେ ମାଆଙ୍କ ନିକଟରେ ଭୋଗ ଲଗାଇବା ପାଇଁ ପ୍ରସ୍ତୁତ କରାଯାଏ ବିଭିନ୍ନ ଭୋଗ । ଘରେ ଆମେ ମିଠାର ଭୋଗ ଲାଗାଇ ମାଆଙ୍କୁ ଅର୍ପଣ କରିପାରିବା । ଆଜି ଆମେ ମିଠାର ଏକ ସୁଆଦିଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି “ନଡ଼ିଆ ବର୍ଫି”। ଏହି ରେସିପିଟି ଆପଣ ଘରେ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ…

ଝାରସୁଗୁଡ଼ାବାସୀଙ୍କୁ ମୋଦିଙ୍କ ସମ୍ବୋଧନ, କହିଲେ…

ଝାରସୁଗୁଡ଼ା: ଝାରସୁଗୁଡ଼ା ଅମଲିପାଲିରେ ଯୁବ ସମାବେଶରେ ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦେଇ ଏକ ବିଶାଳ ରାଲି କରିଛନ୍ତି । ଏଥିସହ ଝାରସୁଗୁଡ଼ା ସମାବେଶରେ ପ୍ରଧାନମନ୍ତ୍ରୀ ଝାରସୁଗୁଡାବାସୀଙ୍କୁ ସମ୍ବୋଧନ କରିଛନ୍ତି । ସର୍ବପ୍ରଥମେ ମୋଦି ନବରାତ୍ର ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୋଦି କହିଛନ୍ତି, ଦେଢ଼ ବର୍ଷ ପୂର୍ବେ ବିଧାନସଭା ନିର୍ବାଚନରେ ନୂଆ ସଂକଳ୍ପ ନେଲେ । ବିକଶିତ ଓଡ଼ିଶାର ସ୍ବପ୍ନ ନେବାକୁ ଶପଥ ନେଲେ । ଫଳରେ ଆଜି…

ଆସୁଛି ଆଉ ଏକ ଲଘୁଚାପ, ଫିକା ପଡିବ ପାର୍ବଣ

ଭୁବନେଶ୍ଵର: ପାର୍ବଣକୁ ଫିକା କରିପାରେ ଲଘୁଚାପଜନିତ ବର୍ଷା । ଆସନ୍ତା ୧ ତାରିଖ ବେଳକୁ ବଙ୍ଗୋପସାଗରରେ ପୁଣି ଲଘୁଚାପ କ୍ଷେତ୍ର ସମ୍ଭାବନା । ୩୦ରେ ଉତ୍ତର ଆଣ୍ଡାମାନ ସାଗରରେ ନୂତନ ଘୂର୍ଣ୍ଣିବଳୟ ପ୍ରବେଶ । ପ୍ରଭାବରେ ଉତ୍ତର ପାର୍ଶ୍ୱବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି । ଫଳରେ ଦଶହରା ବେଳକୁ ମଧ୍ୟ ବର୍ଷା ଲାଗି ରହିବ ବୋଲି ଆଶଙ୍କା କରାଯାଉଛି । ସେପଟେ…

ଆଜି ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା, କଡା ସୁରକ୍ଷା ବଳୟରେ ପରୀକ୍ଷା ସେଣ୍ଟର

ଭୁବନେଶ୍ଵର: ଆଜି ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା । ରାଜ୍ୟବ୍ୟାପୀ ବାଧ୍ୟତାମୂଳକ ଓଟିଇଟି ପରୀକ୍ଷା । ପାଖାପାଖି ୭୫ ହଜାରରୁ ଅଧିକ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ଆଜି ଏହି ଗୁରୁତ୍ବପୂର୍ଣ୍ଣ ପରୀକ୍ଷା ଦେବାକୁ ଯାଉଛନ୍ତି । ରାଜ୍ୟର ୧୯୩ ଟି ପରୀକ୍ଷା କେନ୍ଦ୍ରରେ ୭୫ ହଜାର ୪୦୩ ଶିକ୍ଷକ ଶିକ୍ଷୟିତ୍ରୀ ଦେବେ ଏହି ପରୀକ୍ଷା । ସାରା ରାଜ୍ୟରେ ଲଘୁଚାପ ଓ ଲଗାଣ ବର୍ଷା ଜାରି ରହିଥିବା ବେଳେ ପରୀକ୍ଷା କେନ୍ଦ୍ରରେ ୨୪…

ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଯୁବ ସମାବେଶକୁ କରିବେ ସମ୍ବୋଧନ

ଝାରସୁଗୁଡା: ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଝାରସୁଗୁଡାରେ ସେବା ପର୍ବରେ ସାମିଲ ହେବା ସହ ଯୁବ ସମାବେଶକୁ ଉଦବୋଧନ ଦେବେ। ଏଥିସହ ୧୭ ଶହ କୋଟିର ରେଳ ପ୍ରକଳ୍ପ ରାଜ୍ୟବାସୀଙ୍କୁ ଭେଟିଦେବା ସହ ୫୦ ହଜାର ଅନ୍ତ୍ୟୋଦୟ ଘର ବାଣ୍ଟିବେ ମୋଦି । ଆଜି ଝାରସୁଗୁଡ଼ା ଆସୁଥିବା ନେଇ ‘ଏକ୍ସ’ରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏକ ପୋଷ୍ଟ ସେୟାର କରି ମୋଦି କହିଛନ୍ତି, ଗସ୍ତ…

ନବରାତ୍ରୀର ଷଷ୍ଠ ଦିନ, ଆଜି ଦୁର୍ଗତିନାଶିନୀଙ୍କ କାତ୍ୟାୟିନୀ ରୂପ

ଭୁବନେଶ୍ଵର: ଆଜି ମା’ ଦୁର୍ଗାଙ୍କ ଷଷ୍ଠୀ । ନବରାତ୍ରୀ ଆରମ୍ଭ ହୋଇଯାଇଥିବା ବେଳେ ଆଜି ଷଷ୍ଠ ଦିନରେ ମା’ କାତ୍ୟାୟନୀ ରୂପରେ ପୂଜା ପାଇବେ । ନବରାତ୍ରୀର ଷଷ୍ଠ ଦିନରେ ଦେବୀଙ୍କୁ ଏହି ସ୍ୱରୂପରେ ଉପାସନା କରାଯାଏ। ମା’ କାତ୍ୟାୟନୀଙ୍କ ପୂଜା ଦ୍ବାରା ଶତ୍ରୁ ସଂହାର ପାଇଁ ଶରୀରରେ ଅଦ୍ଭୁତ ଶକ୍ତି ସଞ୍ଚାର ହୋଇଥାଏ ବୋଲି ବିଶ୍ବାସ ରହିଛି । ବଜ୍ର ମଣ୍ଡଳର ଅଧିଷ୍ଠାତ୍ରୀ ଦେବୀ କାତ୍ୟାୟନୀଙ୍କର ଚାରୋଟି ହସ୍ତ…