ସମାଜରେ ଏବେବି ଅଛନ୍ତି ତାଡ଼କା, ମାରିଚ ଏବଂ ଶୂର୍ପଣଖା ଭଳି ରାକ୍ଷସ: ଯୋଗୀ

ଲକ୍ଷ୍ନୌ: ଗତକାଲି ବିଜୟା ଦଶମୀ ଅବସରରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖନାଥ ମନ୍ଦିର ଯାଇ ବିଧି ବିଧାନର ସହ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ସେଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ବିରୋଧୀଙ୍କୁ ଧୋଇଛନ୍ତି ମୁଖ୍ୟମନ୍ତ୍ରୀ l ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ, ପରିସ୍ଥିତି ବଦଳି ଯାଇଛି, ତଥାପି ଆସୁରିକ ଶକ୍ତି ଏବେ ବି ରହିଛି। ରାମାୟଣ ଏବଂ ମହାଭାରତର କଥା ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ…

ସରିଲା ଦଶହରା: ଧରାପୃଷ୍ଠରୁ ବିଦାୟ ନେବେ ଜଗତଜନନୀ ମାଆ ଦୁର୍ଗା

କଟକ: ଶେଷ ହୋଇଛି ଶାରଦୀୟ ଦୁର୍ଗା ପୂଜା । ଧରା ପୃଷ୍ଠରେ ଅବତରଣ କରି ପାପର ସଂହାର କଲେ ମା ଦୁର୍ଗେ ଦୁର୍ଗତୀ ନାଶିନୀ । ବିଜୟା ଦଶମୀରେ ରାବଣ ପୋଡ଼ି ସହ ଶେଷ ହେଲା ବିଶ୍ୱ ପ୍ରସିଦ୍ଧ କଟକ ଦୁର୍ଗା ପୂଜା । ଏବେ ମାଆଙ୍କ ବିଦାୟର ବେଳ । ଭକ୍ତଙ୍କୁ ଆଧ୍ୟାତ୍ମିକ ଚେତନାରେ ଭିଜେଇ ମେଲାଣି ନେଉଛନ୍ତି ମାଆ । ଭାବବିହ୍ୱଳ ପରିବେଶ । ଭକ୍ତ ଆଖିରେ…

ପାହାଡରୁ ଖସିଲା ପଥର, କୋରାପୁଟ-ରାୟଗଡ଼ା ଟ୍ରେନ୍‌ ଚଳାଚଳ ବନ୍ଦ

ରାୟଗଡା: ଲଘୁଚାପ ଜନିତ ବର୍ଷା ଯୋଗୁଁ ଦକ୍ଷିଣ ଓଡ଼ିଶାରେ ପରିସ୍ଥିତି ବେହାଲ ହୋଇଛି । ବର୍ଷା ପରେ ବିଭିନ୍ନ ସ୍ଥାନରୁ ଭୂସ୍ଖଳନର ଖବର ସାମ୍ନାକୁ ଆସିଛି । ଭୂସ୍ଖଳନରେ ବାପପୁଅ ନିଖୋଜ ହୋଇଛନ୍ତି । ରାୟଗଡ଼ ବ୍ଲକ ପେକେଟ ଗାଁ ନିକଟ ବାମରା ପାହାଡ଼ରୁ ଭୂସ୍ଖଳନ । ଭୂସ୍ଖଳନରେ ମାଟି ତଳେ ବାପପୁଅ ଚାପି ହୋଇ ରହିଥିବା ସନ୍ଦେହ । ଘଟଣାସ୍ଥଳରେ ପହଞ୍ଚିଛି ଅଗ୍ନିଶମ ବାହିନୀ ଓ ପୋଲିସ ।…

