ଆସୁଛନ୍ତି ମା’: ସ୍ଵୟଂ ଇଚ୍ଛାରେ ମନ୍ଦିର ଗଢିଥିଲେ ମା ସମଲେଶ୍ଵରୀ!

ଭୁବନେଶ୍ଵର: ଆସୁଛନ୍ତି ମାଆ । ଧରାବତରଣ କରିବେ ଜଗତଜନନୀ । ଉତ୍ସବ ମୁଖର ରାଜ୍ୟର ବିଭିନ୍ନ ଶକ୍ତିପୀଠ । ଶକ୍ତି ପୀଠଗୁଡ଼ିକରେ ଚାଲିଛି ମାଆଙ୍କର ଷୋଡ଼ଶ ଉପଚାର ପୂଜା । ହୋମପାଠ, ଯଜ୍ଞ ମନ୍ତ୍ର ଓ ବେଦ ଧ୍ବନୀରେ ପ୍ରକମ୍ପିତ ହେଉଛି ମା’ଙ୍କ ମନ୍ଦିର ପରିବେଶ । ମାଙ୍କ ଦୁର୍ଲଭ ବେଶ ଦର୍ଶନ ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଧାଇଁ ଆସୁଛନ୍ତି ଭକ୍ତ । ପୀଠରେ ମାଆଙ୍କର ବେଶ ଅନୁସାରେ…

ଭୁବନେଶ୍ଵର: ଆସୁଛନ୍ତି ମାଆ । ଧରାବତରଣ କରିବେ ଜଗତଜନନୀ । ଉତ୍ସବ ମୁଖର ରାଜ୍ୟର ବିଭିନ୍ନ ଶକ୍ତିପୀଠ । ଶକ୍ତି ପୀଠଗୁଡ଼ିକରେ ଚାଲିଛି ମାଆଙ୍କର ଷୋଡ଼ଶ ଉପଚାର ପୂଜା । ହୋମପାଠ, ଯଜ୍ଞ ମନ୍ତ୍ର ଓ ବେଦ ଧ୍ବନୀରେ ପ୍ରକମ୍ପିତ ହେଉଛି ମା’ଙ୍କ ମନ୍ଦିର ପରିବେଶ । ମାଙ୍କ ଦୁର୍ଲଭ ବେଶ ଦର୍ଶନ ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଧାଇଁ ଆସୁଛନ୍ତି ଭକ୍ତ । ପୀଠରେ ମାଆଙ୍କର ବେଶ ଅନୁସାରେ ନୀତିକାନ୍ତି ଓ ପୂଜାର୍ଚ୍ଚନା ଅନୁଷ୍ଠିତ ହେଉଛି । ପଶ୍ଚିମ ଓଡିଶାର ଆରାଧ୍ୟା ଦେବୀ ମା ସମଲେଶ୍ବରୀଙ୍କ ପୀଠରେ ମଧ୍ୟ ଚାଲିଛି ଷୋଡଶ ଉପଚାର ପୂଜା । ସେ ମା ଜଗତଜନନୀ କରୁଣାମୟୀ ଦୁର୍ଗତିନାସିନୀ । ମାଆଙ୍କର କରୁଣା ମିଳିଲେ ସଂସାରର ସବୁ ଦୁଃଖ ଦୂର ହୁଏ ବୋଲି ବିଶ୍ୱାସ ରହିଥାଏ । ସେଥିପାଇଁ ବହୁ ଦୂରଦୂରାନ୍ତରୁ ମାଆଙ୍କ ପାଖକୁ ପାଖକୁ ଛୁଟି ଆସିଥାନ୍ତି ଅନେକ ଭକ୍ତ ।

