Blog

ଭୁବନେଶ୍ଵରରେ ଓମ୍ ବିର୍ଲା, ଏସସି ଓ ଏସଟି ଜାତୀୟ ସମ୍ମିଳନୀକୁ କରିବେ ଉଦ୍‌ଘାଟନ

ଭୁବନେଶ୍ଵର: ଆଜିଠୁ ଓଡ଼ିଶାରେ ଆରମ୍ଭ ହେଉଛି ୨ ଦିନିଆ ଅନୁସୂଚିତ ଜାତି ଓ ଜନଜାତି ସଂସଦୀୟ କମିଟିର ଜାତୀୟ ସମ୍ମିଳନୀ। ଆଜି ଓ ଆସନ୍ତାକାଲି ଓଡ଼ିଶାରେ ହେବାକୁ ଯାଉଛି ଏହି ଜାତୀୟ ସ୍ତରର ସମ୍ମିଳନୀ । ସମ୍ମିଳନୀକୁ ଏଦଘାଟନ କରିବେ ଲୋକସଭା ବାଚସ୍ପତି ଓମ୍ ବିର୍ଲା । ୧୯୯୪ ପରେ ପ୍ରଥମ ଥର ଓଡ଼ିଶାରେ ସଂସଦୀୟ କମିଟିର ବୈଠକ ହେବ । ସମ୍ମିଳନୀରେ ଭାଗ ନେବେ ରାଜ୍ୟସଭା ଉପାଧ୍ୟକ୍ଷ ଓ…

ଟୋକିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ୧୫ତମ ବାର୍ଷିକ ଶିଖର ସମ୍ମିଳନୀରେ ଦେବେ ଯୋଗ

ନୂଆଦିଲ୍ଲୀ: ୫ ଦିନିଆ ଜାପାନ ଓ ଚୀନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନରେ ପହଞ୍ଚିଛନ୍ତି । ଜାପାନ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବାଙ୍କ ନିମନ୍ତ୍ରଣରେ, ପ୍ରଧାନମନ୍ତ୍ରୀ ମୋଦୀ ଏଠାରେ ୧୫ତମ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବେ । ଟୋକିଓରେ ପହଞ୍ଚିବା ପରେ ତାଙ୍କୁ ପ୍ରବାସୀ ଭାରତୀଙ୍କ ତରଫରୁ ଭବ୍ୟ ସ୍ଵାଗତ କରାଯାଇଛି । ଏହି ସମୟରେ ଜାପାନୀ ସମ୍ପ୍ରଦାୟର ଲୋକମାନେ ଗାୟତ୍ରୀ…

ସାମ୍ନାକୁ ଆସିଲା ଛାତି ଥରା ଦୃଶ୍ୟ, ପେଟ୍ରୋଲ ଢାଳି ଆଇନଜୀବୀଙ୍କ ଆତ୍ମାହୁତି

ଭୁବନେଶ୍ଵର: ପେଟ୍ରୋଲ ଢାଳି ଆଇନଜୀବୀଙ୍କ ଆତ୍ମାହୁତି । ମଞ୍ଚେଶ୍ବର ଥାନା ପାଣ୍ଡରାରେ ଜଳିଗଲେ ଆଇନଜୀବୀ । ନିଆଁ ଲାଗି ଦେହ ସମ୍ପୂର୍ଣ୍ଣ ପୋଡ଼ି ଯାଇଥିବା ସୂଚନା । ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଲା ମଞ୍ଚେଶ୍ବର ଥାନା ପୋଲିସ୍ । ନିଜ ଘର ଛାତ ଉପରେ ଆଇନଜୀବୀ ଜଳି ଯାଇଥିବା ନେଇ ପୋଲିସ୍‌ର ସୂଚନା । ତେବେ ଆଇନଜୀବୀଙ୍କ ଆତ୍ମାହୁତିର କାରଣ କ’ଣ, ତାହା ଏବେ ବି…

