ଆଜି ନବରାତ୍ରର ଦ୍ୱିତୀୟ ଦିନ: ବ୍ରହ୍ମଚାରିଣୀ ରୂପରେ ଦର୍ଶନ ଦେଉଛନ୍ତି ମା’

ଭୂବନେଶ୍ଵର: ଆରମ୍ଭ ହୋଇଯାଇଛି ମା’ ଦୁର୍ଗାଙ୍କ ନବରାତ୍ରୀ ପୂଜା, ଆଉ ଦିନ କେଇଟା ପରେ ଦଶହରା, ଏନେଇ ଚଳଚଞ୍ଚଳ ହୋଇ ଉଠିଛି ଶକ୍ତିପୀଠ ସହ ପୂଜା ମଣ୍ଡପ । ନବରାତ୍ରୀରେ ମା’ ଦୁର୍ଗା ନଅଟି ରୂପରେ ପୂଜା ପାଇଥାନ୍ତି । ଏହି ନଅଦିନ ମା’ ଦୁର୍ଗା ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟୟନୀ, କାଳରାତ୍ରୀ, ମହାଗୌରୀ ଓ ସିଦ୍ଧିଦାତ୍ରୀ ରୂପରେ ମଣ୍ଡପରେ ପୂଜା କରାଯାଏ । ଆଜି ନବରାତ୍ରୀର…

ହେବ ସବୁ ପ୍ରତୀକ୍ଷାର ଅନ୍ତ, ହେଲେ କାଲି ମିଳିବନି ଜଗା ଦର୍ଶନ!

ପୁରୀ:  ଆସନ୍ତାକାଲି ସକାଳ ୧୦ ପରଠାରୁ ମିଳିବନି ମହାପ୍ରଭୁଙ୍କ ଦର୍ଶନ । ସକାଳ ୧୦ଟା ପୁରୀ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ କରାଯାଇଛି । ଏନେଇ ସୂଚନା ଦେଇଛି ମନ୍ଦିର ପ୍ରଶାସନ । ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ଘୋଷଣା କରିଛି ଯେ ରତ୍ନ ଅଳଙ୍କାର ମନ୍ଦିରର ସ୍ଥାୟୀ ଭଣ୍ଡାର, ରତ୍ନ ଭଣ୍ଡାରକୁ ସ୍ଥାନାନ୍ତରିତ ହେବା ଯୋଗୁଁ ଆସନ୍ତାକାଲି ମହାପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ…

ପ୍ରବଳ ବର୍ଷାରେ ପୁଣି ଧସିଲା କଳିଙ୍ଗା ଘାଟି, ହୋଇପାରୁନି ପୁନଃନିର୍ମାଣ

କନ୍ଧମାଳ: ବାଦଳ ଫଟା ବର୍ଷାରେ ପୁଣି ଧୋଇହୋଇ ଗଲା କଳିଙ୍ଗା ଘାଟି ରାସ୍ତା । ନିର୍ମାଣ ଲାଗି ପଡ଼ଥିବା ପଥର, ବାଲି ଓ ଗୋଡ଼ି ଧୋଇଗଲା । ଭୂସ୍ଖଳନ ପରଠୁ କନ୍ଧମାଳ ଓ ଗଞ୍ଜାମ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ । ଯୁଦ୍ଧକାଳୀନ ଭିତ୍ତିରେ ପୁନଃନିର୍ମାଣ କାର୍ଯ୍ୟରେ ବର୍ଷା ସାଜିଛି ବାଧକ । ସୂଚନା ଅନୁସାରେ, ଗତ ସେପ୍ଟେମ୍ବର ୧୬ ତାରିଖରେ କନ୍ଧମାଳ ଜିଲା ଜି. ଉଦୟଗିରି ଥାନା ଅନ୍ତର୍ଗତ କଳିଙ୍ଗା…

ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ, ନିଜେ ପୋଡ଼ି ହୋଇଥିଲେ ବଳଙ୍ଗା ପୀଡ଼ିତା

