୭୧ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ‘ପୁଷ୍କରା’

ନୂଆଦିଲ୍ଲୀ: ନୂଆଦିଲ୍ଲୀର ବିଜ୍ଞାନ ଭବନରେ ୭୧ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସାମରୋହ ଅନୁଷ୍ଠିତ ହୋଇଛି । ଏହି ସମାରୋହରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ କଳାକାରଙ୍କୁ ସମ୍ମାନିତ କରିଛନ୍ତି । ୨୦୨୩ରେ ରିଲିଜ ହୋଇଥିବା ଫିଲ୍ମ ଆଧାରରେ ଆୱାର୍ଡ ଦିଆଯାଉଛି । ଶାହରୁଖ ଖାନ ଏବଂ ବ୍ରିକାନ୍ତ ମେସିଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି । ଫିଲ୍ମ ‘ଯବାନ’ ପାଇଁ ଶାହରୁଖ ଖାନ୍‌ଙ୍କୁ ଶ୍ରେଷ୍ଠ ଅଭିନେତା ସମ୍ମାନ ପାଇଥିବା ବେଳେ…

୨୭ରେ ଝାରସୁଗୁଡ଼ା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ମୋଦି 

ଭୁବନେଶ୍ଵର: ଆସନ୍ତା ୨୭ରେ ଝାରସୁଗୁଡ଼ା ଆସିବେ ପ୍ରଧାନମନ୍ତ୍ରୀ ମୋଦି । ସାଧାରଣ ସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ମୋଦିଙ୍କ ଗସ୍ତ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା । ସେପଟେ ଅମଲିପାଲି ପଡିଆରେ ଯୁଦ୍ଧକାଳୀନ ଭିତ୍ତିରେ ସଫେଇ କାର୍ଯ୍ୟ ସହ ପେଣ୍ଡାଲ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି । ପ୍ରସ୍ତୁତି କାର୍ଯ୍ୟକୁ ସମୀକ୍ଷା କରିଛନ୍ତି ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସଚିନ ରାମଚନ୍ଦ୍ର ଯାଦବ ଓ ଉତ୍ତରାଂଚଳ ଆଇଜି ହିମାଂଶୁ…

ଶେଷ ହେଲା ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା

ପୁରୀ: ଶେଷ ହେଲା ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସ୍ଥାନାନ୍ତର କାର୍ଯ୍ୟ । ଏନେଇ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସକାଳ ୧୦ଟା ୫୫ରୁ ଆରମ୍ଭ ହୋଇଥିଲା ସ୍ଥାନାନ୍ତର । ଅପରାହ୍ନ ୨ଟା ୫୫ରେ ସରିଲା ସ୍ଥାନାନ୍ତର କାର୍ଯ୍ୟ । ୬ଟି ଆଲମିରା ଓ ୬ଟି ପ୍ୟାକେଟ୍‌ରେ ବନ୍ଦ ଅବସ୍ଥାରେ ସ୍ଥାନାନ୍ତରିତ ହେଲା ମହାପ୍ରଭୁଙ୍କ ରତ୍ନ । ଭିତର ରତ୍ନଭଣ୍ଡାରକୁ ରତ୍ନ ସ୍ଥାନାନ୍ତର ପରେ ୨ଟି ଚାବି ପଡ଼ିଛି…