୩ ସନ୍ତାନ ସପକ୍ଷରେ RSS ମୁଖ୍ୟ ମୋହନ ଭାଗବତ, କହିଲେ…

ନୂଆଦିଲ୍ଲୀ: ଜନସଂଖ୍ୟା ବୃଦ୍ଧି ପାଇଁ ପରିବାରରେ ୩ ସନ୍ତାନ ଜରୁରୀ । ଜନସଂଖ୍ୟାଗତ ପରିବର୍ତ୍ତନ ଓ ନିୟନ୍ତ୍ରଣ ଉପରେ ପ୍ରଶ୍ନରେ ଉତ୍ତର ଦେଲେ ଆରଏସଏସ ମୁଖ୍ୟ । ଯଦି ଜନ୍ମହାର ୩ରୁ କମ୍ ହୁଏ, ତେବେ ଆମେ ଧୀରେ ଧୀରେ ଲୋପ ପାଇଯିବୁ । ଆରଏସଏସର ୧୦୦ ବର୍ଷ ପୂରଣ ଅବସରରେ ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ୩ ଦିନିଆ ବକ୍ତୃତା ମାଳାରେ ଏହା ଭାଗବତ କହିଛନ୍ତି । ସେ…

ବିହାରରେ ଜୈଶ-ଏ-ମହମ୍ମଦର ତିନି ଆତଙ୍କବାଦୀ, ଚାରିଆଡ଼େ ହାଇଆଲର୍ଟ

ନୂଆଦିଲ୍ଲୀ: ଜୈଶ-ଏ-ମହମ୍ମଦର ତିନି ଜଣ ଆତଙ୍କବାଦୀ ବିହାରରେ ପ୍ରବେଶ କରିଥିବା ଖବର ମିଳିଛି। ଏହାକୁ ନେଇ ଗୁରୁବାର ବିହାର ପୋଲିସ ମୁଖ୍ୟାଳୟ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି। ଆତଙ୍କବାଦୀଙ୍କ ପ୍ରବେଶ ଖବର ପାଇବା ମାତ୍ରେ ପୋଲିସ ମୁଖ୍ୟାଳୟ ଏବଂ ବରିଷ୍ଠ ଅଧିକାରୀମାନେ ସୁରକ୍ଷା ଦୃଷ୍ଟିକୋଣରୁ ଆକ୍ସନ ମୋଡକୁ ଆସିଛନ୍ତି। ପ୍ରକାଶିତ ସୂଚନା ଅନୁଯାୟୀ, ଏହି ତିନିଜଣ ନେପାଳ ଦେଇ ବିହାରରେ ପ୍ରବେଶ କରିଛନ୍ତି। ଏହି ତିନିଜଣ ପାକିସ୍ତାନୀ। ହସନେନ୍ ଅଲି…

ସେପ୍ଟେମ୍ବର ଦ୍ଵିତୀୟ ସପ୍ତାହରୁ କୁକୁର ଗଣନା ଆରମ୍ଭ କରିବ BMC

ଭୁବନେଶ୍ଵର: ସେପ୍ଟେମ୍ବର ଦ୍ଵିତୀୟ ସପ୍ତାହରୁ କୁକୁର ଗଣନା ଆରମ୍ଭ କରିବ BMC । ଭୋର ସମୟରେ କୁକୁର ଗଣନା କରାଯିବ । ଏହି ସମୟରେ ଚାରିଆଡେ ଶୁନଶାନ ଥିବାରୁ କୁକୁରମାନେ ରାସ୍ତା ଉପରେ ମେଳି ହୋଇଥାନ୍ତି । ତେଣୁ ଏହି ସମୟରେ ସହଜରେ ଗଣନା କରାଯାଇପାରିବ ବୋଲି କହିଛନ୍ତି ବିଏମସି କମିସନର ଚଞ୍ଚଳ ରାଣା । କୁକୁରଙ୍କ କାନରେ ଟ୍ୟାଗ ଲଗାଯିବ । ଏହାର ସବୁ ତଥ୍ୟ ବିଏମସି ପାଖରେ…

ମଣିଷ ଏବଂ ପ୍ରକୃତି ମଧ୍ୟରେ ଅତୁଟ ସମ୍ପର୍କର ପ୍ରତୀକ ଏହି ଜନଜାତି, ମୃତ୍ୟୁ ହେଲେ ପାଳନ୍ତି ଉତ୍ସବ