ପୋଲିସ SI ପରୀକ୍ଷା ଜାଲିଆତି ଘଟଣା; ରାଜ୍ୟରେ ସରକାରୀ ଚାକିରି ବିକ୍ରୀ ହେବାରେ ଲାଗିଛି

ଭୁବନେଶ୍ଵର: SI ପରୀକ୍ଷା ନେଇ ବିଜେଡିର ଅଭିଯୋଗ ଉପରେ ଜବାବ ରଖିଛନ୍ତି ଆଇନ ମନ୍ତ୍ରୀ । ବିଜେଡି ଶାସନରେ ପ୍ରଶ୍ନ ପତ୍ର ଲିକ୍‌ଠୁ ଆରମ୍ଭ କରି ନକଲି ପରୀକ୍ଷାର୍ଥୀ ଧରା ପଡ଼ିଥିଲେ । ୨୪ ବର୍ଷ ଭିତରେ କେତେ ଆକ୍ସନ ନେଇଛନ୍ତି ଆଗ ବିଜେଡି ଉତ୍ତର ଦେଉ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ । ସେ ଆହୁରି କହିଛନ୍ତି, ତାଙ୍କ ସମୟରେ ସରକାର ଓ ବିଜେଡି ପ୍ରୋତ୍ସାହନରେ…

ଏହି ସ୍ଥାନରୁ ସ୍ଥଳ ଭାଗ ଅତିକ୍ରମ କରିବ ଗଭୀର ଅବପାତ, ସତର୍କ କଲା ପାଣିପାଗ ବିଭାଗ

ଭୂବନେଶ୍ଵର: ବଙ୍ଗୋପସାଗରରେ ସକ୍ରିୟ ରହିଛି ଗଭୀର ଅବପାତ। ଉତ୍ତର ଉତ୍ତରପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୧୦ କିମି ବେଗରେ ଅଗ୍ରସର ହେଉଛି। ଏହା ପ୍ରଭାବରେ ପ୍ରବଳ ବର୍ଷା ହେବ। ପୁରୀ ଠାରୁ ୩ ଶହ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହେଉଛି ଅବପାତ। ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷୀଣ ପୂର୍ବରେ କେନ୍ଦ୍ରୀଭୂତ ହୋଇଛି । ଗତ ୬ ଘଣ୍ଟାରେ ୧୦ କିମି ବେଗରେ ବଢ଼ୁଛି ଅବପାତ।  ଭୁବନେଶ୍ୱର ଓ କଟକ ସମେତ ଉପକୂଳ…

ସାରା ଓଡ଼ିଶା କୁ ବର୍ଷା ଭୟ, ଗୋପାଳପୁର ଓ ପାରାଦୀପ ଦେଇ ଗତି କରିବ ଗଭୀର ଅବପାତ 

ଭୁବନେଶ୍ଵର: ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇସାରିଥିବା ବେଳେ ଏହା ଅଧିକରୁ ଅଧିକ ଘନିଭୂତ ହୋଇ ଗଭୀର ଅପପାତର ରୂପ ନେଉଛି । ବିଶାଖପାଟଣାଠାରୁ ୩ ଶହ କିଲୋମିଟର ଓ ଗୋପାଳପୁରଠାରୁ ୩୨୦ କିଲୋମିଟର ଦୂରରେ ରହି ସମୁଦ୍ରରେ ବଳ ଗୋଟାଇ ଆଗକୁ ବଢ଼ୁଛି ଅବପାତ। ଏହ ଆଜି ରାତିରେ କିମ୍ବା କାଲି ସକାଳେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ ।   ଆକଳନ…

ପୁଣି ଆଖି ବୁଜିଲେ ପୋଲସରାର ପି. ଲକ୍ଷ୍ମୀ

ପୁରୀ: ୧୬ ଦିନ ବଞ୍ଚିବା ପରେ ପୁଣି ଆଖି ବୁଜିଲେ ପୋଲସରାର ପି. ଲକ୍ଷ୍ମୀ । ପୁରୀ ମେଡିକାଲରେ ଶେଷ ନିଶ୍ୱାସ ତ୍ୟାଗ କଲେ ୮୬ ବର୍ଷୀୟା ପି. ଲକ୍ଷ୍ମୀ । ଗତ ସେପ୍ଟେମ୍ବର ୧୫ ତାରିଖରେ ସ୍ୱର୍ଗଦ୍ୱାର ଆସି ଜୀବନ ଫେରି ପାଇଥିଲେ । ସ୍ୱର୍ଗଦ୍ୱାରରେ ଏମିତି ଘଟଣା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେହିଦିନଠାରୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ରହିଥିଲେ ପି. ଲକ୍ଷ୍ମୀ ।…

