Blog

ଲାଲ୍ ହେଇଗଲା ଜହ୍ନ, ବିଶ୍ଵ ଦେଖିଲା ଚଳିତବର୍ଷର ଶେଷ ପୂର୍ଣ୍ଣଗ୍ରାସ ଚନ୍ଦ୍ର ଗ୍ରହଣ

ଭୁବନେଶ୍ଵର: ବିଶ୍ଵ ଦେଖିଲା ଚଳିତବର୍ଷର ଦ୍ୱିତୀୟ ତଥା ଶେଷ ପୂର୍ଣ୍ଣଗ୍ରାସ ଚନ୍ଦ୍ର ଗ୍ରହଣ । ସାଢେ ୩ ଘଣ୍ଟା ଧରି ଏହି ମହାଜାଗତିକ ଦୃଶ୍ୟ ଦେଖିଲା ଭାରତ ସମେତ ୫ଟି ଦେଶ । ରାତି ୯ଟା ୫୭ ମିନିଟ୍ ୨୨ ସେକେଣ୍ଡରୁ ଗ୍ରହଣ ସ୍ପର୍ଶ ଆରମ୍ଭ ହୋଇଥିଲା ଏବଂ ରାତି ୧ଟା ୨୭ମିନିଟ୍ ୧୭ ସେକେଣ୍ଡରେ ହେଲା ସର୍ବମୋକ୍ଷ । ଏହି ବ୍ଲଡମୁନ ଭୁବନେଶ୍ବରରୁ ଆରମ୍ଭ କରି ସାରା ଦେଶରେ…

ବଦଳିଲା CPSE- ୨୦୨୪ର ତୃତୀୟ ପେପର ପରୀକ୍ଷା ସୂଚୀ

ଭୁବନେଶ୍ଵର: ବଦଳିଲା CPSE- ୨୦୨୪ର ତୃତୀୟ ପେପର ପରୀକ୍ଷା ସୂଚୀ । କମ୍ବାଇଣ୍ଡ ପୋଲିସ ସର୍ଭିସ ଏକ୍‌ଜାମିନେସନ୍‌ (CPSE)ର ତୃତୀୟ ପେପର ପରୀକ୍ଷା ଆସନ୍ତା ଅକ୍ଟୋବର ୪ରେ ହେବାକୁ ଥିବା ବେଳେ ଅକ୍ଟୋବର ୬କୁ ପରୀକ୍ଷା ଘୁଞ୍ଚିଥିବା ନେଇ ସୂଚନା ମିଳିଛି । ତୃତୀୟ ପେପର ଫିଜିକ୍ସ, କେମିଷ୍ଟ୍ରି ପରୀକ୍ଷା ଅକ୍ଟୋବର ୬ରେ ହେବ । ଅକ୍ଟୋବର ୬ ତାରିଖ ଦିନ ୧୦ଟାରୁ ଅପରାହ୍ନ ୧ଟା ଭିତରେ ହେବ ପରୀକ୍ଷା…

ଚନ୍ଦ୍ରଗ୍ରହଣ: ମହାପ୍ରଭୁଙ୍କର ସ୍ବତନ୍ତ୍ର ନୀତିକାନ୍ତି

ପୁରୀ: କାଲିର ଚନ୍ଦ୍ରଗ୍ରହଣ ପାଇଁ ମହାପ୍ରଭୁଙ୍କର ସ୍ବତନ୍ତ୍ର ନୀତିକାନ୍ତି ପାଳନ ହେବ । ୧୨ଟା ୫୭ରେ ପାକ ତ୍ୟାଗ, ଦେବ ନୀତି ନିଷେଧ । ରାତି ୨ଟାରେ ଦ୍ବାରଫିଟା ନୀତି ପରେ ଅନ୍ୟାନ୍ୟ ନୀତିକାନ୍ତି ଅନୁଷ୍ଠିତ ହେବ । ରବିବାର ଚନ୍ଦ୍ର ଗ୍ରହଣ ଥିବାରୁ ଏହା ପୂର୍ବ ଦିନ ଅର୍ଥାତ୍ ଆଜି ରାତି ୨ଟାରେ ଶ୍ରୀମନ୍ଦିରରେ ଦ୍ଵାର ଫିଟା ନୀତି ୨ ଟା ୩୦ରେ ଭିତରଶୋଧ, ୨ ଟା ୪୦ରେ…