ନୂଆଦିଲ୍ଲୀ: ଦୁନିଆରେ ଏପରି ଅନେକ ପରମ୍ପରା ଅଛି ଯାହା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ। ଆପଣ ପ୍ରାୟତଃ ଦେଖିଥିବେ ଯେ କାହାର ମୃତ୍ୟୁ ପରେ ଶରୀରକୁ କବର ଦିଆଯାଏ କିମ୍ବା ପୋଡ଼ି ଦିଆଯାଏ। କିଛି ସ୍ଥାନରେ ଏହାକୁ ସମୁଦ୍ରରେ ଭାସାଇବାର ପରମ୍ପରା ମଧ୍ୟ ଅଛି। କିନ୍ତୁ ଇଣ୍ଡୋନେସିଆର ସୁଲାୱେସି ଦ୍ୱୀପରେ ରହୁଥିବା ତୋରାଜା ଜନଜାତିର ପରମ୍ପରା ସମ୍ପୂର୍ଣ୍ଣ ଭିନ୍ନ ଏବଂ ଅନନ୍ୟ। ଏଠାରେ ଲୋକମାନେ ମୃତଦେହକୁ ମାଟିରେ ପୋତିବା କିମ୍ବା…

ଝୁମୁଛି ପଶ୍ଚିମ ଓଡିଶା: ମା’ ସମଲେଶ୍ୱରୀଙ୍କ ପାଖରେ ଲାଗି ହେଲା ନବାନ୍ନ

ସମ୍ବଲପୁର: ନୂଆଁଖାଇରେ ମା’ ସମଲେଶ୍ୱରୀଙ୍କ ପାଖରେ ଲାଗି ହେଲା ନବାନ୍ନ । ନିର୍ଦ୍ଧାରିତ ସମୟରେ ମା’ଙ୍କ ପାଖରେ ଲାଗି ହୋଇଛି ନବାନ୍ନ । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ । ମା’ଙ୍କ ଦର୍ଶନ କରି ଘରେ ଘରେ ନୂଆ ଖାଇବେ । ଏହାସହ ଘରେ ଇଷ୍ଟଦେବୀଙ୍କୁ ନବାନ୍ନ ଲାଗି କରାଯିବ । ମା’ ସମଲେଇଙ୍କ ପାଖରେ ନବାନ୍ନ ଲାଗି ହେବା ପରେ ପାର୍ଶ୍ଵ ଦେବଦେବୀଙ୍କ ନିକଟରେ ନବାନ୍ନ ଲାଗି…

ଆଜିଠୁ ବଢ଼ିବ ବର୍ଷା, ୩୧ ଯାଏଁ ନାହିଁ ନିସ୍ତାର

ଭୁବନେଶ୍ଵର: ଲଘୁଚାପ ପ୍ରଭାବରେ ବର୍ଷା ଜାରି । ଆହୁରି ୫ ଦିନ ରାଜ୍ୟରେ ପ୍ରବଳ ବର୍ଷା । ଏପଟେ ସୁଦୃଶ୍ୟ ଲଘୁଚାପରେ ପରିଣତ ହେଲା ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ । ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ ଉତ୍ତର ପଶ୍ଚିମ ଦିଗ ଦେଇ ଗତି କରିବା ସହ ଆଜି ସକାଳେ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି ।  ଓଡ଼ିଶା ଉପକୂଳରେ ଏବେ ବି ସକ୍ରିୟ ରହିଛି…

ମାଟିରେ ମିଶୁଛି ଲାଲ ବାହିନୀ, ବର୍ଷେରେ ଆତ୍ମସମର୍ପଣ କଲେଣି ୩୦୭ ମାଓବାଦୀ

ମାଲକାନଗିରି: ଲାଲ ବାହିନୀକୁ ଶକ୍ତ ଝଟକା । ମାଟିରେ ମିଶୁଛି ଲାଲ ବାହିନୀର ଦମ୍ଭ । ହିଂସା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଉଛନ୍ତି ମାଓବାଦୀ । ଛତିଶଗଡ଼ ବିଜାପୁରରେ ସୁରକ୍ଷାକର୍ମୀ ଓ ପୋଲିସ ପକ୍ଷରୁ ନିୟମିତ ଭାବେ ମାଓ ବିରୋଧୀ ଅପରେସନ ଚାଲିଛି । ଏହିକ୍ରମରେ ଲାଲ୍‌ ସଂଗଠନକୁ ଲାଗିଛି ଜୋରଦାର ଝଟ୍‌କା । ୩୦ ଜଣ ମାଓବାଦୀ ବିଜାପୁର ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ।  ୩୦…