ଆଜି ଗାନ୍ଧୀ, ଶାସ୍ତ୍ରୀ ଜୟନ୍ତୀ, ଦୁଇ ମହାନାୟକଙ୍କୁ ମନେ ପକାଉଛନ୍ତି ଦେଶବାସୀ

ନୂଆଦିଲ୍ଲୀ: ଆଜି ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଜନ୍ମ ଜୟନ୍ତୀ । ଅକ୍ଟୋବର ୨ ତାରିଖ ୧୮୬୯ ମସିହାରେ ଗୁଜୁରାଟର ପୋରବନ୍ଦରରେ ଜନ୍ମଗ୍ରହଣ କରିଥିଲେ ବାପୁ  । ଦେଶକୁ ଇଂରେଜ ଶାସନରୁ ମୁକ୍ତ କରିଥିବା ମହାନ ଯୁଗପୁରୁଷ ହେଉଛନ୍ତି ମହାତ୍ମା ଗାନ୍ଧୀ । ଅହିଂସା ଉପାୟରେ ଦେଶରୁ ଇଂରେଜ ସରକାରଙ୍କୁ ତଡ଼ି ସ୍ବାଧୀନତା ଆଣିଥିବା ମହାନ ପୁରୁଷ ହେଉଛନ୍ତି ଜାତିର ଜନକ ମହାତ୍ମା ଗାନ୍ଧୀ । ତାଙ୍କ ନେତୃତ୍ୱରେ ହିଁ ଦେଶ…

ଆଜି ବିଜୟା ଦଶମୀ, ପାରମ୍ପରିକ ରୀତିନୀତିରେ ଚାଲିଛି ମା’ଙ୍କ ପୂଜା

ଭୁବନେଶ୍ଵର: ଆଜି ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟର, ଅଧର୍ମ ଉପରେ ଧର୍ମର ବିଜୟ ଉତ୍ସବ। ମଣ୍ତପରେ କରାଯାଉଛି ମହିଷା ମର୍ଦ୍ଦିନୀଙ୍କ ସ୍ୱତନ୍ତ୍ର ନୀତିକାନ୍ତି । ସ୍ୱତନ୍ତ୍ର ତନ୍ତ୍ର, ମନ୍ତ୍ର, ଚଣ୍ତିପାଠରେ ଫାଟି ପଡୁଛି ପୁରପଲ୍ଲୀ । ପୂଜା ମଣ୍ତପରୁ ଆରମ୍ଭ କରି ଘରେ ଘରେ ରୀତିନୀତି ଅନୁସାରେ ଚାଲିଛି ମା ଜଗତଜନନୀଙ୍କ ପୂଜା । ବିଜୟା ଦଶମୀ ଅବସରରେ ପୂଜା ମଣ୍ଡପ ଗୁଡିକରେ ଭାବ ଓ ଭକ୍ତିମୟ…

ଖୁସି ଖବର, କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି

ଭୁବନେଶ୍ଵର: ଦଶହରାରେ ଖୁସି ଖବର । କେନ୍ଦ୍ରୀୟ ସରକାରୀ କର୍ମଚାରୀ ଏବଂ ପେନ୍‌ସନଧାରୀଙ୍କ DA ୩% ବୃଦ୍ଧି । DA ଓ DR ୩% ବୃଦ୍ଧି ନେଇ ସୂଚନା ଦେଲେ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ପିଛିଲା ଭାବେ ୧ ଜୁଲାଇ ୨୦୨୫ରୁ ଲାଗୁ ହେବ । ପ୍ରାୟ ୪୯ ଲକ୍ଷ କର୍ମଚାରୀ ଏବଂ ୬୫ ଲକ୍ଷ ପେନ୍‌ସନଧାରୀ ଏଥିରେ ଉପକୃତ ହେବେ । ସରକାରଙ୍କୁ ୧୦ ହଜାର…