ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଯୁବ ସମାବେଶକୁ କରିବେ ସମ୍ବୋଧନ

ଝାରସୁଗୁଡା: ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଝାରସୁଗୁଡାରେ ସେବା ପର୍ବରେ ସାମିଲ ହେବା ସହ ଯୁବ ସମାବେଶକୁ ଉଦବୋଧନ ଦେବେ। ଏଥିସହ ୧୭ ଶହ କୋଟିର ରେଳ ପ୍ରକଳ୍ପ ରାଜ୍ୟବାସୀଙ୍କୁ ଭେଟିଦେବା ସହ ୫୦ ହଜାର ଅନ୍ତ୍ୟୋଦୟ ଘର ବାଣ୍ଟିବେ ମୋଦି । ଆଜି ଝାରସୁଗୁଡ଼ା ଆସୁଥିବା ନେଇ ‘ଏକ୍ସ’ରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏକ ପୋଷ୍ଟ ସେୟାର କରି ମୋଦି କହିଛନ୍ତି, ଗସ୍ତ…

ନବରାତ୍ରୀର ଷଷ୍ଠ ଦିନ, ଆଜି ଦୁର୍ଗତିନାଶିନୀଙ୍କ କାତ୍ୟାୟିନୀ ରୂପ

ଭୁବନେଶ୍ଵର: ଆଜି ମା’ ଦୁର୍ଗାଙ୍କ ଷଷ୍ଠୀ । ନବରାତ୍ରୀ ଆରମ୍ଭ ହୋଇଯାଇଥିବା ବେଳେ ଆଜି ଷଷ୍ଠ ଦିନରେ ମା’ କାତ୍ୟାୟନୀ ରୂପରେ ପୂଜା ପାଇବେ । ନବରାତ୍ରୀର ଷଷ୍ଠ ଦିନରେ ଦେବୀଙ୍କୁ ଏହି ସ୍ୱରୂପରେ ଉପାସନା କରାଯାଏ। ମା’ କାତ୍ୟାୟନୀଙ୍କ ପୂଜା ଦ୍ବାରା ଶତ୍ରୁ ସଂହାର ପାଇଁ ଶରୀରରେ ଅଦ୍ଭୁତ ଶକ୍ତି ସଞ୍ଚାର ହୋଇଥାଏ ବୋଲି ବିଶ୍ବାସ ରହିଛି । ବଜ୍ର ମଣ୍ଡଳର ଅଧିଷ୍ଠାତ୍ରୀ ଦେବୀ କାତ୍ୟାୟନୀଙ୍କର ଚାରୋଟି ହସ୍ତ…

ଅବପାତର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ, ଏହି ଜିଲ୍ଲାରେ ପ୍ରବଳ ବର୍ଷା

ଭୁବନେଶ୍ଵର: ଅବପାତର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ । ଗତକାଲି ୫.୩୦ରେ ଅବପାତର ରୂପ ନେଇଥିବା ବେଳେ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି । ଆଜି ସକାଳ ୮ଟାରୁ ଦିନ ୧୧ଟା ମଧ୍ୟରେ ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି । ପୁରୀରୁ ୬୦, ଗୋପାଳପୁରରୁ ୧୩୦…

