ଅକ୍ଟୋବର ୪ ଓ ୫ରେ ହେବ ପୋଲିସ SI ପରୀକ୍ଷା

ଭୁବନେଶ୍ଵର: ଅକ୍ଟୋବର ୪ ଓ ୫ରେ ହେବ ପୋଲିସ SI ପରୀକ୍ଷା । OMR ସିଟ୍‌ ଜରିଆରେ ହେବ ଲିଖିତ ପରୀକ୍ଷା । SI ରାଙ୍କ୍‌ର ସମସ୍ତ CPSE-୨୦୨୪ ପରୀକ୍ଷା ହେବ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ସେପ୍ଟେମ୍ବର ୨୦ ପରଠୁ ଡାଉନ୍‌ଲୋଡ୍‌ କରିପାରିବେ ଆଡମିଟ୍‌ କାର୍ଡ । odishapolice.gov.inରୁ…

ଅନନ୍ୟ ପରମ୍ପରା, ମହାଲକ୍ଷ୍ମୀ ପାଳନ୍ତି ‘କୁକ୍କୁଟୀ ବ୍ରତ’

ପୁରୀ: ଶ୍ରୀମନ୍ଦିରରେ ଭାଦ୍ରବ ଶୁକ୍ଳପକ୍ଷ ସପ୍ତମୀ ବା ଲଳିତା ସପ୍ତମୀ ତିଥିରେ ‘କୁକ୍କୁଟୀ ବ୍ରତ’ ପାଳିତ ହୁଏ। ଆଜ୍ଞାମାଳ ପାଇ ଶ୍ରୀଦେବୀ ଏହି ବ୍ରତ କରିଥାଆନ୍ତି। ଆଜ୍ଞାମାଳ ପାଇବା ପରେ ସଂପୃକ୍ତ ମହାଜନ ସେବକ ତାଙ୍କୁ ପାଲିଙ୍କିରେ ବିଜେ କରାଇ ମହାଲକ୍ଷ୍ମୀଙ୍କ ମନ୍ଦିରର ବାହାର ମଣ୍ଡପଠାରେ ଖଟଶେଯରେ ବିଜେ କରାନ୍ତି। ସେଠାରେ ତାଙ୍କର ମାଜଣା, ବନକଲାଗି ଓ ବେଶ ହୁଏ । ପୂଜାପଣ୍ଡା ସେବକ ‘କୁକ୍କୁଟୀ ବ୍ରତ କଥା’ ପାଠ…

ଇତିହାସ ରଚିଲେ ଫିଲ୍ମ ନିର୍ମାତା ଅକ୍ଷୟ ପରିଜା, ଓସ୍କାର ଦୌଡରେ ସାମିଲ ହେଲା ‘ପାପା ବୁକା’ ଫିଲ୍ମ

ଭୁବନେଶ୍ଵର: ଓଡ଼ିଶା ଓ ଓଲିଉଡ ଇଣ୍ଡଷ୍ଟ୍ରି ପାଇଁ ଗୌରବ ଆଣିଲେ ଓଲିଉଡ ଲୋକପ୍ରିୟ ନିର୍ମାତା ଅକ୍ଷୟ ପରିଜା । ଓସ୍କାର ଦୌଡ଼ରେ ସାମିଲ ହୋଇଛି ଅକ୍ଷୟ ପରିଜାଙ୍କ ‘ପାପା ବୁକା’ । ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା ‘ପାପା ବୁକା’ ଜରିଆରେ ଓଡ଼ିଶାକୁ ବିଶ୍ୱ ଦରବାରରେ ପରିଚିତ କରାଇଛନ୍ତି, ପାପୁଆ ନ୍ୟୁ ଗିନି ସହ ଭାରତର ପ୍ରଥମ ସହ-ପ୍ରଡକ୍ସନ ଫିଚର ଫିଲ୍ମ, ଯାହା ୨୦୨୬ ଓସ୍କାର ଏକାଡେମୀ ପୁରସ୍କାରର ଶ୍ରେଷ୍ଠ…