ଧବଳେଶ୍ୱରଙ୍କ ପୀଠରେ ନଭେମ୍ବର ୩ରେ ବଡ଼ଓଷା, ୫ରେ ଡ଼ଙ୍ଗା ଭସା

କଟକ: ଧବଳେଶ୍ୱର ପୀଠରେ କାର୍ତ୍ତିକ ପଞ୍ଚକ ବ୍ରତ ଓ ବଡ଼ଓଷା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଅକ୍ଟୋବର ୮ରୁ ନଭେମ୍ବର ୫ ଯାଏ ଧବଳେଶ୍ୱର ପୀଠରେ କାର୍ତ୍ତିକ ବ୍ରତ ପାଳନ ହେବ। ସେହିପରି ୧ ନଭେମ୍ବରରୁ ୫ ଯାଏଁ ପଞ୍ଚକ ବ୍ରତ ପାଳନ କରାଯିବ। ୩ରେ ବଡ଼ଓଷା, ବଡ଼ସିଂହାର ବେଶରେ ଦର୍ଶନ ଦେବେ ବାବା ଧବଳେଶ୍ୱର। ୩ ରାତିରେ ଧବଳେଶ୍ୱରଙ୍କ ପାଖେ ଲାଗି ହେବ ଗଜଭୋଗ ଓ ତରଣ। ୪…

ପରଲୋକରେ ଅର୍ଜୁନ ପୁରସ୍କାର ବିଜେତା ବିଜୟ କୁମାର ଶତପଥୀ

ଭୂବନେଶ୍ଵର: ଅର୍ଜୁନ ପୁରସ୍କାର ବିଜେତା ବିଜୟ କୁମାର ଶତପଥୀଙ୍କ ପରଲୋକ । ପୂର୍ବତନ ଅନ୍ତର୍ଜାତୀୟ ଭାରୋତ୍ତୋଳକ ବିଜୟ କୁମାର ଶତପଥୀ । ବାର୍ଦ୍ଧକ୍ୟ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ସୂଚନା । ୧୯୮୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିଲେ ବିଜୟ । ଜଣେ ଓଡ଼ିଆ ଭାରୋତ୍ତଳକ ଅଟନ୍ତି ବିଜୟ କୁମାର ଶତପଥୀ । କୌଣସି ଆନ୍ତରାଷ୍ଟ୍ରୀୟ ପ୍ରତିଯୋଗୀତାରେ ପଦକ ଜିତିବାରେ ସେ ଥିଲେ ପ୍ରଥମ ଓଡ଼ିଆ ଖେଳାଳି । ବିଜୟ…

ଆଜି ସ୍ଥାନାନ୍ତର ହେବ ଶ୍ରୀଜିଉଙ୍କ ରତ୍ନ ଅଳଙ୍କାର

ପୁରୀ: ଆଜି ସ୍ଥାନାନ୍ତର ହେବ ଶ୍ରୀଜିଉଙ୍କ ରତ୍ନ ଅଳଙ୍କାର । ସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର ହେବ ଶ୍ରୀଜିଉଙ୍କ ରତ୍ନ ଅଳଙ୍କାର । ଏଥିପାଇଁ ପୂର୍ବାହ୍ନ ୧୦ଟାରୁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ପ୍ରଥମେ ଶ୍ରୀମନ୍ଦିର ନାଟମଣ୍ଡପ ଓ ଜଗମୋହନ ଶୋଧ କରାଯିବ । ମୁଖ୍ୟ ଦେଉଳ ତଥା ଝୁଲଣ ମଣ୍ଡପ ପରିସରକୁ ଭକ୍ତଙ୍କ ପ୍ରବେଶ ବାରଣ ରହିଥିବା ବେଳେ ରତ୍ନଭଣ୍ଡାର ସ୍ଥାନାନ୍ତର ସମାପନ ପରେ କଟକଣା ପ୍ରତ୍ୟାହାର ହେବ…

ଲଘୁଚାପ ଆଣୁଛି ବଡ଼ ବର୍ଷା, ବ୍ୟାକ୍ ଟୁ ବ୍ୟାକ୍ ୩ଟି ଲଘୁଚାପ

ଭୁବନେଶ୍ଵର: ଲଘୁଚାପ ଆଣୁଛି ବଡ଼ ବର୍ଷା। ଉତ୍ତର-ପୂର୍ବ ବଙ୍ଗୋପସାଗର ଆଖପାଖ ଅଂଚଳରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ଏହାର ପ୍ରଭାବରେ ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ କେନ୍ଦ୍ର । ସେପଟେ ଗତକାଲି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ବେଳେ ଆସନ୍ତା ୨୫ ତାରିଖରେ ଆଉ ଏକ ଲଘୁଚାପମୁହାଁ ହେଉଛି ଓଡ଼ିଶା। ଏଥିସହ ଅକ୍ଟୋବର ୧ ତାରିଖରେ ବି ଆଉ ଏକ…

