Blog

ଏନକାଉଣ୍ଟରରେ ଟଳିଲେ ୨ ଅପରାଧି, ଦିଶା ପଟାନୀଙ୍କ ଘର ଉପରକୁ କରିଥିଲେ ଗୁଳିମାଡ

ଗାଜିଆବାଦ: ବଲିଉଡ ଅଭିନେତ୍ରୀ ଦିଶା ପଟାନୀଙ୍କ ବାସଭବନ ଦୁଇ ଦୁଇ ଥର ଗୁଳି ମାରି ଫେରାର୍ ମାରିଥିବା ଦୁଇ ଅଭିଯୁକ୍ତ ନିହତ । ଗତକାଲି ଗାଜିଆବାଦର ଟ୍ରୋନିକା ସିଟିରେ ଏକ ଏନକାଉଣ୍ଟରରେ ଏହି ଦୁଇ ଅଭିଯୁକ୍ତ ନିହତ ହୋଇଥିବା ନେଇ ସୂଚନା ମିଳିଛି । ଉତ୍ତରପ୍ରଦେଶ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ), ଦିଲ୍ଲୀ ପୋଲିସ କ୍ରାଇମ ଇଣ୍ଟେଲିଜେନ୍ସ ଯୁନିଟ ଏବଂ ହରିୟାଣା ଏସଟିଏଫର ମିଳିତ ଅପରେସନରେ ଏହି ଏନକାଉଣ୍ଟର ହୋଇଥିଲା…

ଆରମ୍ଭ ହେଲା ବୁଲାକୁକୁର ଗଣନା, ୨୧ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ

ଭୁବନେଶ୍ଵର: ଭୁବନେଶ୍ବରରେ ଆରମ୍ଭ ହେଲା ବୁଲାକୁକୁର ଗଣନା । ବିଏମ୍‌ସି ପକ୍ଷରୁ ଭୋର୍ ୫ଟାରୁ ଗଣତି ଆରମ୍ଭ । ୬୭ଟି ୱାର୍ଡରେ ଗଣନା ଚାଲିଥିବା ବେଳେ ୪୧୦ ଜଣ ଏଥିରେ ନିୟୋଜିତ ଅଛନ୍ତି । ଆଜିଠୁ ୨୧ ଯାଏଁ ପ୍ରଥମ ପର୍ଯ୍ୟାୟ, ୨୨ରୁ ୨୫ ଯାଏଁ ୨ୟ ପର୍ଯ୍ୟାୟରେ ଗଣନା କାର୍ଯ୍ୟ ହେବ । ପ୍ରତ୍ୟେକ ଗଳିକନ୍ଦିରେ ଦୁଇ ଦୁଇଟି ପର୍ଯ୍ୟାୟରେ ଏବଂ ବୈଜ୍ଞାନିକ ପଦ୍ଧତିରେ ବୁଲା କୁକୁର ଗଣନା…

ଆସୁଛନ୍ତି ମା’: କଳା ମୁଗୁନି ପଥରରେ ପୂଜା ପାଆନ୍ତି ମା’ କିଚକେଶ୍ଵରୀ

ଭୁବନେଶ୍ଵର: ଜଗତ ଜନନୀ ମା’ ଦୁର୍ଗାଙ୍କ ଆବାହନ ପାଇଁ ସମସ୍ତ ଜୀବଜଗତ ଚଳଚଞ୍ଚଳ ହୋଇପଡ଼ିଛନ୍ତି । ସତେ ଯେମିତି ପ୍ରକୃତି ରାଣୀ ବି ନିଜକୁ ସଜେଇ ଦେଇଛି ମା’ ଦୁର୍ଗାଙ୍କ ସ୍ଵାଗତ କରିବାକୁ । ବିଭିନ୍ନ ସ୍ଥାନରେ ସାର୍ବଜନୀନ ପୂଜା ମଣ୍ଡପଗୁଡ଼ିକରେ ଲୋକେ ଉପଭୋଗ କରୁଥିବା ବେଳେ କେତେକ ପ୍ରାଚୀନ ପୀଠମାନଙ୍କରେ ବି ଏହି ପୂଜାର ମହକ ଟିକେ ନିଅ।ରା । ମୟୂରଭଞ୍ଜ ଜିଲ୍ଲାର ଯେଉଁ କେତୋଟି ସ୍ଥାନରେ ଦେବୀ…

ଆଜିଠୁ ବିଧାନସଭା ମୌସୁମୀ ଅଧିବେଶନ: ଉଠିବ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ

