ଡାକ୍ତରଖାନାରେ ଭର୍ତ୍ତି ହେଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ । ତାଙ୍କୁ ବେଙ୍ଗାଲୁରୁର MS ରମୈୟା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବାରମ୍ବାର ଜ୍ୱର ହେବାପରେ ଖଡ୍‌ଗେଙ୍କ ସ୍ୱାସ୍ଥ୍ୟ ବହୁତ ଖରାପ ହୋଇଥିଲା । ମଙ୍ଗଳବାର ବିଳମ୍ବିତ ରାତିରେ ଡାକ୍ତରଖାନାକୁ ନିଆଯାଇଥିଲା । ଡାକ୍ତରୀ ଟିମ୍ ତୁରନ୍ତ ତାଙ୍କର ପରୀକ୍ଷା କରିଥିଲେ। ଖଡ୍‌ଗେଙ୍କ ଅବସ୍ଥା ସ୍ଥିର ନହେବା ପର୍ଯ୍ୟନ୍ତ ତାଙ୍କୁ ନିରୀକ୍ଷଣରେ ରଖାଯିବ । ଖଡ୍‌ଗେଙ୍କ ଡାକ୍ତରଖାନାରେ ଭର୍ତ୍ତି ହେବା…

ସୃଷ୍ଟିହେଲା ଲଘୁଚାପ କ୍ଷେତ୍ର; କାଲିଠୁ ବଢ଼ିପାରେ ବର୍ଷାର ପରିମାଣ

ଭୁବନେଶ୍ଵର: ବଙ୍ଗୋପସାଗରରେ ସୃଷ୍ଟି ହେଲା ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର । ଲଘୁଚାପ ଅଧିକ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ୩ ତାରିଖ ସକାଳ ସମୟରେ ଦକ୍ଷିଣ ଓଡିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତାକାଲିଠୁ ପ୍ରବଳ ବର୍ଷା ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ଆସନ୍ତାକାଲି ପାଇଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ…

ପ୍ରସିଦ୍ଧ ଆସାମୀ କଣ୍ଠଶିଳ୍ପୀ ଜୁବିନ ଗର୍ଗ ମୃତ୍ୟୁ ମାମଲାରେ ୨ ଗିରଫ

ଗୌହାଟୀ: ପ୍ରସିଦ୍ଧ ଆସାମୀ କଣ୍ଠଶିଳ୍ପୀ ଜୁବିନ ଗର୍ଗ ମୃତ୍ୟୁ ମାମଲାରେ ୨ ଗିରଫ । ଶ୍ୟାମକାନୁ ମହାନ୍ତ ଓ ସିଦ୍ଧାର୍ଥ ଶର୍ମାଙ୍କୁ ଗିରଫ କଲା ଆସାମ ପୋଲିସ । ସିଙ୍ଗାପୁରରେ ଗିରଫ ପରେ ଉଭୟଙ୍କୁ ଗୌହାଟୀ ଅଣାଗଲା । ସେପ୍ଟେମ୍ବର ୧୯ରେ ସିଙ୍ଗାପୁରରେ ଜୁବିନ ଗର୍ଗଙ୍କ ମୃତ୍ୟୁ ହୋଇଥିଲା । ନର୍ଥ ଇଷ୍ଟ ଇଣ୍ଡିଆ ଫେଷ୍ଟିଭାଲ୍‌ରେ ଯୋଗଦେବାକୁ ଯାଇଥିବା ବେଳେ ମୃତ୍ୟୁ ହୋଇଥିଲା । ନର୍ଥ ଇଷ୍ଟ ଇଣ୍ଡିଆ ଫେଷ୍ଟିଭାଲ୍‌ର…

SI ପରୀକ୍ଷା ଜାଲିଆତି: ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କ୍ରାଇମବ୍ରାଞ୍ଚ