୩୫ ଜିଲ୍ଲା ପାଇଁ ସଭାପତି ଘୋଷଣା କଲା କଂଗ୍ରେସ, ଘାସିରାମ ମାଝୀଙ୍କୁ ମିଳିଲା ନୂଆପଡ଼ା ଦାୟିତ୍ବ

ଭୂବନେଶ୍ଵର: ୩୫ ଜିଲ୍ଲା ପାଇଁ ସଭାପତି ଘୋଷଣା କଲା କଂଗ୍ରେସ । ପିସିସି ସଭାପତିଙ୍କ ଅନୁମୋଦନ ପରେ ୩୫ ଜିଲ୍ଲା ସଭାପତିଙ୍କ ନିଯୁକ୍ତି । ଘାସିରାମ ମାଝୀଙ୍କୁ ମିଳିଲା ନୂଆପଡ଼ା ଜିଲ୍ଲାର ଦାୟିତ୍ବ । ପ୍ରକାଶ ଚନ୍ଦ୍ର ଜେନାଙ୍କୁ ଭୁବନେଶ୍ବର ଦାୟିତ୍ବ । ପ୍ରଦୀପ୍ତ କୁମାର ଦାସ କଟକ ଓ ଗିରିବାଳା ବେହେରା କଟକ ସିଟି ସଭାପତି । ଅନୁଗୁଳ ପାଇଁ ସୁନିଲ ପ୍ରଧାନଙ୍କୁ ଦାୟିତ୍ଵ ମିଳିଥିବା ବେଳେ ବାଲେଶ୍ଵର…

ପ୍ରବଳ ବର୍ଷା ଆଶଙ୍କା, ଏହି ଜିଲ୍ଲାରେ ସମସ୍ତ ସ୍କୁଲ୍ ଛୁଟି

କୋରାପୁଟ: ଆସନ୍ତାକାଲି କୋରାପୁଟ୍ ଜିଲ୍ଲାରେ ସମସ୍ତ ସ୍କୁଲ୍ ଛୁଟି ଘୋଷଣା । ପ୍ରବଳ ବର୍ଷା ଆଶଙ୍କା ଥିବାରୁ ସ୍କୁଲ ଛୁଟି ଘୋଷଣା କଲା ପ୍ରଶାସନ । କୋରାପୁଟ ଜିଲ୍ଲାରେ ସମସ୍ତ ସ୍କୁଲ ସହ ବନ୍ଦ ରହିବ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର । ସେହିପରି ଅଗ୍ନିଶମ ଏବଂ ଓଡ୍ରାଫ୍ ଟିମକୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଏଥିସହ ବର୍ଷା ବେଳେ ଘରୁ ନ ବାହାରିବାକୁ ଏବଂ ନିଜ ନିଜର ପକ୍କା ଘର ନଚେତ୍…

ଗିରଫ ହେଲେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍‌

ନୂଆଦିଲ୍ଲୀ: ଗିରଫ ହେଲେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍‌ । ଜାତୀୟ ସୁରକ୍ଷା ଆଇନ୍ ବଳରେ ଗିରଫ କଲା ଲଦାଖ ପୋଲିସ । ଲେହରେ ବ୍ୟାପକ ହିଂସା ପାଇଁ ସୋନମ ୱାଙ୍ଗଚୁକ୍‌ ଗିରଫ । ଉସୁକାଇବା ଭଳି ଭାଷଣ ଦେବା ଅଭିଯୋଗରେ ଗିରଫ ହେଲେ ସୋନମ ୱାଙ୍ଗଚୁକ୍‌ । ଲେହରେ ହିଂସାତ୍ମକ ସଂଘର୍ଷରେ ଚାରି ଜଣ ଯୁବକଙ୍କ ମୃତ୍ୟୁ ଘଟିଛି ଏବଂ ପ୍ରାୟ ୯୦ ଜଣ ଆହତ ହୋଇଛନ୍ତି। ହିଂସା…