ଆଜି ନବରାତ୍ରର ଦ୍ୱିତୀୟ ଦିନ: ବ୍ରହ୍ମଚାରିଣୀ ରୂପରେ ଦର୍ଶନ ଦେଉଛନ୍ତି ମା’

ଭୂବନେଶ୍ଵର: ଆରମ୍ଭ ହୋଇଯାଇଛି ମା’ ଦୁର୍ଗାଙ୍କ ନବରାତ୍ରୀ ପୂଜା, ଆଉ ଦିନ କେଇଟା ପରେ ଦଶହରା, ଏନେଇ ଚଳଚଞ୍ଚଳ ହୋଇ ଉଠିଛି ଶକ୍ତିପୀଠ ସହ ପୂଜା ମଣ୍ଡପ । ନବରାତ୍ରୀରେ ମା’ ଦୁର୍ଗା ନଅଟି ରୂପରେ ପୂଜା ପାଇଥାନ୍ତି । ଏହି ନଅଦିନ ମା’ ଦୁର୍ଗା ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟୟନୀ, କାଳରାତ୍ରୀ, ମହାଗୌରୀ ଓ ସିଦ୍ଧିଦାତ୍ରୀ ରୂପରେ ମଣ୍ଡପରେ ପୂଜା କରାଯାଏ । ଆଜି ନବରାତ୍ରୀର…

ହେବ ସବୁ ପ୍ରତୀକ୍ଷାର ଅନ୍ତ, ହେଲେ କାଲି ମିଳିବନି ଜଗା ଦର୍ଶନ!

ପୁରୀ:  ଆସନ୍ତାକାଲି ସକାଳ ୧୦ ପରଠାରୁ ମିଳିବନି ମହାପ୍ରଭୁଙ୍କ ଦର୍ଶନ । ସକାଳ ୧୦ଟା ପୁରୀ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ କରାଯାଇଛି । ଏନେଇ ସୂଚନା ଦେଇଛି ମନ୍ଦିର ପ୍ରଶାସନ । ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ଘୋଷଣା କରିଛି ଯେ ରତ୍ନ ଅଳଙ୍କାର ମନ୍ଦିରର ସ୍ଥାୟୀ ଭଣ୍ଡାର, ରତ୍ନ ଭଣ୍ଡାରକୁ ସ୍ଥାନାନ୍ତରିତ ହେବା ଯୋଗୁଁ ଆସନ୍ତାକାଲି ମହାପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ…

ପ୍ରବଳ ବର୍ଷାରେ ପୁଣି ଧସିଲା କଳିଙ୍ଗା ଘାଟି, ହୋଇପାରୁନି ପୁନଃନିର୍ମାଣ

କନ୍ଧମାଳ: ବାଦଳ ଫଟା ବର୍ଷାରେ ପୁଣି ଧୋଇହୋଇ ଗଲା କଳିଙ୍ଗା ଘାଟି ରାସ୍ତା । ନିର୍ମାଣ ଲାଗି ପଡ଼ଥିବା ପଥର, ବାଲି ଓ ଗୋଡ଼ି ଧୋଇଗଲା । ଭୂସ୍ଖଳନ ପରଠୁ କନ୍ଧମାଳ ଓ ଗଞ୍ଜାମ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ । ଯୁଦ୍ଧକାଳୀନ ଭିତ୍ତିରେ ପୁନଃନିର୍ମାଣ କାର୍ଯ୍ୟରେ ବର୍ଷା ସାଜିଛି ବାଧକ । ସୂଚନା ଅନୁସାରେ, ଗତ ସେପ୍ଟେମ୍ବର ୧୬ ତାରିଖରେ କନ୍ଧମାଳ ଜିଲା ଜି. ଉଦୟଗିରି ଥାନା ଅନ୍ତର୍ଗତ କଳିଙ୍ଗା…