ବ୍ରହ୍ମପୁର: ପୋଲିସ SI ପରୀକ୍ଷା ଜାଲିଆତିରେ ବଡ଼ କାର୍ଯ୍ୟାନୁଷ୍ଠାନ । ୧୧୭ ପରୀକ୍ଷାର୍ଥୀଙ୍କ ସହ ୨ ଦଲାଲଙ୍କୁ ଗିରଫ କଲା ବ୍ରହ୍ମପୁର ପୋଲିସ । ରାତି ସାରା କ୍ରାଇମବ୍ରାଞ୍ଚ ଓ ବ୍ରହ୍ମପୁର ପୋଲିସର ଜେରା ପରେ ୧୧୯ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ୧୧୯ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯିବ । ପରୀକ୍ଷାରେ ଜାଲିଆତି ପାଇଁ ହାଇଦ୍ରାବାଦ ଯିବାବେଳେ ୧୧୯ ଜଣ ଧରାପଡ଼ିଥିଲେ । ଆନ୍ଧ୍ର…

ଚାରିଆଡ଼େ ପାର୍ବଣର ମହକ, ଆଜି ପୀଠରେ ଦଶମୀ ଏବଂ ମଣ୍ଡପେ ଚାଲିଛି ନବମୀ ପୂଜା

ଭୁବନେଶ୍ବର: ଚାରିଆଡ଼େ ପାର୍ବଣର ମହକ । ଉତ୍ସବ ମୁଖର ପରିବେଶ । ସୁନା, ରୁପା ମେଢରେ ଶୋଭା ପାଉଛନ୍ତି ଦେବୀ ଦୁର୍ଗା । ବିଭିନ୍ନ ସ୍ଥାନରେ ସୁଉଚ୍ଚ ତୋରଣ ମନ ମୋହୁଛି । କଟକ, ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ମହାଆଡମ୍ବରରେ ଦୁର୍ଗାପୂଜା ଚାଲିଛି । ମେଢ଼ ଦେଖିବା ପାଇଁ ସନ୍ଧ୍ୟା ହେଲେ ବଢୁଛି ଭିଡ଼ । ଚିକ୍‌ମିକ୍‌ ଆଲୋକମାଳାରେ ଝଲସି ଉଠୁଛି ପୂଜା ମଣ୍ଡପ ।  ଆଜି…

ନବରାତ୍ରୀ: ଅଷ୍ଟସିଦ୍ଧିର ଅଧିଷ୍ଠାତ୍ରୀ ମା’ ସିଦ୍ଧିଦାତ୍ରୀ

ଭୁବନେଶ୍ଵର: ଉତ୍ସବ ଓ ଉତ୍ସାହର ସହ ଚାଲିଛି ଜଗତଜନନୀଙ୍କ ପୂଜା । ଆଜି ମାଆ ଦୁର୍ଗାଙ୍କ ମହାନବମୀ ପୂଜା । ମା’ ଦୂର୍ଗାଙ୍କ ନବମ ଶକ୍ତିର ଉର୍ଜ୍ଜାରୁ ଜନ୍ମ ନେଇଛନ୍ତି ମା’ ସିଦ୍ଧିଦାତ୍ରୀ । ସବୁ ପ୍ରକାରର ସିଦ୍ଧିକୁ ଆଶୀର୍ବାଦ ସ୍ୱରୁପ ଦେଉଥିବା ମା’ ମହାମାୟାଙ୍କୁ ନବରାତ୍ରୀର ମହାନବମୀ ଦିନ ଉପାସନା କରାଯାଏ । ଏହି ଦିନ ଶାସ୍ତ୍ରୀୟ ବିଧି-ବିଧାନ ଏବଂ ପୂର୍ଣ୍ଣ ନିଷ୍ଠାର ସହ ସାଧନା କରିବା ଦ୍ୱାରା…

RBI ଡେପୁଟି ଗଭର୍ଣ୍ଣର ଭାବେ ଶିରୀଶ ଚନ୍ଦ୍ର ମୁର୍ମୁଙ୍କୁ ନିଯୁକ୍ତି

ଭୁବନେଶ୍ଵର: RBI ଡେପୁଟି ଗଭର୍ଣ୍ଣର ଭାବେ ଶିରୀଶ ଚନ୍ଦ୍ର ମୁର୍ମୁଙ୍କୁ ନିଯୁକ୍ତି । ୩ ବର୍ଷ ପାଇଁ ନିଯୁକ୍ତି ହେଲେ ଶିରୀଶ ମୁର୍ମୁ । କ୍ୟାବିନେଟ୍ ନିଯୁକ୍ତି କମିଟିର ଏନେଇ ଅନୁମୋଦନ ମିଳିଛି । ଅକ୍ଟୋବର ୯ ତାରିଖରେ ଦାୟିତ୍ବ ନେବେ ଶିରୀଶ । RBIର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ଦୀର୍ଘ ଦିନର ଅଭିଜ୍ଞତା ରହିଛି । ଶିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ।…

