Blog

ପ୍ରଧାନ ବିଚାରପତିଙ୍କୁ ଜୋତାମାଡ ଘଟଣା: ଜଷ୍ଟିସ୍ ଗଭାଇଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନ ବିଚାରପତିଙ୍କୁ ଜୋତାମାଡ ଘଟଣାରେ CJI ଜଷ୍ଟିସ୍ ବି.ଆର୍ ଗଭାଇଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି । ଆକ୍ରମଣକୁ କଡ଼ା ନିନ୍ଦା କରିବା ସହ ମୋଦି କହିଛନ୍ତି, “ଆଜି ସକାଳେ ସୁପ୍ରିମକୋର୍ଟ ପରିସରରେ ହୋଇଥିବା ଆକ୍ରମଣରେ ପ୍ରତ୍ୟେକ ଭାରତୀୟ କ୍ରୋଧିତ। ଆମ ସମାଜରେ ଏପରି ନିନ୍ଦନୀୟ କାର୍ଯ୍ୟ ପାଇଁ କୌଣସି ସ୍ଥାନ ନାହିଁ। ଏହା ଅତ୍ୟନ୍ତ ନିନ୍ଦନୀୟ।” ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, “ଏପରି ପରିସ୍ଥିତିରେ ମୁଖ୍ୟ ବିଚାରପତି…

ପୁଣି ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ, ଶାନ୍ତି ପାଇଁ କମିଶନରେଟ ପୋଲିସର ଅପିଲ

କଟକ: କଟକ ସହରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଉଦ୍ଦେଶ୍ୟରେ ଆହୁରି ୨୪ ଘଣ୍ଟା ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ଅକ୍ଟୋବର ୭ ତାରିଖ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରାଯାଇଛି । କଟକ ଜିଲ୍ଲାପାଳଙ୍କ ସୁପାରିଶ କ୍ରମେ ଅସାମାଜିକ ତତ୍ତ୍ୱମାନଙ୍କୁ ନିୟନ୍ତ୍ରଣ କରିବା ନିମନ୍ତେ ଇଣ୍ଟରନେଟ୍‌ ସେବା ବନ୍ଦର ପଦକ୍ଷେପ ନିଆଯାଇଛି । କଟକ ମହାନଗର ନିଗମ ଅଞ୍ଚଳ, ସିଡ଼ିଏ ଅଞ୍ଚଳ ଓ ୪୨ ମଉଜା…

୨୦୨୫ ବର୍ଷ ପାଇଁ ୩ ବୈଜ୍ଞାନିକଙ୍କୁ ମେଡିସିନ୍‌ରେ ନୋବେଲ୍ ପୁରସ୍କାର

ନୂଆଦିଲ୍ଲୀ: ମେଡିସିନ୍ ପାଇଁ ସମ୍ମାନଜନକ ନୋବେଲ୍ ପୁରସ୍କାର ଘୋଷଣା । ୨୦୨୫ ବର୍ଷ ପାଇଁ ୩ ବୈଜ୍ଞାନିକଙ୍କୁ ମେଡିସିନ୍‌ରେ ନୋବେଲ୍ ପୁରସ୍କାର । ମ୍ୟାରି ଇ. ବ୍ରୋନ୍‌କୋ, ଫ୍ରେଡ୍‌ ରାମ୍ସଡେଲ୍, ସିମୋନ ଶାକାଗୁଚିଙ୍କୁ ନୋବେଲ୍ । ଶରୀରରେ ପ୍ରତିରୋଧକ ଶକ୍ତି ବୃଦ୍ଧିଜନିତ ମେଡିସିନ୍ ଗବେଷଣା ପାଇଁ ନୋବେଲ୍ । ରୟାଲ୍ ସ୍ୱିଡିଶ୍ ଏକାଡେମୀ ଅଫ୍ ସାଇନସେସ୍‌ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ପେରିଫେରାଲ ଇମ୍ୟୁନ ଟଲରେନ୍ସ (ଶରୀରର ବାହାର…