ଭୁବନେଶ୍ଵର: ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ। ଅଧିବେଶନର ପ୍ରଥମ ଦିନ ୧୧ଟାରୁ ଗୃହ କାର୍ଯ୍ୟ ଆରମ୍ଭ ହେବ। ଦିବଂଗତ ନେତାଙ୍କ ଉଦ୍ଦେଶ୍ୟରେ ଶୋକପ୍ରସ୍ତାବ ଆଗତ ପରେ ପ୍ରଥମାର୍ଦ୍ଧ ମୁଲତବି ରହିବ । ସେପ୍ଟେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଅଧିବେଶନ। ଏହି ଅଧିବେଶନରେ ମୋଟ ୭ଟି କାର୍ଯ୍ୟ ଦିବସ ରହିଛି। ସେପ୍ଟେମ୍ବର ୧୯ ତାରିଖରେ କେବଳ ବେସରକାରୀ ସଭ୍ୟଙ୍କ କାର୍ଯ୍ୟ ଦିବସ ଧାର୍ଯ୍ୟ ହୋଇଛି। ଅବଶିଷ୍ଟ ୬…

କନଷ୍ଟେବଲ୍ ଶୁଭମିତ୍ରା ସାହୁ ହତ୍ୟା ଘଟଣା; ମାଟିତଳୁ ବାହାରିଲା ମୃତଦେହ

ଭୁବନେଶ୍ଵର: ମହିଳା କନଷ୍ଟେବଲ୍ ଶୁଭମିତ୍ରା ସାହୁ ହତ୍ୟା ଘଟଣାରେ ପୋଲିସର ତନାଘନା । ଅଭିଯୁକ୍ତ ଦୀପକ ରାଉତକୁ ନେଇ କେନ୍ଦୁଝର ଘଟଗାଁ ଥାନାରେ ସିନ ରିକ୍ରିଏସନ କରିଛି ପୋଲିସ । ସେପଟେ ଶୁଭମିତ୍ରାକୁ ମାରିକି ପୋତି ଥିବା ସ୍ଥାନକୁ ଖୋଳାଯାଇ ମୃତଦେହ ଉଦ୍ଧାର କରିଛି ପୋଲିସ । ପ୍ଲାଷ୍ଟିକ ଅଖାରେ ବନ୍ଧା ଯାଇଥିବା ଶୁଭମିତ୍ରାର ମୃତଦେହ ଉଦ୍ଧାର କରିଛି ପୋଲିସ । ଘଟଗାଁ ସ୍ଥିତ ଜଙ୍ଗଲ ଭିତରୁ ଜେସିବିରେ ଖୋଳି…

ପୂରଣ ହେଲା ସଂକଳ୍ପ, ମୋଦିଙ୍କ ଜନ୍ମ ଦିବସ ଅବସରରେ ଲାଗିଲା ୭୫ ଲକ୍ଷ ଗଛ

ଭୁବନେଶ୍ଵର: ମୋଦିଙ୍କ ଜନ୍ମ ଦିବସ ଅବସରରେ ୭୫ ଲକ୍ଷ ଗଛ ଲଗାଇବା ସଂକଳ୍ପ ସଫଳ ହୋଛି । ସଂକଳ୍ପ ସଫଳ ହୋଇଥିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିଥିଲା । ଯେଉଁଥିରେ ଏହି ସଂଖ୍ୟା କୋଟିଏ ପାର୍‌ ହେବା ନେଇ ଆଶା ରଖିଛନ୍ତି ମୁଖ୍ୟମନ୍ତ୍ରୀ । ସାମୂହିକ ପ୍ରୟାସରେ ଏହାକୁ ଜନ ଆନ୍ଦୋଳନରେ ପରିଣତ କରିପାରିଛୁ…

କଳିଙ୍ଗା ଘାଟି ଭୂସ୍ଖଳନ; ମରାମତି ପାଇଁ ଲାଗିବ ୭ ଦିନ

ଜି.ଉଦୟଗିରି: କଳିଙ୍ଗା ଘାଟି ଭୂସ୍ଖଳନ ପରେ ରାସ୍ତା ମରାମତି ପାଇଁ ପ୍ରାୟ ୭ ଦିନ ସମୟ ଲାଗିବ । ମରାମତି ପାଇଁ ନିୟୋଜିତ NHAIର ପ୍ରମୁଖ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି । ପ୍ରଥମେ ଅସ୍ଥାୟୀ ମରାମତି କରି ଗାଡ଼ି ଚଳାଚଳ ବ୍ୟବସ୍ଥା ହେବ । ଏଠି ଏପରି ଭୂସ୍ଖଳନ କେବେ ହୋଇ ନ ଥିଲା । ସ୍ଥିତି ଦେଖିଲା ପରେ ଉତ୍ତରାଖଣ୍ଡ ଭୂସ୍ଖଳନ ଭଳି ଲାଗୁଛି ବୋଲି କହିଛନ୍ତି…