ଭୁବନେଶ୍ଵର: ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବଡ ଖୁଲାସା । ନିଜେ ନିଜ ଉପରେ କିରାସିନି ଢ଼ାଳି ନିଆଁ ଲଗାଇଥିଲେ ପୁରୀ ବଳଙ୍ଗା ପୀଡ଼ିତା । ଗୃହରେ ଅନନ୍ତ ନାରାୟଣ ଜେନାଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଦିଲ୍ଲୀ ଏମ୍ସରେ ଚିକିତ୍ସା ବେଳେ ମୃତ୍ୟୁକାଳୀନ ଜମାନବନ୍ଦୀରେ ଏହା କହିଥିଲେ । ଦିଲ୍ଲୀ କୋର୍ଟ ଓ ଏମ୍ସ ଡାକ୍ତରଙ୍କ ଦ୍ବାରା ବୟାନ ରେକର୍ଡ ବେଳେ ସତ ମାନିଥିଲେ ପୀଡ଼ିତା । ବିଧାନସଭାରେ ବିଜେଡି…

ଆସୁଛି ଆଉ ଏକ ଲଘୁଚାପ, ଆସନ୍ତା ୨୮ ଯାଏଁ ପ୍ରବଳ ବର୍ଷା

ଭୁବନେଶ୍ଵର: ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା । ଉତ୍ତର-ପୂର୍ବ ବଙ୍ଗୋପସାଗର ଆଖପାଖ ଅଂଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି । ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । ୨୬ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବାକୁ ସତ୍ସ୍ୟଜୀବୀଙ୍କୁ ପରାମର୍ଶ ଦେଇଛି ପାଣିପାଗ ବିଭଗା । ଆସନ୍ତାକାଲି ପାଇଁ ସୁନ୍ଦରଗଡ଼ ଓ ସମ୍ୱଲପୁର ଜିଲ୍ଲାକୁ…

ଟ୍ୟାକ୍ସି ଡ୍ରାଇଭର ମୃତ୍ୟୁ: ୪ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ଚନ୍ଦକା ଜଙ୍ଗଲ ରାସ୍ତା କଡ଼ରୁ ଟ୍ୟାକ୍ସି ଡ୍ରାଇଭର ବିଦ୍ୟାଧର ସାହୁ ମୃତ୍ୟୁ ଘଟଣା । ୪ ଜଣଙ୍କୁ ଗିରଫ କଲା ବଡଗଡ଼ ଥାନା ପୋଲିସ। ଗିରଫ ଅଭିଯୁକ୍ତ ମାନେ ହେଲେ ଏନ ଦିଲ୍ଲୀପ କୁମାର, ରମେଶ ଚନ୍ଦ୍ର ବେହେରା, କେ ରବୀନ୍ଦ୍ର ଏବଂ ଦୀପକ କୁମାର ସାହୁକା। ସମସ୍ତ ଅଭିଯୁକ୍ତଙ୍କ ଘର ଗଜପତି ଜିଲ୍ଲାରେ ବୋଲି ସୋମବାର ପୋଲିସ କମିଶନର ପ୍ରେସ୍‌ମିଟ୍‌ କରି ସୂଚନା ଦେଇଛନ୍ତି ।…

