କଳିଙ୍ଗା ଘାଟି ଭୂସ୍ଖଳନ; ମରାମତି ପାଇଁ ଲାଗିବ ୭ ଦିନ

ଜି.ଉଦୟଗିରି: କଳିଙ୍ଗା ଘାଟି ଭୂସ୍ଖଳନ ପରେ ରାସ୍ତା ମରାମତି ପାଇଁ ପ୍ରାୟ ୭ ଦିନ ସମୟ ଲାଗିବ । ମରାମତି ପାଇଁ ନିୟୋଜିତ NHAIର ପ୍ରମୁଖ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି । ପ୍ରଥମେ ଅସ୍ଥାୟୀ ମରାମତି କରି ଗାଡ଼ି ଚଳାଚଳ ବ୍ୟବସ୍ଥା ହେବ । ଏଠି ଏପରି ଭୂସ୍ଖଳନ କେବେ ହୋଇ ନ ଥିଲା । ସ୍ଥିତି ଦେଖିଲା ପରେ ଉତ୍ତରାଖଣ୍ଡ ଭୂସ୍ଖଳନ ଭଳି ଲାଗୁଛି ବୋଲି କହିଛନ୍ତି…

STAର କଟକଣା: ବନ୍ଦ ହେବ ଡିଜେ ଗାଡି

ଭୁବନେଶ୍ଵର:  ଡିଜେ ଗାଡି ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ (ଏସଟିଏ)ର କଟକଣା । ମୂଳଢାଞ୍ଚାକୁ ବେଆଇନ ପରିବର୍ତ୍ତନ ବିରୋଧରେ ସର୍କୁଲାର ଜାରି କରାଯାଇଛି । ଗାଡିର ମୂଳ ଢାଞ୍ଚାରେ ପରିବର୍ତ୍ତନ ଓ ନିୟମ ଉଲ୍ଲଘଂନ କଲେ ହେବ କାର୍ଯ୍ୟାନୁଷ୍ଠାନ । ନିର୍ଦ୍ଧାରିତ ସୀମା ପାର ଶବ୍ଦ ଏବଂ ଆଲୋକ ବ୍ୟବସ୍ଥା ଉପରେ କଟକଣା ଲାଗିଛି। ଯାନରେ ଡିଜେ ସିଷ୍ଟମ, ଆମ୍ପ୍ଲିଫାୟର୍, ମିକ୍ସର, ଲେଜର ଲାଇଟ୍ କଣ୍ଟ୍ରୋଲର୍ ବେଆଇନ। ସାର୍ବଜନୀନ ସ୍ଥାନରେ…

ଆସୁଛନ୍ତି ମା’: ମଝି ନଈରେ କାହିଁକି ଅଟକି ଯାଇଥିଲା ନାଆ

ଭୁବନେଶ୍ଵର: ଧରାଧାମକୁ ଅବତରଣ କରିଛି ପାର୍ବଣର ଋତୁ । ପାର୍ବଣ ଋତୁରେ ଜଗତଜନନୀଙ୍କ ବିଭିନ୍ନ ଶକ୍ତିପୀଠରେ ଆରମ୍ଭ ହୋଇଛି ଶାରଦୀୟ ପୂଜା । ଶକ୍ତିପୀଠମାନଙ୍କରେ ଚାଲିଛି ମାଆଙ୍କ ଷୋଡଶ ଉପଚାର ବିଧି। ୧୬ ଦିନ ପର୍ଯ୍ୟନ୍ତ ବିଭିନ୍ନ ବେଶରେ ଭକ୍ତଙ୍କ ଦର୍ଶନ ଦେବେ ମାଆ ଜଗତଜନନୀ । ଆମ ଦେଶରେ ଶକ୍ତି ପୂଜାର ପରମ୍ପରା ଯୁଗଯୁଗ ଧରି ଚଳିଆସୁଛି । କଳସ ଯାତ୍ରାରୁ ଆରମ୍ଭ ହୋଇଥାଏ ମାଆଙ୍କ ଷୋଡଶ ଉପଚାର…