ଘୋଷଣା ହେଲା ତାରିଖ, ଏହି ଦିନଠୁ ଯୁକ୍ତ ୨ ପରୀକ୍ଷା ଫର୍ମଫିଲପ୍‌

ଭୁବନେଶ୍ଵର: ଯୁକ୍ତ ୨ ପରୀକ୍ଷା ଫର୍ମଫିଲପ୍‌ ନେଇ ତାରିଖ ଘୋଷଣା କଲା CHSE । ରେଗୁଲାର ପରୀକ୍ଷାର୍ଥୀ ଆସନ୍ତା ୨୦ରୁ ନଭେମ୍ବର ୬ ଭିତରେ ଭରିବେ ଫର୍ମ । ସେହିପରି ଏକ୍ସରେଗୁଲାର ପରୀକ୍ଷାର୍ଥୀ ଆସନ୍ତା ୧୩ରୁ ୨୫ ଭିତରେ ଫର୍ମ ଭରିବେ । ୨୦୦ ଟଙ୍କା ଫାଇନ୍‌ରେ ନଭେମ୍ବର ୧୦ରୁ ୧୪ ମଧ୍ୟରେ ଫର୍ମ ଫିଲଅପ୍‌ । ସେହିପରି ୬ ଶହ ଟଙ୍କା ଫାଇନ୍‌ରେ ନଭେମ୍ବର ୧୭ରୁ ୧୯ ମଧ୍ୟରେ…

ବାଜିଲା ନିର୍ବାଚନ ବିଗୁଲ, ନଭେମ୍ବର ୬ରୁ ବିହାର ବିଧାନସଭା ନିର୍ବାଚନ

ବିହାର: ବିହାର ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ୍ । ନଭେମ୍ବର ୬ରୁ ବିହାର ବିଧାନସଭା ନିର୍ବାଚନ । ବିହାର ବିଧାନସଭା ନିର୍ବାଚନ ନେଇ ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନର । ଦୁଇଟି ପର୍ଯ୍ୟାୟରେ ହେବ ବିହାର ନିର୍ବାଚନ । ପ୍ରଥମ ପର୍ଯ୍ୟାୟ ମତଦାନ ନଭେମ୍ୱର ୬ ଓ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ନଭେମ୍ୱର ୧୧ରେ ହେବ । ନଭେମ୍ୱର ୧୪ରେ ଭୋଟ ଗଣତି ଓ ପରିଣାମ ଘୋଷଣା…

ଘୋଷଣା ହେଲା ତାରିଖ, ନଭେମ୍ୱର ୧୧ରେ ନୂଆପଡ଼ା ଉପନିର୍ବାଚନ

ନୂଆପଡା: ବାଜିଲା ନିର୍ବାଚନ ବିଗୁଲ । ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ । ଉପନିର୍ବାଚନ ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନର । ନଭେମ୍ବର ୧୪ ତାରିଖରେ ଭୋଟ୍ ଗଣତି । ଆସନ୍ତା ୧୩ରେ ପ୍ରକାଶ ପାଇବ ନୂଆପଡ଼ା ଉପନିର୍ବାଚନ ବିଜ୍ଞପ୍ତି । ଅକ୍ଟୋବର ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ । ଅକ୍ଟୋବର ୨୨ରେ ଯାଞ୍ଚ, ୨୪ ରେ ନାମାଙ୍କନ ପ୍ରତ୍ୟାହାର ଶେଷ ତାରିଖ ।…

ମହିଳା ଦିନିକିଆ ବିଶ୍ବକପ: ପାକିସ୍ତାନକୁ ଲାଗାତାର ୧୨ ଥର ହରାଇଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ: ପଡିଆରେ ପୁଣି ଚିତପଟାଙ୍ଗ ହେଲା ପାକିସ୍ତାନ । ମହିଳା ଖେଳାଳି ବି ନେଲେ ୨୬ ଜଣଙ୍କୁ ହତ୍ୟାର ପ୍ରତିଶୋଧ । ପୁଣି କ୍ରିକେଟ ମଇଦାନରେ ଅପରେଶନ ସିନ୍ଦୂର । ମହିଳା ଦିନିକିଆ ବିଶ୍ବକପରେ ପାକିସ୍ତାନକୁ ୮୮ ରନ୍‌ରେ ହରାଇଲା ଭାରତ । ୨୪୮ ଟାର୍ଗେଟ୍‌କୁ ପିଛା କରି ପାକିସ୍ତାନ ୧୫୯ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା । ଖେଳ ଆରମ୍ଭରୁ ଉଭୟ ଟିମର ଖେଳାଳି କରମର୍ଦ୍ଦନ କରିନଥିଲେ କି ଶେଷ…

କଟକରେ କର୍ଫ୍ୟୁ: ୩୬ ଘଣ୍ଟା ଯାଏଁ ଚକ ଅଖ ସବୁ ଜାମ୍, ଘରୁ ବାହାରିଲେ….