ପୁଣି ଅସ୍ତବ୍ୟସ୍ତ କରିବ ବର୍ଷା, ଆସୁଛି ଦୁଇ ଦୁଇଟି ଲଘୁଚାପ

ଭୁବନେଶ୍ଵର: ଆସନ୍ତା କାଲିଠୁ ପୁଣି ବଢିବ ବର୍ଷା ପରିମାଣ । ଆଜି ପ୍ରବଳ ବର୍ଷା ପାଇଁ ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ବିଶେଷ କରି ଉପକୂଳ, ଉତ୍ତର ଓ ପଶ୍ଚିମ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବ । ଆଜି ପାଇଁ ସୁନ୍ଦରଗଡ, କେନ୍ଦୁଝର, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେଓଗଡ, ଅନୁଗୁଳ, ମୟୂରଭଞ୍ଜ, ବାଲେଶ୍ବର, ଢେଙ୍କାନାଳ, ଯାଜପୁର, ଭଦ୍ରକ, ନୟାଗଡ, ଖୋର୍ଦ୍ଧା, ପୁରୀ,…

ଦେଶର ଅର୍ଥନୀତିରେ ଜୋରଦାର୍ ପ୍ରଦର୍ଶନ; GDPରେ ଅଭିବୃଦ୍ଧି

ନୂଆଦିଲ୍ଲୀ: ଆମେରିକାର ଟାରିଫ ଝଟକା ମଧ୍ୟରେ ଦେଶର ଅର୍ଥନୀତି ପାଇଁ ଗୋଟିଏ ଭଲ ଖବର ଆସିଛି। ଆଶା ଠାରୁ ଦେଶର ଅର୍ଥନୀତିକ ଅଭିବୃଦ୍ଧି ଅଧିକ ହୋଇଛି। ପ୍ରଥମ ତ୍ରୈମାସିକରେ ମୋଟ୍ ଘରୋଇ ଉତ୍ପାଦ (GDP) ଅଭିବୃଦ୍ଧି ୭.୮% । ପରିସଂଖ୍ୟାନ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଲା ତଥ୍ୟ । ଗତବର୍ଷ ପ୍ରଥମ ତ୍ରୈମାସିକରେ GDP ଗ୍ରୋଥ୍ ରେଟ୍ ୬.୫% ଥିଲା । ପ୍ରଥମ କ୍ବାର୍ଟରେର ୬.୫-୭% ଅଭିବୃଦ୍ଧି ଆକଳନ କରାଯାଇଥିଲା ।…

ସପ୍ଟେମ୍ବର ୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଭୂବନେଶ୍ଵର: ଆସନ୍ତା ସେପ୍ଟେମ୍ବର ୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଥିବାରୁ ଆସନ୍ତା ସେପ୍ଟେମ୍ବର ୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୟୁନିଟ୍‌-୨, ଅଶୋକନଗରସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ (କ୍ୟାପିଟାଲ ନର୍ସରି…

ୟୁ.କେ. ଓଡ଼ିଶା ସମାଜର ୪୬ ତମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳନ

ନୂଆଦିଲ୍ଲୀ: ଓଡ଼ିଶା ସମାଜ ୟୁନାଇଟେଡ କିଙ୍ଗଡମ (ଓସୁକ)ର ୪୬ ତମ ବାର୍ଷିକ  ଉତ୍ସବ ମହା ସମାରୋହରେ ପାଳନ କରାଯାଇଥିବା ଜଣାଯାଇଛି । ଏହି ଉପଲକ୍ଷେ ଲଣ୍ଡନର ୱର୍କସାୟାର କାଉଁଟି ଅନ୍ତର୍ଗତ ମେଡେନହେଡ୍ ସ୍ଥିତ ସୁନ୍ଦର, ସୁରମ୍ୟ, ସବୁଜିମା ଘେରା ଉତ୍ସବସ୍ଥଳକୁ ଖୁବ ଭବ୍ୟ ଢଙ୍ଗରେ ସଜାଯାଇଥିବା ଦେଖା ଯାଇଥିଲା । ସମଗ୍ର ପରିବେଷ୍ଟନୀକୁ ଏକ ଛୋଟ ଓଡ଼ିଶାର ସ୍ୱରୂପ ପ୍ରଦାନ କରାଯିବାର ଦୃଶ୍ୟ ବେଶ ମର୍ମସ୍ପର୍ଶୀ ଥିଲା । ଏଠାରେ…

ଏପରି ଏକ ମନ୍ଦିର, ଯେଉଁଠାରେ ରାତିରେ ଅଟକି ଯାଉଥିବା ଭକ୍ତ ହୋଇଯାନ୍ତି ପଥର!