ଆଜିଠୁ ନୂଆ ଜିଏସ୍‌ଟି ସଂସ୍କାର, କମିଲା ଏହି ସବୁ ଜିନିଷର ଦର

ନୂଆଦିଲ୍ଲୀ: ଦେଶରେ ଆଜିଠୁ ନୂଆ ଜିଏସ୍‌ଟି ସଂସ୍କାର ଆରମ୍ଭ । ନବରାତ୍ରିର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ ଭେଟି । ଏଣିକି କେବଳ ୫% ଓ ୧୮% ଟିକସ ବ୍ୟବସ୍ଥା । ୧୨% ଓ ୨୮% ଜିଏସ୍‌ଟି ସ୍ଲାବ୍ ସଂପୂର୍ଣ୍ଣ ଉଚ୍ଛେଦ । ଅଧିକାଂଶ ସାମଗ୍ରୀ ଶସ୍ତା, ୩୩ ଜୀବନ ରକ୍ଷାକାରୀ ଔଷଧରେ ଶୂନ ଟିକସ । ନୂଆଦିଲ୍ଲୀ: ଦେଶରେ ଆଜିଠୁ ନୂଆ ଜିଏସ୍‌ଟି ସଂସ୍କାର ଆରମ୍ଭ ।…

ଏସିଆ କପ୍ ୨୦୨୫; ପୁଣି ପଡ଼ିଆରେ ଧୂଳିଚାଟିଲା ପାକିସ୍ତାନ

ନୂଆଦିଲ୍ଲୀ: ପୁଣି ପଡ଼ିଆରେ ଧୂଳିଚାଟିଲା ପାକିସ୍ତାନ । ଦମଦାର୍ ବିଜୟ ହାସଲ କଲା ଭାରତ । ଏସିଆ କପ ସୁପର ଫୋର୍ ମ୍ୟାଚରେ ପାକିସ୍ତାନକୁ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ୬ ଓ୍ୱିକେଟ୍‌ରେ ପାକିସ୍ତାନକୁ ଧୂଳି ଚଟାଇଲା ଟିମ୍‌ ଇଣ୍ଡିଆ । ୭ ବଲ୍‌ ବାକି ଥାଇ ଟାର୍ଗେଟ୍‌ ପୂରା କଲା ଭାରତୀୟ ଦଳ । ଓପନର୍‌ ଅଭିଶେକ ଶର୍ମା ଓ ଶୁଭମନ୍ ଗିଲ୍‌ଙ୍କ ଧୂଆଁଧାର ଇଂନିସ ।…

ନବରାତ୍ରୀ: ପ୍ରଥମ ଦିନରେ ଶୈଳପୁତ୍ରୀ ବେଶରେ ପୂଜା ପାଇବେ ମା’

ଭୁବନେଶ୍ଵର: ଆଜିଠୁ ମା’ଙ୍କ ନବରାତ୍ରୀ ପୂଜା । ଏଥିପାଇଁ ସାରା ଦେଶର ପ୍ରସିଦ୍ଧ ଶକ୍ତିପୀଠ ଚଳଚଞ୍ଚଳ ହୋଇଉଠିଛି । ସାରା ଦେଶରେ ଭୋର ସମୟରୁ ମା’ଙ୍କ ପୂଜାର୍ଚ୍ଚନା କରାଯାଉଛି । ଆମ ରାଜ୍ୟର ବିଭିନ୍ନ ଶକ୍ତି ପୀଠ ଗୁଡିକରେ ଶ୍ରଦ୍ଧାଳୁ ମାନଙ୍କ ଭିଡ ବଢିବାରେ ଲାଗିଛି । ନିଜର ମନସ୍କାମନା ପୂରଣ ପାଇଁ ଆଜିଠାରୁ ନିଜ ନିଜ ଘରେ ମା’ଙ୍କ ସ୍ଥାପନା କରି ୯ ଦିନର ବ୍ରତ ପାଳନ କରୁଛନ୍ତି…

ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ

ସମ୍ବଲପୁର: ଆଜି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ । ପବିତ୍ର ମହାଳୟା ଅବସରରେ ମା’ ଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ଏହି ବେଶ ଅନୁଷ୍ଠିତ ହୋଇଥାଏ । ବର୍ଷ ତମାମ ମା’ ସିନ୍ଦୁର ମୁହିଁ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଥିବା ବେଳେ ଆଜି ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି । ମହାଳୟା ଦିନ ପିତୃପୁରୁଷଙ୍କୁ ପିଣ୍ଡଦାନ ପରେ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ ଦର୍ଶନ କଲେ ଗଂଗା ସ୍ନାନର…