ଏବେ ହେବ ନାହିଁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ: ମନମୋହନ ସାମଲ

ଭୁବନେଶ୍ଵର: ରାଜ୍ୟରେ ଏବେ ହେବ ନାହିଁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ମା’ ସମଲେଇଙ୍କ ଧବଳମୁଖୀ ବେଶ ଦର୍ଶନ ସମୟରେ ସୂଚନା । ପାର୍ବଣ ପୂର୍ବରୁ ହେବ ନାହିଁ ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ । ଏଥିସହ ନୂଆପଡ଼ା ଉପନିର୍ବାଚନରେ ପଦ୍ମ ଫୁଟିବ ବୋଲି କହିଛନ୍ତି ମନମୋହନ । ‘ନୂଆପଡ଼ା ଉପନିର୍ବାଚନରେ ଚାଷୀଙ୍କୁ ବୋନସ୍ ଓ ବିକାଶ ମୁଖ୍ୟ ପ୍ରସଙ୍ଗ’ ରହିବ…

ବର୍ଷାରେ ଭାଷିବ ପାର୍ବଣ, ଆସୁଛି ବଡ ବର୍ଷା

ଭୁବନେଶ୍ଵର: ଆସନ୍ତା ୨୫ ଓ ଅକ୍ଟୋବର ୧ ତାରିଖରେ ପୁଣି ସୃଷ୍ଟି ହେବ ଲଘୁଚାପ । ୨ଟି ଲଘୁଚାପ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଉତ୍ତର ଆଣ୍ଡାମାନ ସାଗର ଓ ମିଆମାର୍‌ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବା ବେଳେ ଆସନ୍ତା ୨୨ ତାରିଖ ଆଡ଼କୁ ଉତ୍ତର ବଙ୍ଗୋପସାଗରରେ ପହଞ୍ଚିବ । ୨୫ ତାରିଖ ଆଡ଼କୁ ବଙ୍ଗୋପସାଗର ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି…

ଆସିବେନି ମୋଦି, ପ୍ରଧାନମନ୍ତ୍ରୀଙ୍କ ବ୍ରହ୍ମପୁର ଗସ୍ତ ବାତିଲ୍

ଭୁବନେଶ୍ଵର: ବାତିଲ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ରହ୍ମପୁର ଗସ୍ତ । ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ମୋଦିଙ୍କ ଗସ୍ତ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି । ତେବେ ବ୍ରହ୍ମପୁର ବଦଳରେ ଝାରସୁଗୁଡ଼ାରେ ହୋଇପାରେ ମୋଦିଙ୍କ କାର୍ଯ୍ୟକ୍ରମ । ରଙ୍ଗେଇଲୁଣ୍ଡାରେ ହେବାକୁ ଥିବା ସେବା ପର୍ବ କାର୍ଯ୍ୟକ୍ରମ ବାତିଲ୍ ସୂଚନା । ଆସନ୍ତା ୨୭ରେ ଗଞ୍ଜାମ ଗସ୍ତରେ ଆସିଥାନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୂଚନା ଅନୁସାରେ, ଆସନ୍ତା ୨୭ରେ ଗଞ୍ଜାମ…

ଆଜି ପବିତ୍ର ମହାଳୟା, ଧବଳମୁଖୀ ବେଶରେ ଦର୍ଶନ ଦେବେ ମା ସମଲେଶ୍ଵରୀ

ଭୁବନେଶ୍ଵର: ଆଜି ମହାଳୟା । ଏହି ଦିନ ପିତୃପୁରୁଷଙ୍କୁ ପିଣ୍ଡଦାନ ଭଳି ପରମ୍ପରା ଉତ୍କଳିୟ ସଂସ୍କୃତିରେ ଦେଖିବାକୁ ମିଳିଥାଏ । ଭାଗବତ ଜନ୍ମ ପରଦିନ ଠାରୁ ଅର୍ଥାତ ଆଶ୍ୱିନ ପ୍ରତିପଦାରୁ ଆରମ୍ଭ ହୋଇଛି ଅପରପକ୍ଷ । ଆଜି ମହାଳୟା ଅମାବାସ୍ୟାରେ ଅପରପକ୍ଷ ଶେଷ ହୋଇଥିବା ବେଳେ ପିତୃକୂଳ ଓ ମାତୃକୁଳକୁ ଆଜି ପୁଅମାନେ ପିଣ୍ଡଦାନ କରିଥାନ୍ତି । ଶ୍ରୀକ୍ଷେତ୍ରର ତୀର୍ଥ ପୁଷ୍କରଣୀ, ମହୋଦଧି ସମେତ ଶ୍ରୀମନ୍ଦିରର ଉତରଦ୍ୱାର ପଟେ ପିଣ୍ଡ…

ଜନ୍ମଦିନରେ ବଡ ଉପହାର: ମୋହନଲାଲଙ୍କୁ ମିଳିବ ଦାଦାସାହେବ ଫାଲକେ ପୁରସ୍କାର

ନୂଆଦିଲ୍ଲୀ: ଅଭିନେତା ମୋହନଲାଲଙ୍କୁ ମିଳିବ ଦାଦାସାହେବ ଫାଲ୍‌କେ ପୁରସ୍କାର । ଭାରତୀୟ ସିନେମାରେ ଉଲ୍ଲେଖନୀୟ ଅବଦାନ ପାଇଁ ପାଇବେ ପୁରସ୍କାର । ୨୦୨୩ ବର୍ଷ ପାଇଁ ମୋହନଲାଲଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର ପ୍ରଦାନ କରାଯିବ । ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ପ୍ରଦାନ କରାଯିବ ଆଓ୍ୱାର୍ଡ । ଏନେଇ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ କରାଗଲା ଘୋଷଣା । ତେବେ କହିରଖୁଛୁ ଯେ ଗତ ବର୍ଷ ଅଭିନେତା ମିଥୁନ…