ବିଶ୍ଵକର୍ମା ଅର୍ଥାତ ବିଶ୍ଵର ରଚୟିତା

ଭୁବନେଶ୍ଵର: ଆଜି ବିଶ୍ଵ ବିନ୍ଧାଣୀ ବିଶ୍ଵକର୍ମାଙ୍କ ପୂଜା। ସାରା ରାଜ୍ୟରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜାକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି। ପ୍ରାଚୀନ ଗ୍ରନ୍ଥ ଉପନିଷଦ ଏବଂ ପୁରାଣ ଆଦି ଅବଲୋକନ କଲେ ଜଣାପଡ଼େ ବିଶ୍ଵକର୍ମା ହେଉଛନ୍ତି ଶ୍ରେଷ୍ଠ ଶିଳ୍ପୀ । ଆଦି କାଳରେ ବିଶ୍ଵକର୍ମା ତାଙ୍କର ବିଶିଷ୍ଟ ଶିଳ୍ପ ଜ୍ଞାନ ଏବଂ ବିଜ୍ଞାନ ଗୁଣ ଯୋଗୁଁ ଦେବତା ଓ ମାନବ ଦ୍ଵାରା ପୂଜିତ । ବିଶ୍ଵକର୍ମା ଅନ୍ୟ ଅର୍ଥରେ ବିଶ୍ଵର…

ନୂଆପଡ଼ା ଉପନିର୍ବାଚନ: ବୃଦ୍ଧି ହୋଇଛି ମତଦାନ କେନ୍ଦ୍ର

ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା । ନୂଆପଡ଼ାରେ ମୋଟ ୫୬ଟି ନୂତନ ମତଦାନ କେନ୍ଦ୍ର ସୃଷ୍ଟି କରାଯାଇଛି । ମତଦାନ କେନ୍ଦ୍ର ୩୦୨ରୁ ୩୫୮କୁ ବୃଦ୍ଧି କରାଯାଇଛି । ସହରାଞ୍ଚଳରେ ୩୬ ଓ ଗ୍ରାମାଞ୍ଚଳରେ ୩୨୨ ମତଦାନ କେନ୍ଦ୍ର । ନିର୍ବାଚନ ମଣ୍ଡଳୀରେ ୫୨ଟି ମତଦାନ କେନ୍ଦ୍ରର ନାମ ପରିବର୍ତ୍ତନ କରାଯାଇଛି । ସେପ୍ଟେମ୍ବର ୧୫କୁ ଯୋଗ୍ୟତା ତାରିଖ ଭାବେ ରଖି ଚିଠା ଭୋଟର…

ଆସନ୍ତାକାଲିଠୁ ‘ସୁସ୍ଥ ନାରୀ ସଶକ୍ତ ପରିବାର’ କାର୍ଯ୍ୟକ୍ରମ, ଶୁଭାରମ୍ଭ କରିବେ ମୋଦି

ଭୁବନେଶ୍ଵର: କାଲି ମୋଦିଙ୍କ ଜନ୍ମଦିନରେ ‘ସୁସ୍ଥ ନାରୀ ସଶକ୍ତ ପରିବାର’ କାର୍ଯ୍ୟକ୍ରମ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏହି କାର୍ଯ୍ୟକ୍ରମ ଜରିଆରେ ତିଆରି ହେବ ଡିଜିଟାଲ୍‌ ଡାଟାବେସ୍‌ । ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଚାଲିବ ଏହି ଅଭିଯାନ । ୨୯ ହଜାର ସ୍କ୍ରିନିଙ୍ଗ ଓ ୩ ହଜାରରୁ ଊର୍ଦ୍ଧ୍ବ ସ୍ବାସ୍ଥ୍ୟ କ୍ୟାମ୍ପ୍‌ ହେବ । ସ୍କ୍ରିନିଙ୍ଗ ତଥ୍ୟକୁ ନେଇ ଡିଜିଟାଲ…