ନୂଆଦିଲ୍ଲୀ: ଆମ ଦେଶ ଭାରତରେ ରହସ୍ୟମୟ ଏବଂ ପ୍ରାଚୀନ ମନ୍ଦିରଗୁଡ଼ିକର ଅଭାବ ନାହିଁ । ରାଜସ୍ଥାନରେ ମଧ୍ୟ ସମାନ ମନ୍ଦିର ଅଛି, ଯେଉଁଠାରେ ଲୋକମାନେ ସନ୍ଧ୍ୟା ହେବା ମାତ୍ରେ ପଳାୟନ କରନ୍ତି । ଭୁଲରେ ମଧ୍ୟ ରାତିରେ ଏହି ମନ୍ଦିରରେ ରହିବାକୁ କେହି ଚାହାଁନ୍ତି ନାହିଁ । ଏହା ପଛରେ ଦିଆଯାଇଥିବା କାରଣଟି ଅତ୍ୟନ୍ତ ଆପଣ ମଧ୍ୟ ଜାଣିଲେ ଚମକି ପଡ଼ିବେ । ଲୋକମାନେ ବିଶ୍ୱାସ କରନ୍ତି ଯେ ଯିଏ…

ପିଆଜ ହେଉଛି ଔଷଧୀୟ ଗୁଣର ଖଣି, ଜାଣନ୍ତୁ ଏହାର ସ୍ଵାସ୍ଥ୍ୟଗତ ଫାଇଦା

ଭୁବନେଶ୍ଵର: ପିଆଜ ତ ପ୍ରାୟ ସମସ୍ତଙ୍କ ପସନ୍ଦ । ପିଆଜକୁ କିଏ କେତେ ଢଙ୍ଗରେ ଯେମିତିକି ଭଜା , ତରକାରୀ , ପକୋଡା କରି ଖାଆନ୍ତି । ଯାହାର ସ୍ବାଦ ପାଟିରେ ବାଜିଲେ ବାରମ୍ବାର ଖାଇବାକୁ ଇଚ୍ଛା ହୁଏ । ସାଧାରଣ ସମସ୍ତଙ୍କ ଘରେ ସହଜରେ ଉପଲବ୍ଧ ହୋଇଥାଏ ପିଆଜ। ପିଆଜ ଏପରି ଏକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଯାହା ପ୍ରତ୍ୟେକ ଘରେ ଘରେ ଉପଲବ୍ଧ। ଏହାକୁ ସାଲାଡ,ବିଭିନ୍ନ ବ୍ୟଞ୍ଜନ…

ସେପ୍ଟେମ୍ବର ୩ରେ ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ: ସେପ୍ଟେମ୍ବର ୩ ତାରିଖରେ ଅନୁଷ୍ଠିତ ହେବ ନୂତନ ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ବୈଠକ । ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ଥାୟୀ ସଭାପତି ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଏହି ବୈଠକ । ପ୍ରଥମ ବୈଠକରେ ନୂତନ କମିଟି ସଦସ୍ୟଙ୍କୁ ସ୍ୱାଗତ କରିବା ସହ ଏକ ସବ କମିଟି ଗଠନ କରାଯିବ । ବୈଠକରେ ଧାଡ଼ି ଦର୍ଶନ ଆବଶ୍ୟକତା ନେଇ ବିସ୍ତୃତ ଭାବେ ଆଲୋଚନା ହେବ । ଧାଡ଼ି ଦର୍ଶନ…