ଠକେଇ ଅଭିଯୋଗରେ ଗିରଫ ହେଲେ ବିଜେଡି ନେତା ଦିଲ୍ଲୀପ ନାୟକ

ଭୁବନେଶ୍ଵର: ଗିରଫ ହେଲେ ବିଜେଡି ନେତା ଦିଲ୍ଲୀପ ନାୟକ । କଟକ ରାଣୀହାଟର ବିଜୟ ରାଉତ ନାମକ ଜଣେ ବ୍ୟକ୍ତିଙ୍କ ଲିଖିତ ଅଭିଯୋଗ ଆଧାରରେ ଗିରଫ କରାଯାଇଛି । ୧୨.୪୨ କୋଟି ଟଙ୍କାରୁ ଅଧିକ ଠକେଇ ଏବଂ ଜାଲିଆତି ଅଭିଯୋଗରେ ବିଜେଡ଼ି ନେତା ଦିଲ୍ଲୀପ କୁମାର ନାୟକଙ୍କ ବାସସ୍ଥାନରେ ଓଡ଼ିଶା ପୋଲିସର ଅର୍ଥନୈତିକ ଅପରାଧ ଶାଖା ଗତକାଲି ଚଢ଼ଉ କରିଥିଲା । ଭୁବନେଶ୍ବର ପାଣ୍ଡରାରେ ଏକ ଜମି ପାଇଁ ବିଜୟ…

ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ: ଖୁବଶୀଘ୍ର ପ୍ରସ୍ତୁତ ହେବ ଗାଇଡ୍‌ଲାଇନ୍‌

ଭୁବନେଶ୍ଵର: ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ପାଇଁ ଖୁବଶୀଘ୍ର ପ୍ରସ୍ତୁତ ହେବ ଗାଇଡ୍‌ଲାଇନ୍‌ । ବିଧାନସଭାରେ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଭକ୍ତଙ୍କ ଶୃଙ୍ଖଳିତ ଧାଡ଼ି ଦର୍ଶନ ନେଇ ପରିଚାଳନା କମିଟି ଅନୁମୋଦନ କରିଛି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସବ କମିଟି ପାଇଁ ପରିଚାଳନା କମିଟି କହିଛି । ଏ ନେଇ ସବ କମିଟି ସେବକ ନିଯୋଗଙ୍କ ସହ…

ଚାଲି ପାରୁନି ଗୃହ କାର୍ଯ୍ୟ, ସୋମବାର ଯାଏଁ ମୁଲତବି

ଭୁବନେଶ୍ଵର: ବିଧାନସଭାରେ ସାର ତାତି। ସାର ସମସ୍ୟା ନେଇ ଆଲୋଚନା ଦାବିରେ ଗୃହରେ ବିଜେଡିର ପ୍ରତିବାଦ । ଗୃହର ମଧ୍ୟ ଭାଗରେ ବିଜେଡିର ପ୍ରତିବାଦ । ସୋମବାର ଯାଏଁ ଗୃହ ମୁଲତବି । ଅଧିବେଶନ ଆରମ୍ଭରେ ଦିବଂଗତ ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା । ଗୃହରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶୋକ ପ୍ରସ୍ତାବ ଆଗତ…

ପରଲୋକରେ ବୀରମିତ୍ରପୁରର ପୂର୍ବତନ ବିଧାୟକ ଜର୍ଜ ତିର୍କି

ବୀରମିତ୍ରପୁର: ଆରପାରିରେ ବୀରମିତ୍ରପୁରର ପୂର୍ବତନ ବିଧାୟକ ଜର୍ଜ ତିର୍କି । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ୬୭ ବର୍ଷ ବୟସରେ ପରଲୋକ । ଗତ କିଛି ମାସ ଧରି ଅସୁସ୍ଥ ଥିବା ବେଳେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଜର୍ଜ ତିର୍କି । ପ୍ରାୟ ୩ ମାସ ହେବ ଅସୁସ୍ଥ ଥିଲେ ଜର୍ଜ ତିର୍କି । ଗୁରୁବାର ଅପରାହ୍ନରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଉରକେଲା ଇସ୍ପାତ ଜେନେରାଲ…

ଏଥର ଭିଜିବ ଦଶହରା, ଆସୁଛି ତିନି ତନୋଟି ଲଘୁଚାପ

ଭୁବନେଶ୍ଵର: ବର୍ଷାରେ ଭିଜିବ ଦଶହରା । ଆସନ୍ତା ସେପ୍ଟେମ୍ବର ୨୬ ତାରିଖରେ ପୁଣି ରାଜ୍ୟରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏଥିପାଇଁ ପାର୍ବଣ ଋତୁ ବର୍ଷାରେ ଭିଜିପାରେ ବୋଲି ଅନୁମାନ କରାଯାଉଛି । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ସେପ୍ଟେମ୍ବର ୨୩, ୨୬ ଓ ୩୦ରେ ପଛକୁ ପଛ ତିନିଟି ଲଘୁଚାପ ସୃଷ୍ଟି ହୋଇପାରେ । ୨୬ ତାରିଖରୁ ବଦଳିବ ପାଗ । ୨୯ ଯାଏଁ ସାରା…