STAର କଟକଣା: ବନ୍ଦ ହେବ ଡିଜେ ଗାଡି

ଭୁବନେଶ୍ଵର:  ଡିଜେ ଗାଡି ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ (ଏସଟିଏ)ର କଟକଣା । ମୂଳଢାଞ୍ଚାକୁ ବେଆଇନ ପରିବର୍ତ୍ତନ ବିରୋଧରେ ସର୍କୁଲାର ଜାରି କରାଯାଇଛି । ଗାଡିର ମୂଳ ଢାଞ୍ଚାରେ ପରିବର୍ତ୍ତନ ଓ ନିୟମ ଉଲ୍ଲଘଂନ କଲେ ହେବ କାର୍ଯ୍ୟାନୁଷ୍ଠାନ । ନିର୍ଦ୍ଧାରିତ ସୀମା ପାର ଶବ୍ଦ ଏବଂ ଆଲୋକ ବ୍ୟବସ୍ଥା ଉପରେ କଟକଣା ଲାଗିଛି। ଯାନରେ ଡିଜେ ସିଷ୍ଟମ, ଆମ୍ପ୍ଲିଫାୟର୍, ମିକ୍ସର, ଲେଜର ଲାଇଟ୍ କଣ୍ଟ୍ରୋଲର୍ ବେଆଇନ। ସାର୍ବଜନୀନ ସ୍ଥାନରେ…

ଖୋଲିଲା ଟ୍ରମ୍ପଙ୍କ ମୁଖା, ସତ କହିଦେଲା ପାକିସ୍ତାନ

ନୂଆଦିଲ୍ଲୀ: ଅପରେସନ ସିନ୍ଦୂରକୁ ନେଇ ପାକିସ୍ତାନ ବୈଦେଶିକ ମନ୍ତ୍ରୀଙ୍କ ବଡ଼ ବୟାନ । ଯୁଦ୍ଧ ବନ୍ଦ ନେଇ ଟ୍ରମ୍ପ୍‌ଙ୍କ ମଧ୍ୟସ୍ଥତା ଦାବିର ଅସଲ କଥା କହିଲା ପାକିସ୍ତାନ । ଆମେରିକାର ମଧ୍ୟସ୍ଥତା ପ୍ରସ୍ତାବକୁ ଭାରତ ମାନି ନଥିଲା । ଇଶାକ ଡାର୍ ‘ଯୁଦ୍ଧବିରତି ନେଇ ପ୍ରସ୍ତାବ ଦେଇଥିଲା ଆମେରିକା, କିନ୍ତୁ ଭାରତ ମାନି ନଥିଲା ବୋଲି କହିଛନ୍ତି ପାକିସ୍ତାନ ବୈଦେଶିକ ମନ୍ତ୍ରୀ । ଭାରତ କୌଣସି ବି ତୃତୀୟ ପକ୍ଷର…

ଆସୁଛନ୍ତି ମା’: ମଝି ନଈରେ କାହିଁକି ଅଟକି ଯାଇଥିଲା ନାଆ

ଭୁବନେଶ୍ଵର: ଧରାଧାମକୁ ଅବତରଣ କରିଛି ପାର୍ବଣର ଋତୁ । ପାର୍ବଣ ଋତୁରେ ଜଗତଜନନୀଙ୍କ ବିଭିନ୍ନ ଶକ୍ତିପୀଠରେ ଆରମ୍ଭ ହୋଇଛି ଶାରଦୀୟ ପୂଜା । ଶକ୍ତିପୀଠମାନଙ୍କରେ ଚାଲିଛି ମାଆଙ୍କ ଷୋଡଶ ଉପଚାର ବିଧି। ୧୬ ଦିନ ପର୍ଯ୍ୟନ୍ତ ବିଭିନ୍ନ ବେଶରେ ଭକ୍ତଙ୍କ ଦର୍ଶନ ଦେବେ ମାଆ ଜଗତଜନନୀ । ଆମ ଦେଶରେ ଶକ୍ତି ପୂଜାର ପରମ୍ପରା ଯୁଗଯୁଗ ଧରି ଚଳିଆସୁଛି । କଳସ ଯାତ୍ରାରୁ ଆରମ୍ଭ ହୋଇଥାଏ ମାଆଙ୍କ ଷୋଡଶ ଉପଚାର…