ଆସୁଛି ଆଉ ଏକ ଲଘୁଚାପ, ଆସନ୍ତା ୨୮ ଯାଏଁ ପ୍ରବଳ ବର୍ଷା

ଭୁବନେଶ୍ଵର: ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା । ଉତ୍ତର-ପୂର୍ବ ବଙ୍ଗୋପସାଗର ଆଖପାଖ ଅଂଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି । ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । ୨୬ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବାକୁ ସତ୍ସ୍ୟଜୀବୀଙ୍କୁ ପରାମର୍ଶ ଦେଇଛି ପାଣିପାଗ ବିଭଗା । ଆସନ୍ତାକାଲି ପାଇଁ ସୁନ୍ଦରଗଡ଼ ଓ ସମ୍ୱଲପୁର ଜିଲ୍ଲାକୁ…

ଟ୍ୟାକ୍ସି ଡ୍ରାଇଭର ମୃତ୍ୟୁ: ୪ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ଚନ୍ଦକା ଜଙ୍ଗଲ ରାସ୍ତା କଡ଼ରୁ ଟ୍ୟାକ୍ସି ଡ୍ରାଇଭର ବିଦ୍ୟାଧର ସାହୁ ମୃତ୍ୟୁ ଘଟଣା । ୪ ଜଣଙ୍କୁ ଗିରଫ କଲା ବଡଗଡ଼ ଥାନା ପୋଲିସ। ଗିରଫ ଅଭିଯୁକ୍ତ ମାନେ ହେଲେ ଏନ ଦିଲ୍ଲୀପ କୁମାର, ରମେଶ ଚନ୍ଦ୍ର ବେହେରା, କେ ରବୀନ୍ଦ୍ର ଏବଂ ଦୀପକ କୁମାର ସାହୁକା। ସମସ୍ତ ଅଭିଯୁକ୍ତଙ୍କ ଘର ଗଜପତି ଜିଲ୍ଲାରେ ବୋଲି ସୋମବାର ପୋଲିସ କମିଶନର ପ୍ରେସ୍‌ମିଟ୍‌ କରି ସୂଚନା ଦେଇଛନ୍ତି ।…

ନବରାତ୍ରୀ: ପ୍ରଥମ ଦିନରେ ଶୈଳପୁତ୍ରୀ ବେଶରେ ପୂଜା ପାଇବେ ମା’

ଭୁବନେଶ୍ଵର: ଆଜିଠୁ ମା’ଙ୍କ ନବରାତ୍ରୀ ପୂଜା । ଏଥିପାଇଁ ସାରା ଦେଶର ପ୍ରସିଦ୍ଧ ଶକ୍ତିପୀଠ ଚଳଚଞ୍ଚଳ ହୋଇଉଠିଛି । ସାରା ଦେଶରେ ଭୋର ସମୟରୁ ମା’ଙ୍କ ପୂଜାର୍ଚ୍ଚନା କରାଯାଉଛି । ଆମ ରାଜ୍ୟର ବିଭିନ୍ନ ଶକ୍ତି ପୀଠ ଗୁଡିକରେ ଶ୍ରଦ୍ଧାଳୁ ମାନଙ୍କ ଭିଡ ବଢିବାରେ ଲାଗିଛି । ନିଜର ମନସ୍କାମନା ପୂରଣ ପାଇଁ ଆଜିଠାରୁ ନିଜ ନିଜ ଘରେ ମା’ଙ୍କ ସ୍ଥାପନା କରି ୯ ଦିନର ବ୍ରତ ପାଳନ କରୁଛନ୍ତି…

ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ

ସମ୍ବଲପୁର: ଆଜି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ । ପବିତ୍ର ମହାଳୟା ଅବସରରେ ମା’ ଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ଏହି ବେଶ ଅନୁଷ୍ଠିତ ହୋଇଥାଏ । ବର୍ଷ ତମାମ ମା’ ସିନ୍ଦୁର ମୁହିଁ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଥିବା ବେଳେ ଆଜି ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି । ମହାଳୟା ଦିନ ପିତୃପୁରୁଷଙ୍କୁ ପିଣ୍ଡଦାନ ପରେ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ ଦର୍ଶନ କଲେ ଗଂଗା ସ୍ନାନର…

ଏବେ ହେବ ନାହିଁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ: ମନମୋହନ ସାମଲ

ଭୁବନେଶ୍ଵର: ରାଜ୍ୟରେ ଏବେ ହେବ ନାହିଁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ମା’ ସମଲେଇଙ୍କ ଧବଳମୁଖୀ ବେଶ ଦର୍ଶନ ସମୟରେ ସୂଚନା । ପାର୍ବଣ ପୂର୍ବରୁ ହେବ ନାହିଁ ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ । ଏଥିସହ ନୂଆପଡ଼ା ଉପନିର୍ବାଚନରେ ପଦ୍ମ ଫୁଟିବ ବୋଲି କହିଛନ୍ତି ମନମୋହନ । ‘ନୂଆପଡ଼ା ଉପନିର୍ବାଚନରେ ଚାଷୀଙ୍କୁ ବୋନସ୍ ଓ ବିକାଶ ମୁଖ୍ୟ ପ୍ରସଙ୍ଗ’ ରହିବ…