ବାଲିହରଚଣ୍ଡି ଗଣଦୁଷ୍କର୍ମ ଘଟଣା, ଦୁଃଖଦ ଘଟଣା କହିଲେ ବିଧାୟିକା

ବ୍ରହ୍ମଗିରି: ବାଲିହରଚଣ୍ଡି ପୀଠରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଘଟଣାକୁ ନେଇ ସାରା ବ୍ରହ୍ମଗିରି ଅଞ୍ଚଳରେ ଚର୍ଚ୍ଚା ଲାଗି ରହିଥିବା ବେଳେ ଆନ୍ଧ୍ରପ୍ରଦେଶରୁ ଅଭିଯୁକ୍ତ ମନୋଜ ବେହେରାକୁ ଗିରଫ କରିଛି ପୁରୀ ପୋଲିସ । ମୋଟ୍ ୪ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଆଜି ସମସ୍ତଙ୍କର ଡାକ୍ତରୀ ମାଇନା କରାଯିବ । ଏହାସହ ଯୁବତୀଙ୍କ ଡାକ୍ତରୀ ମାଇନା କରାଯାଇଛି । ସେପଟେ ବ୍ରହ୍ମଗିରି ବାଲିହରଚଣ୍ଡି ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ଓ ଦୁଃଖଦ ଘଟଣା ବୋଲି କହିଛନ୍ତି ବିଧାୟିକା ଉପାସନା…

ହସ୍ପିଟାଲରେ ଓଡ଼ିଆ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି

ଭୁବନେଶ୍ଵର: ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଅସୁସ୍ଥ । କଟକ ସିଡିଏର ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି । ଫୁସ୍‌ଫୁସ୍‌ ସଂକ୍ରମଣଜନିତ ସମସ୍ୟା ନେଇ ହସ୍ପିଟାଲ୍‌ରେ ଭର୍ତ୍ତି । ଏବେ ବୁଦ୍ଧାଦିତ୍ୟଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା । ତେବେ ଫୁସ୍‌ଫୁସ୍‌ ସଂକ୍ରମଣଜନିତ ସମସ୍ୟାରେ ପୀଡିତ ଅଛନ୍ତୁ ବୁଦ୍ଧାଦିତ୍ୟ ମହାନ୍ତି । ଦୀର୍ଘ ଦିନ ହେବ ସେ ଥଣ୍ଡା ଏବଂ ଜ୍ବରରେ ପୀଡିତ ଅଛନ୍ତି । ଆଜି ଅଧିକ ଅସୁସ୍ଥ ହେବାରୁ…

ଆହୁରି ୩ ଦିନ ପ୍ରବଳ ବର୍ଷା, ପୁଣି ଖୋଲିଲା ହୀରାକୁଦ ଗେଟ୍

ଭୁବନେଶ୍ୱର: ରାଜ୍ୟରେ ମୌସୁମI ଜନିତ ବର୍ଷା ଜାରି ରହିଛି । ରାଜ୍ୟରେ ଆହୁରି ୩ ଦିନ ବର୍ଷିବ । ବିଭିନ୍ନ ସ୍ଥାନରେ କାଁ ଭାଁ ବର୍ଷା ହେଉଥିବା ବେଳେ କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ୩୦ରୁ ୪୦ ବେଗରେ ପବନ ବହିବା ସମ୍ଭାବନା ରହିଛି । ଆଜି ବିଜୁଳି ଘଡ଼ଘଡ଼ି ପାଇଁ ୨୦ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ମଙ୍ଗଳବାର ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ,…

ଆବାସ ଦିବସ ପାଳନ କରିବେ ରାଜ୍ୟ ସରକାର

ଭୁବନେଶ୍ଵର: ଆବାସ ଦିବସ ପାଳନ କରିବେ ରାଜ୍ୟ ସରକାର। ପ୍ରତି ଜିଲ୍ଲା, ପୌରସଂସ୍ଥାରେ ଆୟୋଜନ ହେବ ସହରାଞ୍ଚଳ ପ୍ରଧାନମନ୍ତ୍ରୀ ଆବାସ ମେଳା। ଏନେଇ ସବୁ ଜିଲ୍ଲପାଳଙ୍କୁ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଚିଠି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ୧୭ ତାରିଖରୁ ୨ଟି ପର୍ଯ୍ୟାୟରେ ଚାଲିବ । ସେପ୍ଟେମ୍ବର ୧୭ରୁ ଦୁଇଟି ପର୍ଯ୍ୟାୟରେ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଚାଲିବ ଏହି ଆବାସ ମେଳା । ସେପ୍ଟେମ୍ବର ୧୭ରୁ…