ବିଦାୟ ନେଲା ମିଗ୍-୨୧, ଇତିହାସ ପାଲଟିଲା ଲଢୁଆ ବିମାନ

ଚଣ୍ଡିଗଡ: ଅବସର ନେଲା ଭାରତୀୟ ବାୟୁସେନାର ଲଢୁଆ ବିମାନ ‘ମିଗ୍‌-୨୧’ । ଚଣ୍ଡିଗଡ ବାୟୁସେନା ଘାଟିରେ ସ୍ୱତନ୍ତ୍ର ସେବା ନିବୃତ୍ତ ଉତ୍ସବରେ ଶେଷ ଉଡାଣ ଭରିଛି ମିଗ୍-୨୧ । ମିଗ୍-୨୧କୁ ସେବା ଅବସର ଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଦୀର୍ଘ ୬ ଦଶନ୍ଧି ଧରି ସେବା ଯୋଗାଉଥିଲା ‘ମିଗ୍‌-୨୧’ । ୧୯୬୩ରେ ରୁଷିଆଠାରୁ କିଣାଯାଇଥିଲା ‘ମିଗ୍‌-୨୧’ । ପ୍ରଥମ ସ୍କ୍ବାଡ୍ରନ୍‌ ଚଣ୍ଡିଗଡରେ ସ୍ଥାପନ କରାଯାଇଥିଲା । କାରଗିଲ୍‌…

ଝାରସୁଗୁଡା ଆସୁଛନ୍ତି ମୋଦିି, ସୁରକ୍ଷା ଯାଞ୍ଚ କଲେ ମୁଖ୍ୟମନ୍ତ୍ରୀ

ଝାରସୁଗୁଡା: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦିଙ୍କ ଝାରସୁଗୁଡ଼ା ଗସ୍ତ । ପୂର୍ବାହ୍ନ ୧୧ଟା ୧୦ ମିନିଟ୍‌ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବେ ମୋଦି । ୧୧ଟା ୨୫ରେ ଅମଲିପାଲି ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ । ସେଠାରେ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ । କାର୍ଯ୍ୟକ୍ରମ ସାରି ୧୨ଟା ୪୫ ମିନିଟ୍‌ରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ମୋଦି । ଆସନ୍ତାକାଲି ଝାରସୁଗୁଡ଼ା ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ପ୍ରବଳ ବର୍ଷା, ଏହି ଜିଲ୍ଲାରେ ସମସ୍ତ ସ୍କୁଲ୍ ଛୁଟି

ମାଲକାନଗିରି: ଆଜି ମାଲକାନଗିରି ଜିଲ୍ଲାର ସବୁ ସ୍କୁଲ୍ ଛୁଟି । ସ୍କୁଲ୍ ଛୁଟି ଘୋଷଣା କଲେ ମାଲକାନଗିରି ଜିଲ୍ଲାପାଳ । ସରକାରୀ ଓ ବେସରକାରୀ ସ୍କୁଲ୍‌ ଛୁଟି ଘୋଷଣା । ସମ୍ଭାବ୍ୟ ଅବପାତଜନିତ ବର୍ଷା ନେଇ ସ୍କୁଲ୍ ଛୁଟି । ଶିକ୍ଷକମାନେ ସ୍କୁଲ୍‌ରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ । ବଙ୍ଗୋପସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ଫଳରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ,…

ଭୁବନେଶ୍ବରରେ ଦୁର୍ଗାପୂଜା ପାଇଁ ଜାରି ହେଲା ଟ୍ରାଫିକ୍‌ କଟକଣା

ଭୁବନେଶ୍ଵର: ଭୁବନେଶ୍ବରରେ ଦୁର୍ଗାପୂଜା ପାଇଁ ଜାରି ହେଲା ଟ୍ରାଫିକ୍‌ କଟକଣା । କମିଶନରରେଟ୍ ପୋଲିସ ତରଫରୁ କଟକଣା ଜାରି କରାଯାଇଛି । ଆସନ୍ତା ୨୮ରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ କଟକଣା । ରାଜଧାନୀର ପ୍ରମୁଖ ରାସ୍ତାଗୁଡ଼ିକରେ ଭାରିଯାନ ଯିବା ଆସିବା ବାରଣ । ରସୁଲଗଡ଼ରୁ ଲିଙ୍ଗିପୁର, ବାଣୀବିହାରରୁ ଶିଶୁଭବନ ଛକ ଭାରିଯାନ ମନା । ସେହିପରି ଆଚାର୍ଯ୍ୟବିହାରରୁ କଳିଙ୍ଗ ହସ୍ପିଟାଲ ଓ ନ୍ୟୁ ଏୟାରପୋର୍ଟ ଛକ,…