ଆଜି ରାଜ୍ୟ କ୍ୟାବିନେଟ ବୈଠକ

ଭୁବନେଶ୍ଵର: ଆଜି ଅପରାହ୍ଣରେ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଅପରାହ୍ଣ ୫ଟାରେ ଲୋକସଭା ଭବନ ସମ୍ମିଳନୀ କକ୍ଷରେ ବୈଠକ । ବୈଠକରେ ବିଭିନ୍ନ ବିଭାଗର ୫ରୁ ଅଧିକ ପ୍ରସ୍ତାବ ଆସିପାରେ । ମୁଖ୍ୟତଃ ରାଜସ୍ୱ, ପୂର୍ତ୍ତ, ଜଳସଂପଦ ବିଭାଗର ପ୍ରସ୍ତାବ ଅଛି । ତେବେ ଗତ ଅଗଷ୍ଟ ୧୩ରେ ବସିଥିବା କ୍ୟାବିନେଟ ବୈଠକରେ ୬ ବିଭାଗର ୭ଟି…

ପୁଣି ବଢିବ ବର୍ଷା, ଆଜି ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ଵର: ଆଜିଠୁ ବଢ଼ିବ ବର୍ଷା । ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ୧୩ ତାରିଖ ଯାଏ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଜି ପ୍ରବଳ ବର୍ଷା ପାଇଁ ୮ ଜିଲ୍ଲା କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଜପତି,…

ଆଜି ବସିବ ସୁଭଦ୍ରା ସମୀକ୍ଷା ବୈଠକ, ବାଦ୍ ପଡିବେ ଧନି ମହିଳା

ଭୁବନେଶ୍ଵର: ଆଜି ସୁଭଦ୍ରା ଯୋଜନାର ହେବ ସମୀକ୍ଷା ବୈଠକ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ବାଦ୍ ପଡ଼ିଥିବା ହିତାଧିକାରୀଙ୍କୁ ସାମିଲ ନେଇ ହେବ ଆଲୋଚନା । ସେଥିପାଇଁ ୩ ବିଭାଗକୁ ତଥ୍ୟ ମାଗିଛି ମହିଳା ଓ ଶିଶୁ କଲ୍ୟାଣ ବିଭାଗ । ପରିବହନ, ଖାଦ୍ୟ ଯୋଗାଣ ଓ ସ୍ୱାସ୍ଥ୍ୟ ବିଭାଗକୁ ତଥ୍ୟ ମଗାଯାଇଥିଲା । ସେହିପରି ବାଣିଜ୍ୟ ଓ ପରିବହନ ବିଭାଗକୁ ୪ ଚକିଆ…

ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଆସିଲା ଓଡ଼ିଶା ଭେଇକିଲ୍‌ ପଲିସି-୨୦୨୫ ପାଇଁ ଚିଠା ପ୍ରସ୍ତାବ

ଭୂବନେଶ୍ଵର: ଓଡ଼ିଶା ଭେଇକିଲ୍‌ ପଲିସି-୨୦୨୫ ପାଇଁ ଆସିଲା ଚିଠା ପ୍ରସ୍ତାବ । ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଆସିଲା ଚିଠା ପ୍ରସ୍ତାବ । ୨୦୨୧ ଇଭି ପଲିସି ଅନୁସାରେ ୪ ବର୍ଷରେ ୨୦% ଇଭି ଲକ୍ଷ୍ୟ ଧାର୍ଯ୍ୟ ଥିଲା । ସରକାରୀ ପ୍ରୋତ୍ସାହନ ସତ୍ତ୍ବେ ମାତ୍ର ୯% ଇଭି ଗାଡ଼ି ରାସ୍ତାରେ ଗଡ଼ିଛି । ଲକ୍ଷ୍ୟ ହାସଲ ପାଇଁ ସରକାର ଓଡ଼ିଶା ଭେଇକିଲ୍‌ ପଲିସି-୨୦୨୫ ଆସିବ । ଓଡ଼ିଶାକୁ…

ବିଜେଡି ଛାଡ଼ିଲେ ପୂର୍ବତନ ସାଂସଦ ଭାସ୍କର ରାଓ

ଭୁବନେଶ୍ଵର: ବିଜେଡି‌ରେ ପୁଣି ହଟଚମଟ। ବିଜେଡିରୁ ଇସ୍ତଫା ଦେଲେ ରାୟଗଡ଼ାର ଟାଣୁଆ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ ଓ ପୂର୍ବତନ ମନ୍ତ୍ରୀ ଲାଲ୍ ବିହାରୀ ହିମରିକା । ଉଭୟଙ୍କ ସହ ଦଳର ବହୁ ନେତା ଓ କର୍ମୀ ମଧ୍ୟ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି ।…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ, ଜାଣନ୍ତୁ କାରଣ…

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ । ଭିତର କାଠ ପାଖରେ ଛେପ ଖଙ୍କାର ପଡ଼ିବାରୁ ମହାସ୍ନାନ । ଅବକାଶ ପୂଜା ସମୟରେ ବଡ଼ ମହାସ୍ନାନ ହେଉଛି । ବଡ଼ ମହାସ୍ନାନ ଯୋଗୁଁ ସାଧାରଣ ଦର୍ଶନକୁ ବନ୍ଦ କରାଯାଇଛି । ପାଖାପାଖି ଘଣ୍ଟାଏ ଧରି ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସନ । ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ ସକାଳ ସମୟରେ ନିୟମିତ…