ଟ୍ରିବ୍ୟୁନାଲ୍‌ରେ ମହାନଦୀ ଜଳ ବିବାଦର ଶୁଣାଣି, ସୂଚନା ଦେଲେ AG ପୀତାମ୍ବର ଆଚାର୍ଯ୍ୟ

ଭୁବନେଶ୍ଵର: ମହାନଦୀ ଟ୍ରିବ୍ୟୁନାଲ୍‌ରେ ମହାନଦୀ ଜଳ ବିବାଦର ଶୁଣାଣି । ଓଡ଼ିଶା ପାଇଁ ପକ୍ଷ ରଖିଲେ AG ପୀତାମ୍ବର ଆଚାର୍ଯ୍ୟ । ଟ୍ରିବ୍ୟୁନାଲ୍‌ରେ ପକ୍ଷ ରଖିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି AG ପୀତାମ୍ବର । ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଆପୋସ ବୁଝାମଣା ଚାଲିଥିବା ଜଣାଇଲୁ । ଅକ୍ଟୋବର ୧୧ ସୁଦ୍ଧା ବୁଝାମଣାର ଅଗ୍ରଗତି ଜଣାଇବାକୁ ଟ୍ରିବ୍ୟୁନାଲ୍‌ କହିଛନ୍ତି । କାଲି ଦୁଇ ରାଜ୍ୟର ସର୍ବୋଚ୍ଚ ଯନ୍ତ୍ରୀଙ୍କ ମଧ୍ୟରେ…

ଓଡିଶା ଲିଟେରାରୀ ଫେଷ୍ଟିଭାଲ ଲେଖକ, ସାହିତ୍ୟିକଙ୍କ ପାଇଁ ଏକ ସୁନ୍ଦର ପ୍ଲାଟ୍‌ଫର୍ମ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ ପକ୍ଷରୁ ଆୟୋଜିତ ଓଡିଶା ଲିଟେରାରୀ ଫେଷ୍ଟିଭାଲରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଆ ଭାଷାର ପ୍ରାଚୀନତା ଓ ଗୁରୁତ୍ୱ ବିଷୟରେ ଉଲ୍ଲେଖ କରିବା ସହ ଭାଷା-ସାହିତ୍ୟ ଓ ଅସ୍ମିତାର ସୁରକ୍ଷା ପାଇଁ ସରକାରଙ୍କ ପ୍ରୟାସ ବିଷୟରେ ଆଲୋଚନା କରିଛନ୍ତି । ଏହି ସାହିତ୍ୟ ଉତ୍ସବ ଲେଖକ, ସାହିତ୍ୟିକ ଏବଂ ସାହିତ୍ୟ କ୍ଷେତ୍ରରେ ରୁଚି ରଖିଥିବା ବ୍ୟକ୍ତିମାନଙ୍କ ପାଇଁ ଏହା ଏକ ସୁନ୍ଦର…

ଏଣିକି ମନଇଚ୍ଛା ଆସିପାରିବେ ନାହିଁ ପଞ୍ଚାୟତ କର୍ମଚାରୀ, ବାୟୋମେଟ୍ରିକ ଉପସ୍ଥାନ ବାଧ୍ୟତାମୂଳକ

ଭୁବନେଶ୍ଵର: ଅଫିସକୁ ଆଉ ମନଇଚ୍ଛା ଆସିପାରିବେ ନାହିଁ ପଞ୍ଚାୟତ କର୍ମଚାରୀ । ଠିକ୍‌ ସମୟରେ ଅଫିସରେ ପହଞ୍ଚି ବାୟୋମେଟ୍ରିକ୍‌ ଦେବାକୁ ପଡ଼ିବ । ବାୟୋମେଟ୍ରିକ ଉପସ୍ଥାନ ବାଧ୍ୟତାମୂଳକ କଲେ ରାଜ୍ୟ ସରକାର । ପଞ୍ଚାୟତ କର୍ମଚାରୀଙ୍କ ଠାରୁ ବିଡିଓଙ୍କ ପାଇଁ ବାୟୋମେଟ୍ରିକ ବ୍ୟବସ୍ଥା । ପଞ୍ଚାୟତ, ପଞ୍ଚାୟତସମିତି, ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ଲାଗୁହେବ ବାୟୋମେଟ୍ରିକ ବ୍ୟବସ୍ଥା । ଯଥାଶୀଘ୍ର ବାୟୋମେଟ୍ରିକ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ । ତେବେ ଏହା…

କମୁଛି ହୀରାକୁଦ ଡ୍ୟାମ୍‌ର ଜଳସ୍ତର, ୨୪ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି

ସମ୍ବଲପୁର: କମୁଛି ହୀରାକୁଦ ଡ୍ୟାମ୍‌ର ଜଳସ୍ତର । ଜଳ ଭଣ୍ଡାରର ଜଳସ୍ତର ଅଛି ୬୨୬.୪୧ ଫୁଟ୍ । ଡ୍ୟାମ୍‌ର ୨୪ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଛି । ଜଳ ଭଣ୍ଡାର ଭିତରକୁ ପ୍ରବେଶ କରୁଛି ୩ ଲକ୍ଷ ୮୬ ହଜାର ୨୮ କ୍ୟୁସେକ ଜଳ । ସେହିପରି ନିଷ୍କାସନ ହେଉଛି ୪ ଲକ୍ଷ ୨୪ ହଜାର ୧୪୭ କ୍ୟୁସେକ ଜଳ । ପାୱାର ଚ୍ୟାନେଲ ଏବଂ କେନାଲ…

ଟାରିଫ ବିବାଦ ଭିତରେ ଟ୍ରମ୍ପଙ୍କ ୟୁ-ଟର୍ଣ୍ଣ, ମୋଦିଙ୍କୁ ପ୍ରଶଂସା କରି କହିଲେ…

ନୂଆଦିଲ୍ଲୀ: ଟାରିଫ୍‌କୁ ନେଇ ତିକ୍ତତା ଭିତରେ ଟ୍ରମ୍ପଙ୍କ ବଡ଼ ବୟାନ । ବଦଳିଲା ଭାରତ ବିରୋଧୀ ମନ୍ତବ୍ୟ ଦେଉଥିବା ଆମେରିକାର ସ୍ଵର । ଟ୍ରମ୍ପଙ୍କର ଏକ ସୋସିଆଲ୍ ମିଡିଆରେ ପୋଷ୍ଟରେ ଜଣେ ବ୍ୟକ୍ତି ପ୍ରଶ୍ନ କରିଥିଲେ କି, ଭାରତ ସହ ସମ୍ପର୍କ ପୁଣି ମଜଭୁତ କରିବାକୁ ଆମେରିକା ପ୍ରସ୍ତୁତ ଅଛି କି? ଆଉ ଏହି ପ୍ରଶ୍ନର ଉତ୍ତରରେ ଟ୍ରମ୍ପ କହିଛନ୍ତି, ମୁଁ ସବୁବେଳେ ପ୍ରସ୍ତୁତ । ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ହସ୍ପିଟାଲରେ ଭର୍ତ୍ତି ହେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ: ପ୍ରବଳ ବନ୍ୟାରେ ଉବୁଟୁବୁ ପଞ୍ଜାବ । ସେପଟେ ରାଜ୍ୟରୁ ଆସିଛି ଆଉ ଏକ ବଡ ଖବର । ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂ ମାନ । ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। କୁହାଯାଉଛି ଯେ, ଗତ ୨ ଦିନ ହେଲାଣି ମୁଖ୍ୟମନ୍ତ୍ରୀଙ୍କ ସ୍ଵାସ୍ଥ୍ୟ ଖରାପ ଥିଲା। କିନ୍ତୁ ସେ ନିଜ ଘରେ ରହି ଚିକିତ୍ସିତ ହେଉଥିଲେ । ମାତ୍ର…

ନିଯୁକ୍ତି ହେବେ ୪୫ ହଜାର ଶିକ୍ଷକ, ୬୭୯୪ ପଞ୍ଚାୟତରେ ହେବ ୮୩୫ ମଡେଲ ସ୍କୁଲ

ଭୁବନେଶ୍ଵର: ରାଜ୍ୟସ୍ତରୀୟ ଗୁରୁ ଦିବସ ଉତ୍ସବରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଶିକ୍ଷା କ୍ଷେତ୍ରରେ ଦୁଇଟି କଥା ବଡ଼ ଆହ୍ବାନ । ପ୍ରଥମଟି ହେଲା ଡ୍ରପ୍ ଆଉଟ୍ ଏବଂ ଦ୍ୱିତୀୟଟି ହେଉଛି ଗୁଣାତ୍ମକ ଶିକ୍ଷା । ଉଭୟ କଥା ହେଉଛି ଚିନ୍ତାଜନକ । ତେଣୁ ଡ୍ରପ୍ ଆଉଟ୍ ହାରକୁ ଦୂର କରିବାକୁ ଛାତ୍ରଛାତ୍ରୀଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବାକୁ ପଡ଼ିବ । ତେବେ ଜନଜାତି ବର୍ଗରୁ ବେଶୀ ଡ୍ରପ୍ ଆଉଟ୍ ଦେଖିବାକୁ…