ବର୍ଷାରେ ଭାଷିବ ପାର୍ବଣ, ଆସୁଛି ବଡ ବର୍ଷା

ଭୁବନେଶ୍ଵର: ଆସନ୍ତା ୨୫ ଓ ଅକ୍ଟୋବର ୧ ତାରିଖରେ ପୁଣି ସୃଷ୍ଟି ହେବ ଲଘୁଚାପ । ୨ଟି ଲଘୁଚାପ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଉତ୍ତର ଆଣ୍ଡାମାନ ସାଗର ଓ ମିଆମାର୍‌ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବା ବେଳେ ଆସନ୍ତା ୨୨ ତାରିଖ ଆଡ଼କୁ ଉତ୍ତର ବଙ୍ଗୋପସାଗରରେ ପହଞ୍ଚିବ । ୨୫ ତାରିଖ ଆଡ଼କୁ ବଙ୍ଗୋପସାଗର ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି…

ଆସିବେନି ମୋଦି, ପ୍ରଧାନମନ୍ତ୍ରୀଙ୍କ ବ୍ରହ୍ମପୁର ଗସ୍ତ ବାତିଲ୍

ଭୁବନେଶ୍ଵର: ବାତିଲ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ରହ୍ମପୁର ଗସ୍ତ । ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ମୋଦିଙ୍କ ଗସ୍ତ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି । ତେବେ ବ୍ରହ୍ମପୁର ବଦଳରେ ଝାରସୁଗୁଡ଼ାରେ ହୋଇପାରେ ମୋଦିଙ୍କ କାର୍ଯ୍ୟକ୍ରମ । ରଙ୍ଗେଇଲୁଣ୍ଡାରେ ହେବାକୁ ଥିବା ସେବା ପର୍ବ କାର୍ଯ୍ୟକ୍ରମ ବାତିଲ୍ ସୂଚନା । ଆସନ୍ତା ୨୭ରେ ଗଞ୍ଜାମ ଗସ୍ତରେ ଆସିଥାନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୂଚନା ଅନୁସାରେ, ଆସନ୍ତା ୨୭ରେ ଗଞ୍ଜାମ…

ଠକେଇ ଅଭିଯୋଗରେ ଗିରଫ ହେଲେ ବିଜେଡି ନେତା ଦିଲ୍ଲୀପ ନାୟକ

ଭୁବନେଶ୍ଵର: ଗିରଫ ହେଲେ ବିଜେଡି ନେତା ଦିଲ୍ଲୀପ ନାୟକ । କଟକ ରାଣୀହାଟର ବିଜୟ ରାଉତ ନାମକ ଜଣେ ବ୍ୟକ୍ତିଙ୍କ ଲିଖିତ ଅଭିଯୋଗ ଆଧାରରେ ଗିରଫ କରାଯାଇଛି । ୧୨.୪୨ କୋଟି ଟଙ୍କାରୁ ଅଧିକ ଠକେଇ ଏବଂ ଜାଲିଆତି ଅଭିଯୋଗରେ ବିଜେଡ଼ି ନେତା ଦିଲ୍ଲୀପ କୁମାର ନାୟକଙ୍କ ବାସସ୍ଥାନରେ ଓଡ଼ିଶା ପୋଲିସର ଅର୍ଥନୈତିକ ଅପରାଧ ଶାଖା ଗତକାଲି ଚଢ଼ଉ କରିଥିଲା । ଭୁବନେଶ୍ବର ପାଣ୍ଡରାରେ ଏକ ଜମି ପାଇଁ ବିଜୟ…

ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ: ଖୁବଶୀଘ୍ର ପ୍ରସ୍ତୁତ ହେବ ଗାଇଡ୍‌ଲାଇନ୍‌

ଭୁବନେଶ୍ଵର: ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ପାଇଁ ଖୁବଶୀଘ୍ର ପ୍ରସ୍ତୁତ ହେବ ଗାଇଡ୍‌ଲାଇନ୍‌ । ବିଧାନସଭାରେ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଭକ୍ତଙ୍କ ଶୃଙ୍ଖଳିତ ଧାଡ଼ି ଦର୍ଶନ ନେଇ ପରିଚାଳନା କମିଟି ଅନୁମୋଦନ କରିଛି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସବ କମିଟି ପାଇଁ ପରିଚାଳନା କମିଟି କହିଛି । ଏ ନେଇ ସବ କମିଟି ସେବକ ନିଯୋଗଙ୍କ ସହ…

ଚାଲି ପାରୁନି ଗୃହ କାର୍ଯ୍ୟ, ସୋମବାର ଯାଏଁ ମୁଲତବି

ଭୁବନେଶ୍ଵର: ବିଧାନସଭାରେ ସାର ତାତି। ସାର ସମସ୍ୟା ନେଇ ଆଲୋଚନା ଦାବିରେ ଗୃହରେ ବିଜେଡିର ପ୍ରତିବାଦ । ଗୃହର ମଧ୍ୟ ଭାଗରେ ବିଜେଡିର ପ୍ରତିବାଦ । ସୋମବାର ଯାଏଁ ଗୃହ ମୁଲତବି । ଅଧିବେଶନ ଆରମ୍ଭରେ ଦିବଂଗତ ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା । ଗୃହରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶୋକ ପ୍ରସ୍ତାବ ଆଗତ…