ଅଣଛାତ୍ରଙ୍କୁ ତଡିବା ମାମଲା, ଆଜି ବିଶ୍ବବିଦ୍ୟାଳୟ ବନ୍ଦ

ଭୁବନେଶ୍ଵର: ଉତ୍କଳ ବିଶ୍ବବିଦ୍ୟାଳୟ ହଷ୍ଟେଲରୁ ଅଣଛାତ୍ରଙ୍କୁ ଜୋର ଜବରଦସ୍ତ ବାହାର କରିବାକୁ ନେଇ କ୍ୟାମ୍ପସରେ ଦେଖାଦେଇଛି ଉତ୍ତେଜନା । ଯାହାକୁ ନେଇ ଆଜି ବିଶ୍ବବିଦ୍ୟାଳୟ ବନ୍ଦ ଡାକରା ଦେଇଛନ୍ତି ଛାତ୍ର ସଙ୍ଗଠନ । ବାଣୀବିହାରରୁ ବସ୍ତି ହଟାଇବା ବେଳେ ଭଡ଼ାରେ ଲାଗିଥିବା ସରକାରର କ୍ବାଟର୍ସଗୁଡ଼ିକୁ ମୁକ୍ତ କରିବା ଦାବି କରିଛନ୍ତି ପ୍ରମୁଖ ଛାତ୍ର ସଙ୍ଗଠନ । ସୂଚନା ଅନୁସାରେ, ଗତକାଲି ବିଶ୍ଵବିଦ୍ୟାଳୟ ହଷ୍ଟେଲରୁ ଅଣଛାତ୍ରଙ୍କୁ ବିଦା କରିବା ପାଇଁ ବଡ…

ଉପରାଷ୍ଟ୍ରପତି ନିର୍ବାଚନ, ଭାଗ ନେବନି ବିଜେଡି

ଭୁବନେଶ୍ଵର: ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ୍ ଦେବନି ବିଜେଡି । ଭୋଟ୍ ଦାନ ପ୍ରକ୍ରିୟାରୁ ବିଜେଡି ସାଂସଦମାନେ ବିରତ ରହିବା ନେଇ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି । ତେବେ ବର୍ତ୍ତମାନ ସମୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଅଛନ୍ତି । ତେଣୁ ଚର୍ଚ୍ଚା ହେଉଛି ଦିଲ୍ଲୀରୁ ପ୍ରେସମିଟ୍ କରି ସମ୍ଭବତଃ ନବୀନ ଏ ସମ୍ପର୍କରେ ଘୋଷଣା କରିପାରନ୍ତି । ରାଜ୍ୟସଭାରେ ଅଛନ୍ତି ବିଜେଡିର ୭ ସାଂସଦ । ସି.ପି.…

ଉତ୍କଳ ବିଶ୍ବବିଦ୍ୟାଳୟର ୪ ହଷ୍ଟେଲରୁ ବିଦା ହେବେ ଅଣଛାତ୍ର; କ୍ୟାମ୍ପସରେ ପୋଲିସ ମୁତୟନ

ଭୁବନେଶ୍ଵର: ବାଣୀବିହାରରୁ ଅଣଛାତ୍ରଙ୍କୁ ତଡ଼ିବା ପାଇଁ ପ୍ରକ୍ରିୟା ଆରମ୍ଭ । ଉତ୍କଳ ବିଶ୍ବବିଦ୍ୟାଳୟର ୪ ହଷ୍ଟେଲରେ ବ୍ୟାପକ ଯାଞ୍ଚ । ୧,୨,୩ ଓ ୫ ନମ୍ବର ହଷ୍ଟେଲରେ ବ୍ୟାପକ ଯାଞ୍ଚ । ବନ୍ଦ ଥିବା ହଷ୍ଟେଲ ରୁମ୍ ତାଲା ଭାଙ୍ଗି ଯାଞ୍ଚ କରୁଛନ୍ତି ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ । ପୋଲିସ ଉପସ୍ଥିତିରେ ତାଲା ଭାଙ୍ଗି ଚାଲିଛି ଯାଞ୍ଚ । ତାଲା ଭାଙ୍ଗି ବାହାରକୁ ଆସବାବପତ୍ର ନେଲେ କର୍ତ୍ତୃପକ୍ଷ । ସେପଟେ କ୍ୟାମ୍ପସରେ…

ପରଲୋକରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ, ଚାରିଆଡ଼େ ଶୋକର ଛାୟା

ନୂଆପଡ଼ା: ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ । ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ୬୯ ବର୍ଷ ବୟସରେ ଆଖି ବୁଜିଛନ୍ତି ରାଜେନ୍ଦ୍ର ଢୋଲକିଆ । ହୃଦଘାତର ଶିକାର ହୋଇ ଚେନ୍ନାଇରେ ଚିକିତ୍ସିତ ହେଉଥିଲେ । ତେବେ ବର୍ତ୍ତମାନ ତାଙ୍କ ପାର୍ଥୀବ ଶରୀରକୁ ଚେନ୍ନାଇରୁ ଓଡ଼ିଶାକୁ ଅଣାଯାଉଛି । ତାଙ୍କର ମୃତ୍ୟୁ ଖବର ପାଇ ବିଭିନ୍ନ ରାଜନୈତିକ ଦଳର ନେତା ଓ କର୍ମୀଙ୍କ…