କଟକ: କଟକରେ ଶାନ୍ତି ବଜାୟ ପାଇଁ ୩୬ ଘଣ୍ଟିଆ କର୍ଫ୍ୟୁ ଜାରି ହୋଇଛି । ଦରଘାବଜାର ସମେତ ୧୩ଟି ଥାନା ଅଞ୍ଚଳରେ କର୍ଫ୍ୟୁ ଲାଗିଛି । ଗତକାଲି ରାତି ୧୦ଟାରୁ ୩୬ ଘଣ୍ଟା ପାଇଁ ୧୩ଟି ଥାନା ଅଞ୍ଚଳରେ ଜାରି ହୋଇଛି କର୍ଫ୍ୟୁ । କର୍ଫ୍ୟୁ ବେଳେ ପେଟ୍ରୋଲ୍ ପମ୍ପ, ହସ୍ପିଟାଲ୍, ମେଡିସିନ୍ ଷ୍ଟୋର୍ ଓ ଗ୍ରୋସରୀ ଦୋକାନ ଖୋଲା ରହିବ । କଟକରେ କର୍ଫ୍ୟୁ କଟକଣା ନେଇ ଅତିରିକ୍ତ…

ବରୁଣେଇରେ ବାର୍‌ହା କବଳରେ ଥିବା ୫ ପର୍ଯ୍ୟଟକ ଉଦ୍ଧାର, ଜଣେ ପୋଲିସ କର୍ମଚାରୀ ମୃତ

ଖୋର୍ଦ୍ଧା: ବରୁଣେଇରେ ବାର୍‌ହା କବଳରେ ଥିବା ୫ ପର୍ଯ୍ୟଟକ ଉଦ୍ଧାର । ବାର୍‌ହାକୁ ଘଉଡ଼ାଇ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଅଗ୍ନିଶମ ଓ ବନ କର୍ମଚାରୀ । ହିଂସ୍ର ବାର୍‌ହା ଭୟରେ ଗଛ ଉପରେ ଆଶ୍ରୟ ନେଇଥିଲେ ୫ ପର୍ଯ୍ୟଟକ । ପର୍ଯ୍ୟଟକଙ୍କୁ ଉଦ୍ଧାର କରିବାକୁ ଯାଇଥିବା ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ । ସୂଚନା ଅନୁସାରେ, ୬ ଜଣ ପର୍ଯ୍ୟଟକ ବରୁଣେଇ ପାହାଡ଼ରେ ଥିବାବେଳେ ହଠାତ୍ ଏକ ହିଂସ୍ର ବାର୍‌ହା…

ଆଜି କୁମାର ପୂର୍ଣ୍ଣିମା: ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ,ସଂଧ୍ୟାରେ ଚାନ୍ଦ ପୂଜା

ଭୂବନେଶ୍ଵର: ଆଜି କୁଆଁରୀ ଝିଅଙ୍କ ପର୍ବ କୁଆଁର ପୁନେଇଁ । ଏହି ଦିନ କାର୍ତ୍ତିକେୟଙ୍କ ଜନ୍ମଦିନ ଥିବାରୁ ଏହି ପୂଜା କଲେ ତାଙ୍କ ଭଳି ସୁନ୍ଦର ଓ ବୀର ବର ମିଳେ ବୋଲି ଲୋକ ବିଶ୍ବାସ ରହିଛି । ତେଣୁ ସର୍ବଗୁଣସମ୍ପନ୍ନ ଜୀବନସାଥୀଟିଏ ପାଇବାକୁ କୁମାରୀ କରିବେ ଚନ୍ଦ୍ରପୂଜା । ଏନେଇ କୁମାରୀଙ୍କ ମନରେ ବେଶ୍‌ ଉତ୍ସାହ ଭରି ରହିଛି । ସକାଳ ନ ପାଉଣୁ ଗାଧୋଇ ପାଧୋଇ ନୂଆ…