କିମ୍ବଦନ୍ତୀ କୁହେ, ଯେତେବେଳେ ମହୀରାବଣ ଶ୍ରୀରାମ ଲକ୍ଷ୍ମଣ ଙ୍କୁ ଲଙ୍କାଗଡ଼ର ଅଧିଷ୍ଠାତ୍ରୀ ଦେବୀ ଲଙ୍କେଶ୍ୱରୀଙ୍କ ନିକଟ କୁ ବଳିଦେବାକୁ ଆଣିଥିଲେ । ପ୍ରଭୁ ଙ୍କୁ ଖୋଜି ଖୋଜି ପରମ ଭକ୍ତ ହନୁମାନ ମଧ୍ଯ ଉକ୍ତ ସ୍ଥାନରେ ପହଞ୍ଚି ଥିଲେ ଏବଂ ମହାବୀର ହନୁମାନ କୌଶଳକ୍ରମେ ଲଙ୍କେଶ୍ୱରୀ ଦେବୀଙ୍କୁ ପରାହତ ଓ ମହୀରାବଣଙ୍କୁ ଅସ୍ତ୍ରାଘାତ କରି ରାମଲକ୍ଷ୍ମଣଙ୍କୁ ଉଦ୍ଧାର କରିଥିଲେ । ଏହି ଅପମାନ ରେ ଅସହ୍ୟ ହୋଇ ଦେବୀ ଲଙ୍କେଶ୍ୱରୀ ଲଙ୍କାଗଡ଼ ଛାଡ଼ି ଓଡ଼ିଶାର ପାଟଣାଗଡରେ ସମଲେଶ୍ବରୀ ନାମ ଧାରଣ କରି ଅବସ୍ଥାନ କଲେ । ଆଉ ଏକ କିମ୍ବଦନ୍ତୀ ଅନୁସାରେ, ୧୫୫୬ ମସିହାରେ ରାଜା ବଳରାମ ଦେବ ତାଙ୍କ ପୋଷା କୁକୁର ସହ ଜଙ୍ଗଲରେ ବୁଲୁଥିବା ସମୟରେ ଏକ ଠେକୁଆ ରାଜାଙ୍କ କୁକୁରକୁ ଗୋଡ଼ାଉଥିଲା । କୁକୁରଟି ଭୟରେ ରାଜାଙ୍କ ନିକଟକୁ ଫେରି ଆସିଥିଲା। ଏହା ଦେଖି ରାଜା ଚକିତ ହୋଇଥିଲେ। ତେବେ ସେହି ରାତି ରାଜାଙ୍କୁ ମା’ ସମଲେଶ୍ଵରୀଙ୍କ ସ୍ଵପ୍ନ ହୋଇଥିଲା ।

ନଦୀ ତଟରେ ଏକ ସିମୁଳି ବୃକ୍ଷ ତଳେ ମାଙ୍କର ଆର୍ବିଭାବ ହୋଇଛି। ମା’ ଙ୍କୁ ସେଠାରୁ ନେଇ ନିଜ ନଗରରେ ସ୍ଥାପିତ କରିବା ସହ ମନ୍ଦିର ନିର୍ମାଣ କରିବାକୁ ମା’ ଙ୍କ ସ୍ଵପ୍ନାଦେଶ ହେବା ପରେ ରାଜା ତତକ୍ଷଣାତ ମାଙ୍କ ପାଇଁ ମନ୍ଦିର ନିର୍ମାଣ କରାଇଥିଲେ । ସମଲେଶ୍ଵରୀ ମନ୍ଦିର ନିର୍ମାଣ ଶୈଳୀ ଓ ସ୍ଵଂୟ ମାଙ୍କ ଗଠନ ଅଦ୍ଭୁତ । ମନ୍ଦିରର ମୂଳ ଆଧାର ନାଗରା ଶୈଳୀର ଅଟେ । ମା’ ସମଲେଶ୍ଵରୀଙ୍କ ସ୍ଵରୂପ କୌଣସି ବୈଦିକ ଅନୁଯାୟୀ ହୋଇନାହିଁ ।ଏକ ବୃହତ ପ୍ରସ୍ତର ଖଣ୍ଡର ତଳ ଭାଗରେ ଜିଭ ଭଳି ଏକ ଅଙ୍କୁରିତ ଅଂଶ ରହିଛି । ଏହି ମନ୍ଦିର ନିର୍ମାଣ ପରେ ସମ୍ୱଲପୁର ସହରର ଦୃତ ଉନ୍ନତି ଘଟିଥିଲା । ସମ୍ୱଲପୁର ସହରକୁ ବାହାର ଜିଲ୍ଲା ତଥା ରାଜ୍ୟରୁ ଅନେକ ଲୋକ ଆସି ଏଠାରେ ବସତି ସ୍ଥାପନ କରିଥିଲେ । ସମଶ୍ଵେରୀ କେବଳ ଯେ ସମ୍ୱଲପୁରର ଆରାଧ୍ୟା ଦେବୀ ତାହା ନୁହେଁ । ସମଗ୍ର ପଶ୍ଚିମ ଓଡ଼ିଶାର ସେ ହେଉଛନ୍ତି ଇଷ୍ଟଦେବୀ । ଓଡ଼ିଶା ସମେତ ଛତିଶଗଡ଼ରେ ମଧ୍ୟ ମା’ ସମଶ୍ଵେରୀଙ୍କ ଅନେକ ମନ୍ଦିର ରହିଛି । ତେବେ ମାଙ୍କର ମୂଳ ପୀଠରେ ଏବେ ଆରମ୍ଭ ହୋଇଛି ବିକାଶ ମୂଳକ କାମ । ଯାହା ଏକ ପରିବର୍ତନର ଆହ୍ୱାନ ଦେଇଛି ।

Leave a Reply

Your email address will not be published. Required fields are marked *