ଉପର ପଡ଼ିଆରେ ବି ହେବ ବାଲିଯାତ୍ରା, ରୂପରେଖ କ’ଣ ହେବ କୋର୍ଟଙ୍କୁ ଅବଗତ କରାଯିବ

କଟକ: ଉପର ପଡ଼ିଆରେ ବି ହେବ ବାଲିଯାତ୍ରା । ଏନେଇ କୋର୍ଟଙ୍କୁ ସତ୍ୟପାଠ ଦିଆଯିବ କହିଲେ ଜିଲ୍ଲାପାଳ । ରୂପରେଖ କ’ଣ ହେବ କୋର୍ଟଙ୍କୁ ଅବଗତ କରାଯିବ । ଲୋକପ୍ରତିନିଧିଙ୍କୁ ନେଇ ଜିଲ୍ଲାପାଳଙ୍କ ଆବାସିକ ବାସଭବନ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ କେବଳ ତଳ ପଡ଼ିଆରେ ବାଲିଯାତ୍ରାକୁ ନେଇ ଉଠିଥିଲା ବିବାଦ । ଅଧିକାଂଶ ଦଳର ଲୋକ ପ୍ରତିନିଧି ପ୍ରଶାସନର ନିଷ୍ପତ୍ତିକୁ ବିରୋଧ କରିଥିଲେ । ସେପଟେ…

ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୁର୍ଣ୍ଣ ନିଷ୍ପତ୍ତି: ଘଟଗାଁ ତାରିଣୀ ପୀଠ ପାଇଁ ୨୨୬କୋଟି

ଭୂବନେଶ୍ଵର: ରାଜ୍ୟ କ୍ୟାବିନେଟ୍ ବୈଠକରେ ୪ଟି ପ୍ରସ୍ତାବ ଉପରେ ମୋହର । ୩ଟି ବିଭାଗର ୪ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର । ଶ୍ରମ ବିଭାଗର ବାଣିଜ୍ୟ ପ୍ରତିଷ୍ଠାନ ଆଇନ ୧୯୫୬ର ସଂଶୋଧନ ପାରିତ । କାରଖାନା ୧୯୪୮ର ସଂଶୋଧନ ଆଇନ ମଧ୍ୟ ହେଲା ପାରିତ । ୨୦ କିମ୍ବା ଅଧିକ କର୍ମଚାରୀ ଥିବା ଦୋକାନ, ବ୍ୟବସାୟ ପ୍ରତିଷ୍ଠାନ ପାଇଁ ଲାଗୁ । ଓଡ଼ିଆ ଭାଷାରେ ସାଇନବୋର୍ଡ ଲେଖିବା ମଧ୍ୟ…

କଡା ସୁରକ୍ଷାରେ ଟ୍ଵିନ ସିଟି, ୬୧ ପ୍ଲାଟୁନ୍ ଫୋର୍ସ ମୁତୟନ

ଭୁବନେଶ୍ଵର: ପାର୍ବଣ ପାଇଁ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ସାମ୍ୱାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ପୋଲିସ୍ କମିଶନର । ଏଥର ଭୁବନେଶ୍ୱରରେ ୬୧ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ । ମୋଟ ୧୯୩ ମଣ୍ଡପ ପାଇଁ ସୁରକ୍ଷା ବ୍ୟବସ୍ଥା ହୋଇଛି । ୨୪ଟି ପେଣ୍ଡାଲରେ ଅଳଙ୍କାର ସୁରକ୍ଷା ବ୍ୟବସ୍ଥା ହୋଇଛି । ବିଦ୍ୟୁତ୍ ଓ ନିଆଁରୁ ରକ୍ଷା କରିବାକୁ ବିଶେଷ ପଦକ୍ଷେପ ନିଆଯାଇଥିବା ବେଳେ ଭିଡ଼ ଓ…